Posted inଜାତୀୟ

୩୦ ହଜାର ଲୋକଙ୍କଠାରୁ ୨୦୦ କୋଟି ଠକେଇ

ନୂଆଦିଲ୍ଲୀ,୨୯।୧: ଘରେ ରହି ବୃହତ୍‌ ଇ-କମର୍ସ ସାଇଟ୍‌ରେ କାମ କରିବାର ପ୍ରଲୋଭନ ଦେଖାଇ ୩୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କଠାରୁ ୨୦୦ କୋଟି ଟଙ୍କା ଠକିନେଇଛନ୍ତି ଅନ୍ତର୍ଜାତୀୟ ଠକ ରାକେଟ୍‌। ପୋଲିସ ୩ ଜଣଙ୍କୁ ଗିରଫ କରି ତଦନ୍ତ ଚଳାଇଛି। ସେମାନେ ବ୍ୟବହାର କରୁଥିବା ଓ୍ବେବ୍‌ସାଇଟର ସର୍ଭର ଚାଇନାରେ ହୋଇଥିବାବେଳେ ଦୁବାଇର କେତେକ କମ୍ପାନୀ ସହ ଅର୍ଥ କାରବାର ହେଉଥିଲା। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ପେଟିଏମ୍‌ର ଜଣେ ପୂର୍ବତନ ଡେପୁଟି ମ୍ୟାନେଜର ଅଛନ୍ତି। ମୁଖ୍ୟ ଅଭିଯୁକ୍ତ ଜର୍ଜିଆରେ ରହିଥିବାବେଳେ ଉକ୍ତ ଗ୍ୟାଙ୍ଗ୍‌ର ଛତିଶଗଡ଼, ମୁମ୍ବାଇ, ହରିୟାଣା, ଦିଲ୍ଲୀ ଓ ପଞ୍ଜାବ ସହ ଲିଙ୍କ୍‌ ରହିଥିବା ପୋଲିସ କହିଛି।

ଗତବର୍ଷ ସେପ୍ଟେମ୍ବର ୨୬ରେ ଜଣେ ମହିଳାଙ୍କଠାରୁ ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଦିଲ୍ଲୀର ରୋହିଣୀ ଅଞ୍ଚଳରେ ରହୁଥିବା ଏହି ମହିଳା ଜଣକ ଇନ୍‌ଷ୍ଟାଗ୍ରାମରେ ଏକ ବିଜ୍ଞାପନ ଦେଖିଥିଲେ। ଏଥିରେ ଘରେ ରହି ଦିନକୁ ୧୫ ହଜାର ଟଙ୍କା ରୋଜଗାର କରିବାର ଅଫର ଦିଆଯାଇଥିଲା। ମହିଳା ଜଣକ ଏଥିପାଇଁ ନିଜକୁ ପଞ୍ଜୀକୃତ କରିଥିଲେ। ଏକ ନିର୍ଦ୍ଦିଷ୍ଟ ଅନ୍‌ଲାଇନ ସାମଗ୍ରୀ ବିକ୍ରି ବଢ଼ାଇବାକୁ ତାଙ୍କୁ କୁହାଯାଇଥିଲା। ସେ ଯେଉଁ ଓ୍ବେବ୍‌ସାଇଟ ସ୍କ୍ରିନ୍‌ରେ କାମ କରୁଥିଲେ, ସେଥିରେ ମହିଳାଙ୍କ ଓ୍ବାଲେଟ୍‌ରେ ଟଙ୍କା ଜମା ହେଉଥିବା ଦେଖିବାକୁ ମିଳୁଥିଲା। କିନ୍ତୁ ତାଙ୍କ ନିଯୁକ୍ତିଦାତା ରିହାତି ଦରରେ ଅଧିକ ଅନ୍‌ଲାଇନ ସାମଗ୍ରୀ କିଣିବାକୁ ତାଙ୍କୁ କହୁଥିଲେ। ମହିଳା ଜଣକ ୪ ଥରରେ ମୋଟ ୧.୨ ଲକ୍ଷ ଟଙ୍କା ପୈଠ କରିବା ପରେ ତାଙ୍କ ଆକାଉଣ୍ଟକୁ ଆଦୌ ଟଙ୍କା ଆସି ନ ଥିବା ଜାଣିବାକୁ ପାଇଥିଲେ। ଅଭିଯୋଗ ମିଳିବା ପରେ ନଭେମ୍ବର ୨୦ରେ ଦିଲ୍ଲୀ ପୋଲିସର ଆଉଟର ନର୍ଥ ଜିଲା ସାଇବର ଥାନାରେ ମାମଲା ରୁଜୁ ହୋଇଥିଲା। ଏସିପି ଯଶପାଲ ସିଂଙ୍କ ନେତୃତ୍ୱରେ ତଦନ୍ତକାରୀ ଟିମ୍‌ ଅନୁଧ୍ୟାନ କରିବା ପରେ ଏକ ଟେଲିଗ୍ରାମ ଆଇଡି ପାଇଥିଲେ। ଚାଇନାର ବେଜିଂରୁ ସ୍କାମରମାନେ ଏହି ଆଇଡି ଚଳାଉଥିଲେ। ଏହା ବ୍ୟତୀତ ବିଦେଶରୁ ପରିଚାଳିତ ହେଉଥିବା ଏକ ହ୍ବାଟ୍ସଆପ୍‌ ନମ୍ବର ମଧ୍ୟ ମିଳିଥିଲା। ଏଥିରେ କାରବାର ହୋଇଥିବା ଅର୍ଥ ଯାଞ୍ଚ କରିବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଥିଲା। ଠକାମିର ଶିକାର ହୋଇଥିବା ଲୋକେ ଏକ ସେଲ୍‌ କମ୍ପାନୀ ଆକାଉଣ୍ଟରେ ଟଙ୍କା ଜମା କରିଥିବା ଜଣାପଡ଼ିଥିଲା। ଏଥିରେ ଦୈନିକ କାରବାର ପରିମାଣ ଥିଲା ହାରାହାରି ୫.୨ କୋଟି ଟଙ୍କା। ପୋଲିସ ଅଭିଷେକ ଗର୍ଗ(୪୦), ସତୀଶ ଯାଦବ (୩୬) ଏବଂ ସନ୍ଦୀପ ମହଲା (୩୨)ଙ୍କୁ ଗିରଫ କରିଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୦ ହଜାର ଲୋକଙ୍କଠାରୁ ୨୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ହୋଇଥିବା ଜଣାପଡ଼ିଛି। ଏହି ଦୁର୍ନୀତି ମାମଲାରେ ଆହୁରି ଅଧିକ ଲୋକ ଗିରଫ ହେବେ ବୋଲି ଆଉଟର ନର୍ଥ ଡିସିପି ଦେବେଶ ମହଲା କହିଛନ୍ତି। ଜର୍ଜିଆରେ ଥିବା ମୁଖ୍ୟ ଅଭିଯୁକ୍ତଙ୍କୁ ଗର୍ଗ ବୈଷୟିକ ସହାୟତା ଯୋଗାଉଥିଲେ। ଏହା ସହାୟତାରେ ସେମାନେ ବିଭିନ୍ନ ଲୋକଙ୍କ ସହ ଯୋଗାଯୋଗ କରୁଥିଲେ। ଦିଲ୍ଲୀ ୟୁନିଭର୍ସିଟିର ସ୍ନାତକ ତଥା ଦିଲ୍ଲୀ ବାସିନ୍ଦା ଯାଦବ ପୂର୍ବରୁ ବିଭିନ୍ନ କମ୍ପାନୀରେ କାମ କରିଥିଲେ। ସେ ମିରର ଆପ୍‌ ବ୍ୟବହାର କରି ମୁଖ୍ୟ ଅଭିଯୁକ୍ତଙ୍କ ମୋବାଇଲ ଫୋନ୍‌ ସହ ଓଟିପି ଆକ୍ସେସ ସୁବିଧା କରୁଥିଲେ। ସନ୍ଦୀପ ଇ-ଓ୍ବାଲେଟ ମାଧ୍ୟମରେ ବିଦେଶକୁ ଅର୍ଥ ପ୍ରେରଣ କରୁଥିଲେ। ଉକ୍ତ ଅର୍ଥ ୭ଟି ବିଭିନ୍ନ କମ୍ପାନୀ ଦେଇ ପଠାଯାଉଥିଲା। ବେଳେବେଳେ କ୍ରିପ୍ଟୋ କରେନ୍ସିକୁ ମଧ୍ୟ ବ୍ୟବହାର କରାଯାଉଥିଲା। ଏହା ଉପରେ ତଦନ୍ତ ଜାରି ରହିଛି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ଘରେ ରହି କାମ କରିବା କିମ୍ବା ପାର୍ଟ ଟାଇମ୍‌ ନିଯୁକ୍ତି ଅଫର ଦେଉଥିବା ବାର୍ତ୍ତାର ପ୍ରଲୋଭନରେ ନ ପଡ଼ିବାକୁ ପୋଲିସ ଜନସାଧାରଣଙ୍କୁ ସତର୍କ କରାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ଉତ୍କଳ ଦିବସରେ ଓଡିଆରେ ବଡ଼ କଥା କହିଦେଲେ ପ୍ରଧାନମନ୍ତ୍ରୀ ମୋଦି: ଆଗାମୀ ଦିନରେ…

ନୂଆଦିଲ୍ଲୀ,୧।୪: ଆଜି ଉତ୍କଳ ଦିବସ। ଚାରିଆଡ଼େ ଉତ୍ସାହର ମାହୋଲ। ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟବାସୀଙ୍କୁ ଶୁଭେଚ୍ଛା…

ବଢିଲା ପେଟ୍ରୋଲ-ଡିଜେଲ ଦାମ୍‌, ଏଥର ମୁଣ୍ଡରେ ହାତ ଦେବେ ଗ୍ରାହକ

ନୂଆଦିଲ୍ଲୀ,୧।୪: ଦେଶବ୍ୟାପୀ ପ୍ରିମିୟମ ପେଟ୍ରୋଲ ମୂଲ୍ୟ ବୃଦ୍ଧି ପରେ, ପ୍ରିମିୟମ ଡିଜେଲ ମଧ୍ୟ ମହଙ୍ଗା ହୋଇଯାଇଛି। ତେଲ କମ୍ପାନୀଗୁଡ଼ିକ ସୋମବାର ମଧ୍ୟରାତ୍ରିରୁ ପ୍ରିମିୟମ ଡିଜେଲ ମୂଲ୍ୟ ପ୍ରାୟ…

ରାହୁଲଙ୍କ ବଡ଼ ଚେତାବନୀ, ଦେଶରେ ଆସିବ ‘Economic Earthquake’, ମୋଦି କହିଲେ…

ନୂଆଦିଲ୍ଲୀ,୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଭାଷଣରେ ପଶ୍ଚିମ ଏସିଆର ସଙ୍କଟ କେନ୍ଦ୍ରବିନ୍ଦୁ ପାଲଟିଥିଲା। ଉଭୟ ନେତା ଭାରତ ଉପରେ…

ବଢ଼ିଲା ଗ୍ୟାସ୍‌ ଦର: ଜାଣନ୍ତୁ କେତେ ହେଲା ସିଲିଣ୍ଡର

ନୂଆଦିଲ୍ଲୀ,୧।୪:କମର୍ସିଆଲ LPG ଦର ବଢ଼ାଇଛନ୍ତି କେନ୍ଦ୍ର ସରକାର। କମର୍ସିଆଲ LPG ସିଲିଣ୍ଡର ପିଛା ଦର ୧୯୫ ଟଙ୍କା ୫୦ ପଇସା ବୃଦ୍ଧି ହୋଇଛି। ନୂଆଦିଲ୍ଲୀରେ ୧୯ କେଜି…

ଆଜିଠୁ ଜନଗଣନା: ଏପ୍ରିଲ ୧ରୁ ଅଗଷ୍ଟ ୩୧ ମଧ୍ୟରେ…

ନୂଆଦିଲ୍ଲୀ,୧ା୪:ଜନଗଣନା-୨୦୨୭ ବୁଧବାରଠାରୁ ଆରମ୍ଭ ହେଉଛି। ପ୍ରତି ୧୦ ବର୍ଷରେ ଜନଗଣନା କରାଯାଉଥିବାବେଳେ ଶେଷଥର ପାଇଁ ୨୦୧୧ରେ ହୋଇଥିଲା। କୋଭିଡ୍‌ ମହାମାରୀକୁ ନେଇ ୨୦୨୧ରେ ଜନଗଣନା ସ୍ଥଗିତ ରହିଥିଲା।…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri