Posted inଜାତୀୟ

ଆଜି ୨୦୦ ପିଆଇଏଲ୍‌ ଶୁଣାଣି

ନୂଆଦିଲ୍ଲୀ,୧୨ା୯: ସୁପ୍ରିମକୋର୍ଟରେ ସୋମବାର ୨୦୦ରୁ ଊର୍ଦ୍ଧ୍ୱ ଜନସ୍ବାର୍ଥ ମାମଲା (ପିଆଇଏଲ୍‌)ର ଶୁଣାଣି କରାଯିବ। ଏହା ମଧ୍ୟରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ମାମଲା ହେଉଛି ବିବାଦୀୟ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଇଣ୍ଡିଆନ୍‌ ୟୁନିୟନ୍‌ ଅଫ୍‌ ମୁସଲିମ୍‌ ଲିଗ୍‌ (ଏଆଇୟୁଏମ୍‌ଏଲ୍‌) ପକ୍ଷରୁ ଦାଖଲ ହୋଇଥିବା ଆବେଦନ। ପ୍ରଧାନ ବିଚାରପତି (ସିଜେଆଇ) ୟୁ.ୟୁ. ଲଳିତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସିଏଏ ମାମଲାର ଶୁଣାଣି କରିବେ, ଯାହାକୁ ନେଇ ଦେଶବ୍ୟାପୀ ବିକ୍ଷୋଭର ନିଅଁା ଜଳିଥିଲା।

ସୁପ୍ରିମକୋର୍ଟ ଓ୍ବେବ୍‌ସାଇଟ୍‌ରେ ପ୍ରଦତ୍ତ ତଥ୍ୟାନୁସାରେ ସିଜେଆଇ ୟୁ.ୟୁ. ଲଳିତ ଏବଂ ଜଷ୍ଟିସ୍‌ ଏସ୍‌.ରବୀନ୍ଦ୍ର ଭଟ୍ଟଙ୍କ ଖଣ୍ଡପୀଠ ୨୨୦ ପିଟିଶନର ଶୁଣାଣି ସୋମବାର କରିବା ପାଇଁ ତାଲିକାଭୁକ୍ତ କରିଛନ୍ତି। ସିଏଏକୁ ଚ୍ୟାଲେଞ୍ଜ ସମେତ ପ୍ରାୟ ଦୁଇବର୍ଷ ଧରି ବିଚାରାଧୀନ ଥିବା ଅନେକ ପିଆଇଏଲ୍‌ର ଶୁଣାଣି କରାଯିବ। ସେଗୁଡ଼ିକ ମଧ୍ୟରୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଆବେଦନ ‘ଓ୍ବି ଦି ଓ୍ବିମେନ୍‌ ଅଫ୍‌ ଇଣ୍ଡିଆ’ ସଙ୍ଗଠନ ପକ୍ଷରୁ କରାଯାଇଛି। ଭାରତରେ ମହିଳାଙ୍କ ବିରୋଧରେ ଘରୋଇ ହିଂସା ବନ୍ଦ ନେଇ ୧୫ ବର୍ଷ ପୂର୍ବେ ଆଇନ ପ୍ରଣୟନ ସତ୍ତ୍ୱେ ଏହା ବଢ଼ିବାରେ ଲାଗିଛି। ସେମାନଙ୍କୁ ଘରୋଇ ହିଂସାରୁ ସୁରକ୍ଷା ଦେବା ଆଇନ ଅଧୀନରେ ସାରା ଦେଶରେ ପର୍ଯ୍ୟାପ୍ତ ଭିତ୍ତିଭୂମି ନିର୍ମାଣ କରି ପୀଡ଼ିତାମାନଙ୍କୁ ପ୍ରଭାବଶାଳୀ ଢଙ୍ଗରେ ଆଇନଗତ ସହାୟତା ପ୍ରଦାନ କରିବା ପାଇଁ ଏଥିରେ ପ୍ରାର୍ଥନା କରାଯାଇଛି।

୨୦୧୯ ଡିସେମ୍ବର ୧୮ରେ ସର୍ବୋଚ୍ଚ ଅଦାଲତ ସିଏଏ କାର୍ଯ୍ୟକାରୀତା ଉପରେ ସ୍ଥଗିତାଦେଶ ଜାରି କରିବାକୁ ମନା କରିଥିଲେ। କିନ୍ତୁ କେନ୍ଦ୍ର ସରକାରଙ୍କୁ ନୋଟିସ କରିଥିଲେ। ସଂଶୋଧିତ ଆଇନ ବଳରେ ୨୦୧୪ ଡିସେମ୍ବର ୩୧ ପୂର୍ବରୁ ଭାରତ ଆସିଥିବା ହିନ୍ଦୁ, ଶିଖ, ବୌଦ୍ଧ, ଖ୍ରିଷ୍ଟିୟାନ, ଜୈନ ଓ ପାର୍ସି ଭଳି ଅଣମୁସଲମାନ ପ୍ରବାସୀ ସମୁଦାୟଙ୍କୁ ନାଗରିକତ୍ୱ ପ୍ରଦାନ ବ୍ୟବସ୍ଥା କରାଯାଇଛି। ତେବେ ଏହାଦ୍ୱାରା ମୌଳିକ ସମାନତା ଅଧିକାର ଉଲ୍ଲଂଘନ ହେଉଥିବା ଦର୍ଶାଇ ଏଆଇୟୁଏମ୍‌ଏଲ୍‌ ପକ୍ଷରୁ ଏହାର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରାଯାଇଥିଲା। ସୁପ୍ରିମକୋର୍ଟ ୨୦୨୦ ଜାନୁୟାରୀ ଦ୍ୱିତୀୟ ସପ୍ତାହ ସୁଦ୍ଧା ଜବାବ ଦାଖଲ ନିମନ୍ତେ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଥିଲେ। ତେବେ କୋଭିଡ୍‌-୧୯ ଜନିତ କଟକଣା ଯୋଗୁ ଏହାର ଶୁଣାଣି ହୋଇପାରି ନ ଥିଲା। ସିଏଏକୁ ବିରୋଧ କରି ପିଟିଶନ ଦାଖଲ କରିଥିବା ଅନ୍ୟ ବ୍ୟକ୍ତିବିଶେଷ ଓ ସଂସ୍ଥାଗୁଡ଼ିକ ହେଲେ ଆର୍‌ଜେଡିର ମନୋଜ ଝା, ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ଅସାଦୁଦ୍ଦିନ ଓଓ୍ବାଇସି, ଜମାତ୍‌ ଉଲେମା-ଇ-ହିନ୍ଦ, ପିସ୍‌ ପାର୍ଟି ଏବଂ ସିପିଆଇ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ସହାୟତା ଦାବି

ଦିଗପହଣ୍ଡି,୨୫।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ଗତ...

ମତ୍ସ୍ୟ ଚାଷ ପ୍ରତି ବଢୁଛି ଆଗ୍ରହ: ଚାଷୀଙ୍କୁ ୪୦ ରୁ ୫୦ ପ୍ରତିଶତ ମିଳୁଛି ସବସିଡି

ଭଞ୍ଜନଗର,୨୫/୧୨(ବାବୁଲା ପ୍ରଧାନ): ଚିକେନ, ମଟନ ଅପେକ୍ଷା ମାଛ ସ୍ବାସ୍ଥ୍ୟ ପାଇଁ ହିତକର। ତେଣୁ ମାଛ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି। କିନ୍ତୁ ଗଞ୍ଜାମ ଜିଲାରେ ଆବଶ୍ୟକତା...

ଆଶ୍ଚର୍ଯ୍ୟ ଲାଗିଲେ ବି ସତ, ପୋଷା କୁକୁର ପାଇଁ ଫିନାଇଲ ପିଇ ଜୀବନ ହାରିଲେ ଦୁଇ ଭଉଣୀ

ନୂଆଦିଲ୍ଲୀ,୨୫।୧୨: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦୁଇ ଭଉଣୀ ଫିନାଇଲ୍ ପିଇ ଆତ୍ମହତ୍ୟା କରିଛନ୍ତି । ଏହାର  କାରଣ...

ହିଲଭିୟୁ ପାର୍କରେ ଟ୍ରେନ ଦୁର୍ଘଟଣା: ଟ୍ରାକ ବାହାରକୁ ଚାଲିଗଲା ବଗି

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ହିଲଭିୟୁ ପାର୍କରେ ଛୁଟିଦିନ ରହିଥିବାରୁ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ...

ଜାତୀୟ କବାଡ଼ି ପ୍ରତିଯୋଗିତାରେ ଭାଗ ନେବେ ଓଡ଼ିଆ ପୁଅ ଶିବପ୍ରସାଦ

ଗଞ୍ଜାମ,୨୫ା୧୨(ବିଦ୍ୟାଧର ସାହୁ): ଆସନ୍ତା ୬ ତାରିଖରେ ରାଇପୁର ଭିଲାଇ ରାଜକୁମାର କଲେଜରେ ଅନୁଷ୍ଠିତ ହେବ ନ୍ୟାଶନାଲ ଇଭେଣ୍ଟ କବାଡ଼ି। ଏହି ପ୍ରତିଯୋଗିତାରେ ଖେଳିବାକୁ ଓଡ଼ିଶାର ଦୁଇ...

ଶୀତକୁ ନାହିଁ ଖାତିର, ଦାରିଙ୍ଗବାଡ଼ିରେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡ଼ି,୨୫ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ପୁଣି ବଢ଼ିଲା ଶୀତର ପ୍ରକୋପ। ବିଭିନ୍ନ ସ୍ଥାନରେ ଘନକୁହୁଡି ସହ ଶୀତ ଦ୍ବିଗୁଣିତ ହୋଇଛି। ଗୁରୁବାର ସକାଳେ...

ଗୁଲୁଆଙ୍କ ଗୁମର ଖୋଲିଦେଲେ ସ୍ତ୍ରୀ: ନୂଆ ନୂଆ ଝିଅଙ୍କୁ ଧରି….

ଭୁବନେଶ୍ୱର,୨୫।୧୨: ଓଡ଼ିଆ କମେଡିଆନ୍‌ ଗୁଲୁଆଙ୍କ ସାଂସାରିକ ଜୀବନରେ ଆସିଛି ଝଡ଼। ଜୀବନ ପ୍ରତି ବିପଦ ଥିବା ଗୁଲୁଆ ଅଭିଯୋଗ କରିବା ପରେ ତାଙ୍କ ସ୍ତ୍ରୀ ତଥା...

VHT 2025: ବିଜୟ ହଜାରେ ଟ୍ରଫିରୁ ବାଦ ପଡ଼ିଲେ ବୈଭବ ସୂର୍ଯ୍ୟବଂଶୀ, କାରଣ…

ନୂଆଦିଲ୍ଲୀ,୨୫।୧୨: ବୈଭବ ସୂର୍ଯ୍ୟବଂଶୀଙ୍କ ଫ୍ୟାନ୍ସଙ୍କୁ ଝଟକା । ଅଣ୍ଡର-୧୯ ଏସିଆ କପରେ ଏକ ଚମତ୍କାର ଇନିଂସ ଖେଳିବା ପରେ, ବୈଭବ ବିଜୟ ହଜାରେ ଟ୍ରଫିରେ ମଧ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri