ଖତ ଖାଉଛି ୨୦୦ କୁଇଣ୍ଟାଲ ଫାଇଲିନ ଚାଉଳ

ବାହାନଗା, ୨୬।୬(ଡି.ଏନ.ଏ.) ଫାଇଲିନ ବାତ୍ୟାକୁ ପୂରିଲାଣି ୮ବର୍ଷ ୬ମାସ। ହେଲେ ଫାଇଲିନରେ କ୍ଷତିଗ୍ରସ୍ତ ପରିବାର ଲାଗି ରିଲିଫ୍‌ ବାବଦକୁ ଆସିଥିବା ୨ଶହରୁ ଊର୍ଦ୍ଧ୍ୱ କୁଇଣ୍ଟାଲ ଚାଉଳ ଏବେ ବି ପଞ୍ଚାୟତ ଗୋଦାମରେ ପଡିରହିଛି। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲା ବାହାନଗା ବ୍ଲକ ବାହାନଗା ପଞ୍ଚାୟତରେ।
ଅକ୍ଟୋବର ୧୨ତାରିଖରେ ଘୂର୍ଣ୍ଣିବାତ୍ୟା ଫାଇଲିନ୍‌ ଓଡିଶା ରାଜ୍ୟ ଉପକୂଳରେ ମାଡ଼ ହୋଇଥିଲା। ଏଥିରେ ବହୁ ଜନଜୀବନ ସମେତ ଘରଦ୍ୱାରା କ୍ଷତିଗ୍ରସ୍ତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ସରକାର ବାତ୍ୟା ପରେ କ୍ଷତିଗ୍ରସ୍ତ ପରିବାରଙ୍କୁ ମାଗଣାରେ ରିଲିଫ୍‌ ବାବଦକୁ ଚାଉଳ ଯୋଗାଇ ଦେଇଥିଲେ। ଯୋଗାଣ ବିଭାଗ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ପ୍ରତି ପଞ୍ଚାୟତକୁ ଶହ ଶହ କୁଇଣ୍ଟାଲ ଚାଉଳ ଲୋକଙ୍କୁ ବାଣ୍ଟିବା ପାଇଁ ଯୋଗାଇ ଦେଇଥିଲେ। ମାତ୍ର ସେହି ଚାଉଳ ଲୋକଙ୍କୁ ଦେବା ପରେ ଆହୁରି ୨ଶହରୁ ଊର୍ଦ୍ଧ୍ୱ କୁଇଣ୍ଟାଲ ଚାଉଳ କିପରି ବଳିଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଫାଇଲିନ ହେବାର ୮ବର୍ଷ ୬ ମାସ ବିତିଯାଇଥିଲେ ମଧ୍ୟ ସେ ବାବଦକୁ ଆସିଥିବା ରିଲିଫ୍‌ ଚାଉଳ ଲୋକଙ୍କୁ ନ ବାଣ୍ଟି କ’ଣ ପାଇଁ ପଞ୍ଚାୟତରେ ଏବେ ଚାଉଳ ଗଚ୍ଛିତ ରଖାଯାଇଛି। ଯଦି କ୍ଷତିଗ୍ରସ୍ତ ଲୋକଙ୍କୁ ଚାଉଳ ବଣ୍ଟାଯାଇଛି ତା’ ହେଲେ ବଳକା ଚାଉଳ ଯୋଗାଣ ବିଭାଗକୁ କାହଁିକି ଫେରାଇ ଦିଆଯାଇନାହିଁ। ଏତେ ବର୍ଷ ହେଲାଣି ପଞ୍ଚାୟତ ଗୋଦାମରେ କ’ଣ ପାଇଁ ଗଚ୍ଛିତ ହୋଇରହିଛି। ପଞ୍ଚାୟତ ଗୋଦାମରେ ରହିଥିବା ଚାଉଳ ଏବେ ପୋକ ସାଲୁବାଲୁ ହୋଇ ନଷ୍ଟ ହୋଇଯିବଣି। ଅନ୍ୟପକ୍ଷରେ ଗୋଦାମ ଘର ଭିତରେ ମୂଷା ଓ ସାପ ରହିଥିବା ଅନୁମାନ କରାଯାଉଛି। କାରଣ ଗୋଦାମ ଘରର ଚାବି କାହାପାଖରେ ଅଛି ତାହା କେହି କହିପାରୁନାହାନ୍ତି ା ଗୋଦାମ କବାଟ ପାଖରେ ମୂଷା ତାଡି ମାଟି ଭର୍ତ୍ତି କରିଥିବା ଦେଖାଯାଉଛି। ଗଚ୍ଛିତ ଚାଉଳ ବାବଦରେ ବର୍ତ୍ତମାନର ସରପଞ୍ଚ ବ୍ରଜେନ୍ଦ୍ର କୁମାର ପଣ୍ଡା କହନ୍ତି ଗୋଦାମ ଘରର ଚାବି ମୋ ପାଖରେ ନାହିଁ ା ମୁଁ ଦାୟିତ୍ୱ ନେବା ପରେ ପୂର୍ବତନ ସରପଞ୍ଚଙ୍କୁ ଚାବି ବାବଦରେ ମାଗିବାରୁ ତାଙ୍କ ନିକଟରେ ନାହିଁ ବୋଲି କହିଥିଲେ। ଏ ବାବଦରେ ସରପଞ୍ଚ ବାହାନଗା ବିଡିଓ, ଜିଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏଥିପ୍ରତି କେହି ପଦକ୍ଷେପ ନେଉନାହାନ୍ତି। ସରପଞ୍ଚ ପଣ୍ଡା ତା୨୩ା୫ା୨୨ରିଖରେ ବାଲେଶ୍ୱର ଜିଲାର ତକତ୍ାଳୀନ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କେହି ଗୋଦାମ ଖୋଲି ଚାଉଳର ସ୍ଥିତ କଣ ସେ ବିଷୟରେ କିଛି ପଦକ୍ଷେପ ନେଉନାହାନ୍ତି। ଏ ବିଷୟରେ ବାହାନଗା ବିଡିଓ ଦାୟିତ୍ୱରେ ଥବା ସୋର ବିଡିଓ ସୁଶାନ୍ତ କୁମାର ବାରିକ କହନ୍ତି ମୁଁ ଦାୟିତ୍ୱ ନେବାର ୧୫ଦିନ ହୋଇଛି ସେ ବାବଦରେ କିଛି କହିପାରିବି ନାହିଁ। ମୋ ପାଖରେ କେହି କିଛି ଅଭିଯୋଗ କରିନାହାନ୍ତି ା ୨୦୧୩ରେ ଥିବା ବିଡିଓ ଓ ତହସିଲଦାରଙ୍କ ସମେତ ସରପଞ୍ଚ ସେମାନେ ଫାଇଲିନ୍‌ ଚାଉଳ ଗଚ୍ଛିତ ହୋଇ ରହିବା ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ଦେଇପାରିବେ। ସରପଞ୍ଚ ପଣ୍ଡା କହନ୍ତି ଜିଲାପାଳଙ୍କୁ ଅଭିଯୋଗ କରିବା ପରେ କେହି କିଛି ବୁଝୁନାହାନ୍ତି ା
ତେବେ ମୁଁ ଖୁବ୍‌ଶୀଘ୍ର ଭୁବନେଶ୍ୱରକୁ ଯାଇ ଏସ୍‌ଆରସିଙ୍କଠାରେ ଅଭିଯୋଗ କରିବି ବୋଲି ପ୍ରକାଶ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…

ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଖାଉଥିଲେ ପରିବାର ଲୋକେ: ହଠାତ୍‌ ଘରେ ପଶିଲେ ୬ ଲୋକ, ଆଉ ତା’ପରେ ଘଟିଗଲା…

ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ):ବାଲେଶ୍ୱର ଜିଲାର ନୀଳଗିରିରେ ଏକ ଅଜବ ଚୋରି ଘଟଣା ଦେଖିବାକୁ ମିଳିଛି। ବୁଧବାର ରାତିରେ ପରିବାର ଲୋକେ ଘର ଭିତରେ ଖାଉଥିଲେ। ହଠାତ୍‌ ୬ଜଣ…

ଅଲୋଡ଼ାଙ୍କୁ ଭରସା: ସରଗରମ ବାଲେଶ୍ୱର ରାଜନୀତି

ବାଲେଶ୍ୱର,୨୬ା୩(ବାଞ୍ଛାନିଧି ଦେ):ବାଲେଶ୍ୱର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗତ କିଛିଦିନ ଧରି ଜିଲାର ରାଜନୈତିକ ବାତାବରଣ ସରଗରମ ରହିଛି। ପୂର୍ବତନ ଏମ୍‌ପି ରବୀନ୍ଦ୍ର କୁମାର ଜେନା ଭାଜପାରେ…

ତଣ୍ଟି କାଟି ଯୁବକଙ୍କୁ ନିର୍ମମ ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା ଉପରେ ଯୁବକ…

ବାଲେଶ୍ଵର, ୨୪/୩( ବାଞ୍ଛାନିଧି ଦେ): ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ନିକଟ ସାଇ ମନ୍ଦିର ଗଳି ନିକଟରେ ଜଣେ ଯୁବକକୁ ତଣ୍ଟି କାଟି ନିର୍ମମ…

ପୁଅର ବର୍ବରକାଣ୍ଡ: ବାପାଙ୍କୁ ବାଡେଇ ବାହାରୁ ତାଲାଦେଇ ଘର ଭାଙ୍ଗିଲେ ପୁଅ

ଖଇରା,୨୪।୩(ଉତ୍କଳ ବନ୍ଧୁ ପଣ୍ଡା ): ବାଲେଶ୍ବର ଜିଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଅଧୀନ ମୁସ୍ତଫାବାଦ ଗ୍ରାମରେ ପୁଅର ଆକ୍ରମଣରେ ବାପା ଲହୁଲୁହାଣ ହେବା ପରେ ବାପାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri