Posted inଜାତୀୟ

ଯୁବତୀଙ୍କୁ ଅପହରଣ ପରେ ଗଣବଳାତ୍କାର: ବହିଷ୍କୃତ ହେଲେ ଭାଜପା କର୍ମକର୍ତ୍ତା

ଭୋପାଳ, ୨୨ା୨- ଜଣେ ୨୦ ବର୍ଷୀୟା ଯୁବତୀଙ୍କୁ ୪ ଜଣ ଦୁର୍ବୃତ୍ତ ଗଣବଳାତ୍କାର କରିଥିବା ଅଭିଯୋଗ ଆସିଛି। ଅଭିଯୁକ୍ତଙ୍କ ମଧ୍ୟରେ ରହିଛନ୍ତି ମଧ୍ୟପ୍ରଦେଶର ଶାହଦୋଲ ଜିଲାର ଜଣେ ଭାଜପା କର୍ମକର୍ତ୍ତା। ଅଭିଯୋଗ ଦାୟର ହେବା ପରେ ରାଜ୍ୟର ଶାସକ ଦଳ ରବିବାର ଉକ୍ତ କର୍ମକର୍ତ୍ତାଙ୍କ ପ୍ରାଥମିକ ସଦସ୍ୟତା ବାତିଲ କରିଦିଆଯାଇଛି।

ଯୁବତୀଙ୍କୁ ଏକ ଚାରି ଚକିଆ ଯାନରେ ପ୍ରଥମେ ଅପହରଣ କରି ଜେତ୍‌ପୁର ଥାନା ଅଞ୍ଚଳରେ ଥିବା ଫାର୍ମହାଉସକୁ ନେଇଥିଲେ। ସେଠାରେ ଜୋର ଜବରଦସ୍ତି ଯୁବତୀଙ୍କୁ ନିସା ସେବନ କରାଇଥିଲେ। ଏହାପରେ ଦୁଇ ଦିନ ଧରି ଗଣବଳାତ୍କାର କରିବା ପରେ ୨୦ ତାରିଖରେ ଯୁବତୀଙ୍କୁ ଘର ସାମ୍ନାରେ ୪ ଜଣ ଦୁର୍ବୃତ୍ତ ଫିଙ୍ଗି ଦେଇଥିଲେ ବୋଲି ଶାହଦୋଲ ସୁପ୍ରିଟେନଡେଣ୍ଟ ଅଫ୍‌ ପୋଲିସ (ଏଏସ୍‌ପି) ମୁକେଶ ବୈଷ କହିଛନ୍ତି। ପୀଡ଼ିତାଙ୍କୁ ପ୍ରଥମେ ଜେତ୍‌ପୁର ହେଲ୍‌ଥ ସେଣ୍ଟର ନିଆଯାଇଥିଲା। ପରେ ଚିକିତ୍ସା ଲାଗି ଜିଲା ହସ୍ପିଟାଲ ପଠାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି। ପୋଲିସ ଏଫ୍‌ଆଇଆରରେ ଜେତ୍‌ପୁର ମଣ୍ଡଳୀର ଭାଜପା ମୁଖ୍ୟ ବିଜୟ ତ୍ରିପାଠୀଙ୍କ ନାଁ ଥିବା ଜଣାପଡ଼ିବା ପରେ ତାଙ୍କୁ ବହିଷ୍କୃତ କରିଛି ରାଜ୍ୟ ଭାଜପା।


Enter your email to get our daily news in your inbox.

All Right Reserved By Dharitri.Com

ବିଧବା ବୋହୂଙ୍କ ବିବାହ କରାଇଲେ ଶାଶୁ: ଝିଅ ପରି କଲେ ବିଦା

ରାୟପୁର, ୨୫।୫: ବିଧବା ବୋହୂଙ୍କର ପୁଣିଥରେ ବିବାହ କରାଇ ଜଣେ ଶାଶୁ ତାଙ୍କୁ ଝିଅପରି ବିଦା କରିଛନ୍ତି। ଛତିଶଗଡ଼ ବାଲୋଦ ଜିଲାରେ ଘଟିଛି ଏପରି ଘଟଣା।...

‘ମୁଖ୍ୟମନ୍ତ୍ରୀ ଚେହେରା ନାହିଁ, ଦଳ ପାଇଁ ମିଳିମିଶି କାମ କର’

ବେଙ୍ଗାଲୁରୁ,୨୧।୭: ୨୦୨୩ ବିଧାନସଭା ନିର୍ବାଚନ ପୂର୍ବରୁ କର୍ନାଟକରେ କଂଗ୍ରେସ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି। କଂଗ୍ରେସ ନେତା ସିଦ୍ଧରମୈୟା ଏବଂ କର୍ନାଟକ ୟୁନିଟ ସଭାପତି...

ଶିବସେନାକୁ ପୁଣି ଝଟ୍‌କା: ବିଧାୟକଙ୍କ ପରେ ଏମ୍‌ପି କରିପାରନ୍ତି ବିଦ୍ରୋହ

ମୁମ୍ବାଇ,୨।୭: ମହାରାଷ୍ଟ୍ରରେ ଶିବସେନା ନେତା ଏକନାଥ ସିନ୍ଧେଙ୍କ ବିଦ୍ରୋହ ପରେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ମହାବିକାଶ ଅଘାଡ଼ି ସରକାର ଭାଙ୍ଗିପଡ଼ିଛି। ଭାଜପା ସମର୍ଥନରେ ଏକନାଥ ସିନ୍ଧେ...

କିଏ ଅସଲି ଶିବସେନା, ଆମେ ୧୦ ଦିନ ପାଇଁ ଶୁଣାଣି ସ୍ଥଗିତ ରଖିଲୁ ତୁମେ ସରକାର ଗଠନ କରିଦେଲ, ସିଜେଆଇଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ, ୩।୮ : ମହାରାଷ୍ଟ୍ରରେ ଶିବସେନା୍‌ ଉପରେ କାହାର ଅଧିକାର ସମ୍ପର୍କରେ ସୁପ୍ରିମକୋର୍ଟ ବୁଧବାର ପୁଣି ଥରେ ଶୁଣାଣି କରିଛନ୍ତି। ଏହି ଶୁଣାଣି ସମୟରେ ଉଭୟ...

କରୋନାର ନୂଆ ଷ୍ଟ୍ରେନ୍ ବଢାଇଲାଣି ଚିନ୍ତା ଆଉ ୨୦ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ,୫ ।୧: ବ୍ରିଟେନରୁ ଫେରିଥିବା ଯାତ୍ରୀଙ୍କ ମଧ୍ୟରେ ସାର୍ସ କୋଭିଡ-୨ ନୂଆ ଷ୍ଟ୍ରେନରେ ଏବେ ପର୍ଯ୍ୟନ୍ତ ଦେଶରେ ୫୮ ଜଣଙ୍କୁ ଚିହ୍ନଟ କରାଗଲାଣି । ମଙ୍ଗଳବାର...

ଭାଜପାକୁ କ୍ଷମତାରୁ ହଟାଇବା ପାଇଁ ଏସ୍‌ପି ସହ ହାତ ମିଳାଇପାରେ ଏଏପି: ସଞ୍ଜୟ ସିଂ

ନୂଆଦିଲ୍ଲୀ,୫ା୩: ଉତ୍ତରପ୍ରଦେଶରେ ଭାଜପାକୁ କ୍ଷମତାରୁ ହଟାଇବା ଲାଗି ଆବଶ୍ୟକ ପଡ଼ିଲେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ସମାଜବାଦୀ ପାର୍ଟି ସହ ହାତ ମିଳାଇବାକୁ ପ୍ରସ୍ତୁତ। ଏଏପି...

ରାମମନ୍ଦିରରେ ଅର୍ପଣ ହେବ ୧୧୫ ଦେଶର ପବିତ୍ର ଜଳ

ନୂଆଦିଲ୍ଲୀ, ୧୯।୯: ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ନିର୍ମାଣରେ ଅର୍ପଣ ପାଇଁ ୭ ମହାଦେଶର ୧୧୫ଟି ଦେଶରୁ ପବିତ୍ର ଜଳ ସଂଗ୍ରହ କରାଯାଇଛି। ଏହା ବସୁଧୈବ କୁଟୁମ୍ବକମ୍‌...

ଦୈନିକ ସଂକ୍ରମଣ ୪୦ ହଜାର ତଳେ…

ନୂଆଦିଲ୍ଲୀ,୧୪।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ...

Advertisement
Archives

Model This Week