୨୦୧୩.୫ ହେକ୍ଟର ହେବ ଜଳସେଚିତ

ଆଠମଲ୍ଲିକ, ୩୦ା୯ (ଡି.ଏନ.ଏ.): ଆଠମଲ୍ଲିକ ବ୍ଲକ ମାନଜୋର ମଧ୍ୟମ ଜଳସେଚନ ବିଭାଗ ପକ୍ଷରୁ ଭୂତଳ ପାଇପ ଲାଇନ ଜଳସେଚନ କାର୍ଯ୍ୟର ଭୂମିପୂଜା କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଥିବା ଜଣାଯାଇଛି। ଏହା ପାଇପ୍‌ ଦ୍ୱାରା ପୁରୁଣାମାଣତ୍ରୀଠାରୁ ତଳମୁଣ୍ଡ ପର୍ଯ୍ୟନ୍ତ ଚାଷ ଜମିକୁ ପାଣି ମାଡିବାର ବ୍ୟବସ୍ଥା ଥିବାରୁ ଚାଷୀ ମହଲରେ ସନ୍ତୋଷ ପ୍ରକାଶ ପାଇଛି। ଏଥିପାଇଁ ସମୁଦାୟ ୫୧.୭୧ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଭୂତଳ ପାଇପ ଲାଇନ କାର୍ଯ୍ୟ ଯୋଗୁ ମୋଟ୍‌ ୨୦୧୩.୫ ହେକ୍ଟର ଚାଷଜମି ଜଳସେଚିତ ହୋଇପାରିବ। ସେଥିରୁ ପୁରୁଣାମାଣତ୍ରୀ ପଞ୍ଚାୟତ ଗୋପାଳପୁର ଗ୍ରାମର ୫୯.୮୭ ହେକ୍ଟର, ଜିରାଡ଼ର ୭୫.୯୧, କଇରିଘଣ୍ଟିର ୫୪.୨୭, କୁସୁପୁରର ୫୮.୯, ମହେନ୍ଦ୍ରପୁରର ୫୭.୯୮, ମାଳିପଦରର ୨୦୬.୬୨, ଓଡ଼ସିଙ୍ଗାର ୨୩୧.୨୮ ହେକ୍ଟର, ଆଠମଲ୍ଲିକ ଏନଏସି କଇଁତ୍ରାଗଡ଼ର ୧୪୯.୯୧, ହରିଡ଼ାନାଳୀର ୯୭.୪୩, ମାଣିକପଥରର ୧୪୪.୧୯୭, ପଡିଆନିଶୁଳର ୬୪.୭୮୧, ପାଚେରୀବନ୍ଧର ୭୪.୨୨୧, ଟାଙ୍ଗିଆନିଶାର ୭୦.୧୬୭, ବଜ୍ରକୋଟ ୩୦.୨୮, ପୁଲେଶ୍ୱରର ୨୭.୪୮୬, ଲିପ୍ତିଙ୍ଗାର ୨୪.୭୩୩, ତିମିରବେଡାର ୧୦.୨୫୧, ବରଗାଁର ୮୭.୮୯, ଖଣ୍ଡହତାର ୧୪.୩୬୩, ପଦ୍ମପୋଖରୀର ୭୯.୪୧୬ ଓ ନଅଗାଁ ପଞ୍ଚାୟତ ହରିଡ଼ାକୋଠାର ୨୫.୬୧୧, ଲିପିଲୋଇର ୧୧୯.୧୬୮, ନଅଗାଁର ୯୧.୩୮୮, ସାତବନ୍ଧଲୀର ୨୪.୩୧୩, ଅନ୍ତରସିଙ୍ଗାର ୩୫.୨୯୪, କୃତାର୍ଥପୁରର ୩.୪୩୫, ହରିହରପୁରର ୯.୭୪୯ ଓ ବ୍ରହ୍ମାନନ୍ଦପୁରର ୨୬.୪୩୧ ହେକ୍ଟର ଚାଷଜମି ଜଳସେଚିତ ହେବ ବୋଲି ଜଣାଯାଇଛି। ଏହି ଭୂମିପୂଜା ଉତ୍ସବରେ ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଆଶାକୁମାରୀ ସାହୁ, ଉପାଧ୍ୟକ୍ଷ ଗଦାଧର ସ୍ବାଇଁ, କାଉନସିଲର ଇବ୍ରାହିମ ଖାନ, ମଞ୍ଜରୀ ଦନ୍ତା, ସିଲି ମୁଣ୍ଡା, ପ୍ରୀତି ନାଏକ, ନିର୍ବାହୀଯନ୍ତ୍ରୀ ସୁବ୍ରତ ନାୟକ, ସରପଞ୍ଚ ମମତା ପାତ୍ର, ସମିତିସଭ୍ୟା ବନିତା ସାହୁ, ସରପଞ୍ଚ ସ୍ନିଗ୍ଧା ଦେହୁରୀ, ସମିତିସଭ୍ୟା ପ୍ରତିମା ଦେହୁରୀ ଓ ଠିକାସଂସ୍ଥାର କର୍ମଚାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri