୨ ମାସରେ ଧରିଲେଣି ୨୦୦ ସାପ

କେନ୍ଦୁଝର,୨୩ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଘଟଗାଁ ବ୍ଲକ୍‌ ଢେଙ୍କିକୋଟ ମୁସଲିମ ସାହିର ସାପ ଧରାଳି ଅବଦୁଲ ନାଦିର ଅନ୍‌ସାରୀ(୨୪)। ଅଞ୍ଚଳରେ ସାପ ମଣିଷ ଭାବେ ପରିଚୟ ଲାଭ କରିଥିବା ଏହି ଯୁବକ ଗତ ୨ ମାସ ମଧ୍ୟରେ ୨ ଶହରୁ ଊର୍ଦ୍ଧ୍ୱ ସାପ ଧରିଲେଣି। ଲୋକଙ୍କ ଘରବାଡ଼ିରେ ସାପ ବାହାରିଲେ ସର୍ବଦା ତାଙ୍କୁ ଖୋଜାପଡ଼େ। ବିଶେଷ କରି ବର୍ଷାଦିନେ ଜଙ୍ଗଲ ଘେରା କେନ୍ଦୁଝର ଜିଲାରେ ସାପ କାମୁଡ଼ାରେ ମୃତ୍ୟୁ ସଂଖ୍ୟା ଅଧିକ ରହୁଛି। ଘଟଗଁା ଅଞ୍ଚଳରେ ମଧ୍ୟ ପ୍ରାୟତଃ ସାପ କାମୁଡ଼ା ମାମଲା ଆସୁଛି। ଏ ନେଇ ଖବର ମିଳିବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚତ୍ ସାପ ଉଦ୍ଧାର କରିଥାନ୍ତି। ଏନେଇ କୌଣସି ପାରିଶ୍ରମିକ ମିଳୁ ନ ଥିଲେ ମଧ୍ୟ ନିଜର ଖୁସି ଓ ସେବା ମନୋବୃତ୍ତିରେ କରୁଥିବା ସେ କହିଛନ୍ତି।
ନାଦିର କହିଛନ୍ତି, ଅର୍ଥାଭାବରୁ ୬ଷ୍ଠରୁ ପାଠ ଛାଡ଼ି ଘରେ ରହିଥିଲେ। ୧୫ ବର୍ଷରୁ ସେ ସାପ ଧରିବା କୌଶଳ ଶିଖିଥିଲେ। ଏଥିପାଇଁ ଖଣ୍ଟଘର ଗ୍ରାମର ବବି ଭାଇ ସହାୟତା କରିଛନ୍ତି। ପ୍ରଥମେ ବିଷ ନ ଥିବା ସାପକୁ ଧରିବା କୌଶଳ ଶିଖିବା ପରେ ବିଷାକ୍ତ ସାପ ଧରିବା ଶିଖିଲେ। ସାପ କାହାର କ୍ଷତି କରେ ନାହିଁ। ନିଜର ପ୍ରତିରକ୍ଷା ପାଇଁ କାମୁଡ଼ିଦେଇଥାଏ। ଏଣୁ ସାପ ନ ମାରି ତାଙ୍କୁ ସୂଚିତ କରିବାକୁ ଲୋକଙ୍କୁ ପରାମର୍ଶ ଦେଇଥାନ୍ତି। ଦିନରାତି ଯେ କୌଣସି ସମୟରେ ଖବର ମିଳିଲେ ଘଟଣାସ୍ଥଳରେ ପହଞ୍ଚତ୍ ସାପକୁ ଧରି ପାଖ ଜଙ୍ଗଲରେ ଛାଡ଼ି ଦିଅନ୍ତି। ପୂର୍ବରୁ ଅନେକ ସାପ ଧରିଥିବା ବେଳେ ଗତ ୨ ମାସରେ ଉକ୍ତ ଅଞ୍ଚଳରୁ ଗୋଖର, ଚିତି, ରଣା, ଡାଳୁଅ ନାଗ ଭଳି ବହୁ ବିଷାକ୍ତ ଓ ଅଜଗର, ଢମଣା ଭଳି ବିଷ ନ ଥିବା ୨ଶହରୁ ଊର୍ଦ୍ଧ୍ୱ ସାପ ଧରିଥିବା କୁହନ୍ତି। ସାପ ଧରିବା ସମୟରେ ସେ ବହୁ ଥର ସାପ କାମୁଡ଼ାର ଶିକାର ମଧ୍ୟ ହୋଇଥିବା କହିଛନ୍ତି। ଏଥିପାଇଁ ସେଭଳି କୌଣସି ପ୍ରଶାସନିକ ସ୍ତରରେ ସହାୟତା ଓ ସମ୍ମାନ ମିଳିନାହିଁ। ବେଳେ ବେଳେ କେତେଜଣ ଲୋକ ଖୁସିରେ କିଛି ଆର୍ଥିକ ସହାୟତା କରିଥାନ୍ତି। ଏଥିପାଇଁ ତାଙ୍କୁ ବିଭିନ୍ନ ସ୍ଥାନରୁ ଶୁଭେଚ୍ଛା ବାର୍ତ୍ତା ଆସିବା ସହ ବିଭିନ୍ନ ସଙ୍ଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଘରେ ବାପା ଏମ୍‌ଡି ତହୁର ଅନସାରୀ, ଭାଇ ଅବଦୁଲ କାଦିର ଅନସାରୀ ଥିବା ବେଳେ ୧୦ ବର୍ଷ ବୟସରେ ମା’ଙ୍କୁ ହରାଇଥିବା କୁହନ୍ତି। ଭାଇ ଫୁଟ୍‌ପାଥରେ କପଡ଼ା ଦୋକାନ କରି ପରିବାର ଚଳାନ୍ତି। ସେ ଲୋକଙ୍କ ସେବା କରିବା ସହ ଭାଇଙ୍କୁ ବ୍ୟବସାୟରେ ସହଯୋଗ କରନ୍ତି। ଏଥିସହ ଏକ ନ୍ୟୁଜ୍‌ ପୋର୍ଟାଲ ଚ୍ୟାନେଲରେ ଖବରଦାତା ଭାବେ କାର୍ଯ୍ୟ କରୁଥିବା କହିଛନ୍ତି। ପ୍ରଶାସନିକ ସ୍ତରରେ ଯୁବକଙ୍କୁ ସହାୟତା ଦେବା ଉଚିତ ବୋଲି ସାମାଜିକ କର୍ମୀ ତପନ କୁମାର ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ସ୍କୁଲରୁ ଘରକୁ ଫେରିବା ବେଳେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ

ପୁରୁଷୋତ୍ତମପୁର,୧୦ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

ଟ୍ରକ୍‌କୁ ସାଇଡ୍‌ ଦେବାକୁ ଯାଇ ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କତଳକଇଠା ଗ୍ରାମ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ବୁଧବାର ଜଣେ...

ମହିଳାଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଲେ ଅନିରୁଦ୍ଧାଚାର୍ଯ୍ୟ, ମାମଲା ରୁଜୁ

ନୂଆଦିଲ୍ଲୀ,୧୦।୧୨: ଆଧ୍ୟାତ୍ମିକ ଗୁରୁ ଅନିରୁଦ୍ଧାଚାର୍ଯ୍ୟ ମହିଳାମାନଙ୍କ ବିଷୟରେ ଦେଇଥିବା କିଛି ଆପତ୍ତିଜନକ ମନ୍ତବ୍ୟକୁ ନେଇ ବିବାଦ ଘେରକୁ ଆସିଛନ୍ତି। ଏହି ମାମଲାରେ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍...

ଟାଟା ପାଓ୍ବାରରେ ଚାଲିଛି ଛଟେଇ: ପ୍ରତିବାଦରେ ଏସ୍‌ଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭଞ୍ଜନଗର,୧୦ା୧୨(ବାବୁଲା ପ୍ରଧାନ): ଟାଟା ପାଓ୍ବାରରେ ଆଉଟସୋର୍ସିଂ କର୍ମଚାରୀଙ୍କୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ପରୋକ୍ଷରେ ଠିକାଦାର ସଂସ୍ଥା ଉପରେ ଚାପ ପକାଇ ବିଭିନ୍ନ ସମୟରେ ଛଟେଇ କରୁଛନ୍ତି।...

ଜୁନାଗଡ଼ରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ଲାଇସେନ୍ସ ନବୀକରଣ ନ ହେବା ଯାଏ ଖାଦ୍ୟ ସାମଗ୍ରୀ ଉତ୍ପାଦନ ବନ୍ଦ

ଜୁନାଗଡ଼,୧୦ା୧୨(ଉତ୍ତମ ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ସହରର ବିଭିନ୍ନ ଖାଦ୍ୟ ଦୋକାନରେ ବୁଧବାର ଧର୍ମଗଡ଼ ଉପଖଣ୍ଡ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି।...

ଇଣ୍ଡିଗୋ ଉଡ଼ାଣ ତଦାରଖ ପାଇଁ ଗଠନ ହେଲା ଟିମ୍‌

ନୂଆଦିଲ୍ଲୀ,୧୦ା୧୨: ଇଣ୍ଡିଗୋ ଉଡ଼ାଣ ତଦାରଖ ପାଇଁ ଏକ ଟିମ୍‌ ଗଠନ କରାଯାଇଛି। ବିମାନ ଚଳାଚଳ ନିୟାମକ ଡିରେକ୍ଟୋରେଟ ଜେନେରାଲ ଅଫ୍‌ ସିଭିଲ ଏଭିଏସନ (DGCA) ବୁଧବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri