୧୮ ମାସରେ ୨୦୦ କୋଟି ଟିକା, ଭାରତର ରେକର୍ଡ…

ନୂଆଦିଲ୍ଲୀ, ୧୬।୭ : ଦେଶରେ କରୋନା ମହାମାରୀ ବିରୋଧରେ ଲଢ଼େଇରେ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି। ସାର୍ବଜନୀକ ଟିକାକରଣ ଅଭିଯାନରେ ୧୮ ମାସରେ ୨୦୦ କୋଟି ଟିକା ଲକ୍ଷ୍ୟ ପୂରଣ ହୋଇଛି। ଶନିବାର ଭାରତ ଏହି ଟିକାକରଣ ଲକ୍ଷ୍ୟ ହାସଲ କରିଛି। ୧୮ ମାସ ମଧ୍ୟରେ ଭାରତ ଏହି ମାଇଲଖୁଣ୍ଟ ଅତିକ୍ରମ କରିଛି।

ସେଥିମଧ୍ୟରୁ ୧୨ରୁ ୧୪ ବର୍ଷ ବୟସ୍କଙ୍କୁ ୬୪,୦୯୪,୨୯୫ ଟିକା ଦିଆଯାଇଥିବାବେଳେ ୧୫ରୁ ୧୭ ବର୍ଷ ବୟସ୍କଙ୍କୁ ୧୧୦,୯୧୩, ୫୬୨ ଟିକା, ୧୮ରୁ ୪୫ ବର୍ଷ ବୟସ୍କଙ୍କୁ ୧,୧୧୩,୭୮୩,୬୮୮ ଟିକା, ୪୫ରୁ ୬୦ ବର୍ଷ ବୟସ୍କଙ୍କୁ ୪୧୫,୬୮୭, ୬୬୨ ଟିକା ଏବଂ ୬୦ ବର୍ଷରୁ ଅଧିକ ବୟସ୍କଙ୍କୁ ୨୭୮, ୯୨୮,୭୧୯ ଟିକା ପ୍ରଦାନ କରାଯାଇଛି।

ଦେଶର ମୋଟ ଟିକା ଡୋଜରେ ଅଧିକାଂଶ ଲୋକଙ୍କୁ କୋଭିଡଶିଲ୍ଡ ଟିକା ଦିଆଯାଇଛି। ୨୦୦ କୋଟି ଟିକା ଡୋଜ ମଧ୍ୟରୁ ୧୫୯ କୋଟି ଟିକା ଡୋଜ କୋଭିଶିଲ୍ଡ ରହିଛି। ସେହିପରି ୩୩ କୋଟିରୁ ଅଧିକ ଡୋଜ କୋଭାକ୍ସିନ ଦିଆଯାଇଛି। କାର୍ବୋଭାକ୍ସର ୬.୪୧ କୋଟିରୁ ଅଧିକ ଡୋଜ ଦିଆଯାଇଛି। ଏହି ତିନୋଟି ଟିକା ବ୍ୟତୀତ ସ୍ପୁଟନିକ-ଭି ଏବଂ କୋଭାଭାକ୍ସ ଟିକା ମଧ୍ୟ ଦେଶର ଲୋକଙ୍କୁ ଦିଆଯାଇଛି।

ବର୍ତ୍ତମାନ ପର୍ଯ୍ୟନ୍ତ ଅଧିକ ଟିକାକରଣ ଚାଇନାରେ ହୋଇଛି। ସମଗ୍ର ବିଶ୍ୱର ଟିକାରକରଣ ତଥ୍ୟ ଅନୁଯାୟୀ, ଚାଇନାରେ ୩.୪୧ ବିଲିୟନରୁ ଅଧିକ ଟିକା ଡୋଜ ଦିଆଯାଇଛି। ଏଥି ସହିତ ଆମେରିକାରେ ପ୍ରାୟ ୬୦ କୋଟି ଡୋଜ ଟିକା ଦିଆଯାଇଛି। ାଜିଲରେ ମୋଟ ୪୬ କୋଟି ଟିକା ଡୋଜ ପ୍ରୟୋଗ କରାଯାଇଛି। ଏଥି ସହିତ ବ୍ରିଟେନରେ ଏପର୍ଯ୍ୟନ୍ତ ପ୍ରାୟ ୧୫ କୋଟି ଡୋଜ ଦିଆଯାଇଛି।

ଭାରତରେ କୋଭିଡ ଟିକାକରଣ ୧୬ ଜାନୁୟାରୀ ୨୦୨୧ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ଭାରତ ଭଳି ଦେଶରେ, ଯେଉଁଠାରେ ବିଶ୍ୱର ପ୍ରାୟ ୧୭.୫ ପ୍ରତିଶତ ଲୋକ ବାସ କରନ୍ତି, ସାଧାରଣ ଲୋକଙ୍କୁ ଏହି ଟିକା ପ୍ରଦାନ କରିବା ସହଜ ନ ଥିଲା। ଏହା ଏକ ଦୀର୍ଘ ଦିନର ଯାତ୍ରାରେ ସମ୍ଭବ ହୋଇ ଧୀରେ ଧୀରେ ୨୦୦ କୋଟିର ଲକ୍ଷ୍ୟରେ ପହଞ୍ଚିଛି ।

ମହାମାରୀର ପ୍ରାରମ୍ଭିକ ଲକ୍ଷଣଗୁଡିକ ୩୧ ଡିସେମ୍ବର ୨୦୧୯ ରେ ଚାଇନାର ଉହାନରେ ଚିହ୍ନଟ ହୋଇଥିଲା। ଏହା ପରେ, ୩୦ ଜାନୁଆରୀ ୨୦୨୦ ରେ, ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ କରୋନା ମହାମାରୀ ନେଇ ଜନସ୍ବାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲା।

୧୧ ମାର୍ଚ୍ଚ ୨୦୨୦ ରେ,ବିଶ୍ୱସ୍ବାସ୍ଥ୍ୟ ସଂଗଠନ କରୋନାଭାଇରସ ସଂକ୍ରମଣକୁ ମହାମାରୀ ଘୋଷଣା କରିଥିଲା। ଭାରତରେ କରୋନା ଆକ୍ରାନ୍ତର ପ୍ରଥମ ମାମଲା ୩୦ ଜାନୁୟାରୀ ୨୦୨୦ ରେ ଚିହ୍ନଟ କରାଯାଇଥିଲା। ଦେଶର ପ୍ରଥମ କରୋନା ରୋଗୀଙ୍କୁ କେରଳର ଥ୍ରୀସୁରରେ ଚିହ୍ନଟ କରାଯାଇଥିଲା।

କରୋନା ମହାମାରୀ ଯୋଗୁୁ ପ୍ରଥମ ମୃତ୍ୟୁ ୧୨ ମାର୍ଚ୍ଚ ୨୦୨୦ ରେ ଭାରତରେ ରେକର୍ଡ କରାଯାଇଥିଲା। ୧୯ ଏପ୍ରିଲ ୨୦୨୦ ରେ ଭାରତ ସରକାର ଏକ ଉଚ୍ଚ ସ୍ତରୀୟ ଟାସ୍କ ଫୋର୍ସ ଗଠନ କରିଥିଲେ। ୨୦ ଜୁନ ୨୦୨୦ ରେ, ଟିକାର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଅନୁମୋଦନ କରାଯାଇଥିଲା। ମହାମାରୀ ମଧ୍ୟରେ କେନ୍ଦ୍ର ସରକାର ୨୯ ନଭେମ୍ବର ୨୦୨୦ରେ ମହାମାରୀ ବିରୁଦ୍ଧରେ ଲଢ଼ିବା ପାଇଁ ୯୦୦ କୋଟିର ଏକ ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

୯ ପୋଲିସ ଅଧିକାରୀଙ୍କୁ ଫାଶି ଦଣ୍ଡ ଶୁଣାଇଲେ କୋର୍ଟ, ଏହି ମାମଲାର ଶୁଣାଣି କରି…

ନୂଆଦିଲ୍ଲୀ,୬।୪: ତାମିଲନାଡୁର ମଦୁରାଇ ଜିଲା କୋର୍ଟ ପୋଲିସ ହେପାଜତରେ ଜଣେ ପିତା ଏବଂ ପୁଅଙ୍କ ମୃତ୍ୟୁ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୋମବାର (୬ ଏପ୍ରିଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri