Posted inଖେଳ

ଓଡ଼ିଶା କ୍ରୀଡ଼ାରେ କରୋନା ପ୍ରଭାବ

ଭୁବନେଶ୍ୱର, ୧୬।୩(କ୍ରୀଡ଼ା ପ୍ରତିନିଧି)- ମାରାତ୍ମକ କରୋନା ଭାଇରସ୍‌ ପ୍ରଭାବରେ ବିଶ୍ୱର ଅନେକ କ୍ରୀଡ଼ା ପ୍ରଭାବିତ ହୋଇଛି। ଅନେକ ଗେମ୍‌କୁ ବାତିଲ କରାଯାଇଥିବାବେଳେ କେତେକ ସାମୟିକ ସମୟ ପାଇଁ ସ୍ଥଗିତ ରହିଛି। ଭାରତରେ ଅନେକ କ୍ରୀଡ଼ା ପ୍ରତିଯୋଗିତା ବାତିଲ କିମ୍ବା ବନ୍ଦ ରହିଥିବାରୁ ଅଲିମ୍ପିକ୍ସ ଯୋଗ୍ୟତା ଆଶା ରଖିଥିବା ପ୍ରତିଯୋଗୀ ଆଶଙ୍କାରେ ରହିଛନ୍ତି। ଏଥିରେ ସ୍ବାଭାବିକଭାବେ ଓଡ଼ିଶା କ୍ରୀଡ଼ା ମଧ୍ୟ ଗୁରୁତର ପ୍ରଭାବିତ ହୋଇଛି। କୌଣସି ଗେମ୍‌ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବାତିଲ ହୋଇ ନ ଥିଲେ ହେଁ ଅନେକ ଖେଳକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ସ୍ଥିତି ସ୍ବାଭାବିକ ହେଲେ ପ୍ରତିଯୋଗିତାଗୁଡ଼ିକୁ ପୁଣି ଆରମ୍ଭ କରିବାକୁ ଆୟୋଜକମାନେ ଆଶା ରଖିଛନ୍ତି।

କରାଟେ, ବାହୁକୁସ୍ତି
ଓଡ଼ିଶା ଇନ୍‌ଡୋର କ୍ରୀଡ଼ାର ଅନ୍ୟତମ ପ୍ରାଣକେନ୍ଦ୍ର ଉତ୍କଳ କରାଟେ ସ୍କୁଲରେ ହେଉଥିବା ବିଭିନ୍ନ ପ୍ରତିଯୋଗିତା ଏବଂ ଟ୍ରେନିଂ ଗୁରୁତର ପ୍ରଭାବିତ ହୋଇଛି। ରାଜ୍ୟ ସବ୍‌ଜୁନିୟର କରାଟେ ଚାମ୍ପିୟନଶିପ୍‌ ଚଳିତ ମାସ ୨୭, ୨୮ ଓ ୨୯ ତାରିଖରେ ହେବାର ଥିଲା। ସେହିପରି ଏପ୍ରିଲ ୫ରେ ରାଜ୍ୟ ବାହୁକୁସ୍ତି ପ୍ରତିଯୋଗିତା ଆୟୋଜନ ହେବାର ଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ଦୁଇ ପ୍ରତିଯୋଗିତାକୁ ଆମେ ଘୁଞ୍ଚାଇବାକୁ ବାଧ୍ୟ ହୋଇଛୁ ବୋଲି ଉତ୍କଳ କରାଟେ ସ୍କୁଲ ମୁଖ୍ୟ ଡ. ହରିପ୍ରସାଦ ପଟ୍ଟନାୟକ ପ୍ରକାଶ କରିଛନ୍ତି। କରାଟେ ସ୍କୁଲର ଜିମ୍‌କୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି। ଏହା ବ୍ୟତୀତ ପିଲାମାନଙ୍କ ଟ୍ରେନିଂକୁ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଛି ବୋଲି ହରିପ୍ରସାଦ କହିଛନ୍ତି। ‘

ଟେନିସ୍‌ କ୍ରିକେଟ ଫେଡେରେଶନ କପ୍‌
ଅନ୍ୟ କ୍ରୀଡ଼ା ଭଳି ଟେନିସ୍‌ କ୍ରିକେଟ ମଧ୍ୟ କରୋନା ପ୍ରଭାବରେ ପ୍ରଭାବିତ ହୋଇଛି। ଟେନିସ କ୍ରିକେଟ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଟିସିଏଆଇ)ର ଅନୁମୋଦନକ୍ରମେ ଓଡ଼ିଶା ରାଜ୍ୟ ଟେନିସ କ୍ରକେଟ ଆସୋସିଏଶନ ଆନୁକୂଲ୍ୟରେ ସିନିୟର ଫେଡେରେଶନ କପ୍‌ ମାର୍ଚ୍ଚ ୧୮ରୁ ୨୨ ପର୍ଯ୍ୟନ୍ତ ସମ୍ବଲପୁର କୁଚିଣ୍ଡାସ୍ଥିତ ମୁକୁଣ୍ଡି ଷ୍ଟାଡିୟମରେ ହେବାର ଥିଲା। ମାତ୍ର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାକୁ ବର୍ତ୍ତମାନ ସ୍ଥଗିତ ରଖାଗଲା ବୋଲି ଟିସିଏଆଇ ପକ୍ଷରୁ ରବିବାର ପ୍ରକାଶ କରାଯାଇଛି। ଏଥିରେ ୪ ଜୋନ୍‌(ନର୍ଥ, ସାଉଥ୍‌, ଇଷ୍ଟ, ଓ୍ବେଷ୍ଟ)ର ଶ୍ରେଷ୍ଠ ୩ଟି ଲେଖାଏ ଦଳ ଭାଗନେବାର କାର୍ଯ୍ୟକ୍ରମ ଥିଲା। ଚଣ୍ଡିଗଡ଼, ପଞ୍ଜାବ, ଜମ୍ମୁ-କଶ୍ମୀର, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ବିଦର୍ଭ, ଝାଡ଼ଖଣ୍ଡ, ଛତିଶଗଡ଼, ତାମିଲନାଡ଼ୁ, ଗୋଆ, କେରଳ ଓ ମୁମ୍ବାଇ ଆଦି ସମସ୍ତ ୧୨ଟି ଜୋନ୍‌ ଦଳ ଅଂଶଗ୍ରହଣ ପାଇଁ ସମ୍ମତି ଜଣାଇଥିଲେ। ଆୟୋଜକ ଓଡ଼ିଶାକୁ ମିଶାଇ ମୋଟ ୧୩ଟି ଦଳ ପ୍ରତିଯୋଗିତାରେ ଭାଗ ନେଇଥାନ୍ତେ। ପ୍ରତି ଦଳରେ ୧୬ ଖେଳାଳି ଏବଂ ଜଣେ ଲେଖାଏ କୋଚ୍‌ ଓ ମ୍ୟାନେଜରଙ୍କୁ ମିଶାଇ ୧୮ ଜଣ ଲେଖାଏ ରହିବା ନିୟମ ଥିଲା। ମାତ୍ର ଏତେ ବ୍ୟକ୍ତି ଗୋଟିଏ ସ୍ଥାନରେ ଏକତ୍ରିତ ହେବା ନିୟମ ନ ଥିବାରୁ ପ୍ରତିଯୋଗିତାକୁ ବାତିଲ କରାଯାଇଛି। କେବଳ ସେତିକି ନୁହେଁ, ଚଣ୍ଡିଗଡ଼ଠାରେ ଏପ୍ରିଲ ୮ରୁ ୧୨ ପର୍ଯ୍ୟନ୍ତ ହେବାକୁଥିବା ଚାମ୍ପିୟନ୍ସ ଟ୍ରଫି ଟେନିସ କ୍ରିକେଟ ପ୍ରତିଯୋଗିତାକୁ ମଧ୍ୟ ସ୍ଥଗିତ ରଖାଯାଇଛି। ଏହାଛଡ଼ା ଏପ୍ରିଲ ୧୦ରେ ଚଣ୍ଡିଗଡ଼ରେ ହେବାକୁଥିବା ବାର୍ଷିକ ସାଧାରଣ ବୈଠକକୁ ମଧ୍ୟ ସ୍ଥଗିତ ରଖାଯାଇଛି। ”ଟେନିସ୍‌ କ୍ରିକେଟ ଆସୋସିଏଶନ ଅଫ୍‌ ଇଣ୍ଡିଆ ସର୍ବଦା ଖେଳାଳି ଓ ଅଫିସିଆଲଙ୍କ ସ୍ବାସ୍ଥ୍ୟ, ସୁରକ୍ଷାକୁ ଗୁରୁତ୍ୱ ଦେଇଆସିଛି। କରୋନା ଭାଇରସ୍‌ ସଂକ୍ରମଣ ବର୍ତ୍ତମାନ ଅନ୍ତର୍ଜାତୀୟସ୍ତରରେ ଗୁରୁତର ପ୍ରଭାବ ପକାଇଛି। ଭାରତ ସରକାର ଏବଂ ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମା ଅନୁସାରେ ଆମେ ଫେଡେରେଶନ କପ୍‌, ଚାମ୍ପିୟନ୍ସ ଟ୍ରଫି ଓ ବାର୍ଷିକ ସାଧାରଣ ବୈଠକକୁ ବର୍ତ୍ତମାନ ଲାଗି ସ୍ଥଗିତ ରଖୁଛୁ“ ବୋଲି ଆସୋସିଏଶନ ସାଧାରଣ ସମ୍ପାଦକ କହ୍ନେୟା ଗୁର୍ଜର ପ୍ରକାଶ କରିଛନ୍ତି। ପରିସ୍ଥିତିକୁ ଦେଖିବାପରେ ଆମେ ପ୍ରତିଯୋଗିତାଗୁଡ଼ିକର ପରବର୍ତ୍ତୀ ତାରିଖ ଧାର୍ଯ୍ୟ କରିବୁ ବୋଲି ସେ କହିଛନ୍ତି।

ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ
କରୋନା ଭାଇରସ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ଚଳିତମାସ ୧୯ରୁ ୨୨ ପର୍ଯ୍ୟନ୍ତ ହେବାକୁ ଥିବା ଚତୁର୍ଥ ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌-୨୦୨୦କୁ ସ୍ଥଗିତ ରଖାଯାଇଛି। ପାରା ସ୍ପୋଟର୍‌ସ ଆସୋସିଏଶନ ଅଫ୍‌ ଓଡ଼ିଶା, ଓଡ଼ିଶା ପାରା ବ୍ୟାଡ୍‌ମିଣ୍ଟନ ଆସୋସିଏଶନ, କେ.ସି. ମେମୋରିଆ ଟ୍ରଷ୍ଟ ଓ ଉଡ୍ଡାନ ବ୍ୟାଡ୍‌ମିଣ୍ଟନ ଏକାଡେମୀକୁ ନେଇ ଗଠିତ ଲୋକାଲ ଅର୍ଗାନାଇଜିଂ କମିଟି ଏହି ଚାମ୍ପିୟନଶିପ୍‌କୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନେଇଛି। ଓଡ଼ିଶା ସରକାର ଓ ପାରା ଅଲିମ୍ପିକ୍‌ କମିଟି ଅଫ୍‌ ଇଣ୍ଡିଆ ସହ ଆଲୋଚନା କରିବା ପରେ ପ୍ରତିଯୋଗିତାକୁ ସ୍ଥଗିତ ରଖାଯାଇଛି ବୋଲି କମିଟି ତରଫରୁ କୁହାଯାଇଛି।

କଳାହାଣ୍ଡି କପ୍‌ କ୍ରିକେଟ
ଓଡ଼ିଶାର ପ୍ରମୁଖ ଘରୋଇ କ୍ରିକେଟ ଟୁର୍ନାମେଣ୍ଟ କଳାହାଣ୍ଡି କପ୍‌ ଚଳିତ ମାସରେ ଆରମ୍ଭ ହେବାର ଥିଲା। ମାତ୍ର ତାହାକୁ ଏବେ ସ୍ଥଗିତ ରଖାଯାଇଛି। ଏପ୍ରିଲ ୧ କିମ୍ବା ୧୫ ତାରିଖରୁ ଏହାକୁ ଆରମ୍ଭ କରାଯିବାକୁ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର ମ୍ୟାଚ୍‌ ପରିଚାଳନା କମିଟି ବୈଠକରେ ଆପାତତଃ ନିଷ୍ପତ୍ତି ହୋଇଛି। କମିଟିର ସଦସ୍ୟ ଧୀରେନ ପଲାଇ, ନୃସିଂହ ଚୌଧୁରୀ, ଅମିତ ବେହେରା ଓ ସିଇଓ ସୁବ୍ରତ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ଭାରତ-କାତାର ମ୍ୟାଚ୍‌
ଚଳିତ ମାସ ୨୬ ତାରିଖରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ହେବାକୁଥିବା ଭାରତ-କାତାର ଫିଫା ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌କୁ ସ୍ଥଗିତ ରଖାଯାଇଛି। ବିଶ୍ୱ ଫୁଟ୍‌ବଲ ପରିଚାଳନା ସଂସ୍ଥା ‘ଫିଫା’ ପକ୍ଷରୁ ପ୍ରତିଷେଧମୂଳକ ବ୍ୟବସ୍ଥାସ୍ବରୂପ ୨୦୨୨ ବିଶ୍ୱକପ୍‌ ଏବଂ ୨୦୨୩ ଏସିଆନ କପ୍‌ ପାଇଁ ଆଗକୁ ଖେଳାଯିବାକୁ ଥିବା ସମସ୍ତ କ୍ୱାଲିଫାୟର୍ସ ମ୍ୟାଚ୍‌କୁ ସ୍ଥଗିତ ରଖିବା ଲାଗି ପ୍ରସ୍ତାବ ଦିଆଯାଇଥିଲା। ତନ୍ମଧ୍ୟରେ କାତାର ବିପକ୍ଷରେ ଭାରତ ଖେଳିବାକୁଥିବା ହୋମ୍‌ ଗେମ୍‌ (କଳିଙ୍ଗ ଷ୍ଟାଡିୟମ) ସାମିଲ ଥିଲା। ବିଶ୍ୱ ଫୁଟ୍‌ବଲ ପରିଚାଳନା ପରିଷଦର ମୁଖ୍ୟ କାର୍ଯ୍ୟାଳୟରେ ଫିଫା ଏବଂ ଏସିଆନ ଫୁଟ୍‌ବଲ କନ୍‌ଫେଡେରେଶନ (ଏଏଫ୍‌ସି) ମଧ୍ୟରେ ଏକ ବୈଠକ ବସିଥିଲା। ଏଥିରେ ଏସିଆରେ ଫୁଟ୍‌ବଲ କାର୍ଯ୍ୟକଳାପକୁ ନେଇ ଆଲୋଚନା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri