Posted inଜାତୀୟ

ଆଣ୍ଡାମାନ ନିକୋବର: ପୂର୍ବତନ ଚିଫ୍ ସେକ୍ରେଟାରୀଙ୍କର ବଢିଲା ସମସ୍ୟା, ଏସଆଇଟି ଯାଞ୍ଚରେ ସାମ୍ନାକୁ ଆସିଲା ‘ଜବ ଫର ସେକ୍ସ’ ର‌୍ୟାକେଟର ସନ୍ଧାନ

ପୋର୍ଟ ବ୍ଲେୟାର,୨୭ ।୧୦: ସାମୁହିକ ବଳାତ୍କାର ଓ ଯୌନ ଉତ୍ପିଡନ ମାମଲାରେ ଆଣ୍ଡାମାନ ନିକୋବର ଦ୍ୱିପର ପୂର୍ବତନ ମୁଖ୍ୟ ସଚିବ ଜିତେନ୍ଦ୍ର ନାରାୟଣ ଓ ଶ୍ରମ ସଚିବ ଆରଏଲ ଋଷିଙ୍କ ବିରୋଧରେ ଏସଆଇଟିକୁ ପ୍ରମାଣ ମିଳିଛି । ଏହି ପ୍ରମାଣ କଥିତ ଭାବେ ‘ଜବ ଫର ସେକ୍ସ ର‌୍ୟାକେଟ’ ଆଡକୁ ଇସାରା କରୁଛି । ଇଣ୍ଡିଆନ ଏକ୍ସପ୍ରେସର ଏକ ରିପୋର୍ଟ ଅନୁଯାୟୀ, ଏସଆଇଟି ମୁଖ୍ୟ ସାକ୍ଷିଙ୍କ ବୟାନ ରେକର୍ଡ କରିଛି । ଯାଞ୍ଚ ଅଧିକାରୀ ଜାଣିବାକୁ ପାଇଛନ୍ତି କି ୨୦ରୁ ଅଧିକ ମହିଳାଙ୍କୁ ତାଙ୍କ କାର୍ଯ୍ୟକାଳ ସମୟରେ କଥିତ ଭାବେ ପୋର୍ଟ ବ୍ଲୋୟାରରେ ନାରାଇନଙ୍କ ଘରକୁ ନିଆଯାଇଥିଲା । ଏମାନଙ୍କ ମଧ୍ୟରୁ କେତେଜଣଙ୍କୁ ଯୌନ ଶୋଷଣ ପରେ ଚାକିରି ଦିଆଯାଇଛି ।

ନାରାଇନ ୨୮ ଅକ୍ଟୋବରରେ ଏସଆଇଟି ସାମ୍ନାରେ ହାଜର ହେବା ଅନୁମାନ କରାଯାଉଛି । କଲକତା ହାଇକୋର୍ଟ ତାଙ୍କ ଉପସ୍ଥିତିର ଶେଷ ତାରିଖ ନିର୍ଦ୍ଧାରିତ କରିଛନ୍ତି । ପୋର୍ଟ ବ୍ଲେୟାରରେ ବରିଷ୍ଠ ପୋଲିସ ଅଧିକାରୀ ଦ ଇଣ୍ଡିଆନ ଏକ୍ସପ୍ରେସକୁ ଦେଇଥିବା ସୂଚନା ଅନୁଯାୟୀ, ଉଭୟ ନିଲମ୍ବିତ ଅଧିକାରୀଙ୍କ ମୋବାଇଲ ଫୋନର ସିଡିଆର(କଲ ଡେଟା ରେକର୍ଡ)ଓ ୨୧ ବର୍ଷୀୟା ମହିଳାଙ୍କ ଫୋନ କଲ ଘଟଣାକ୍ରମ ସହ ମେଳ ଖାଉଛି ।
ବିଶେଷ ସୂତ୍ରରୁ ଆହୁରି ମଧ୍ୟ ସୂଚନା ମିଳିଛି ଯେ ମୁଖ୍ୟ ସଚିବଙ୍କ ଘରେ ଲାଗିଥିବା କ୍ଲୋଜ ସର୍କିଟ(ସିସିଟିଭି) କ୍ୟାମେରାର ଡିବିଆର୍‌(ଡିଜିଟାଲ ଭିଡିଓ ରେକର୍ଡର)ର ହାର୍ଡ ଡିସ୍କକୁ ପୂର୍ବରୁ ନଷ୍ଟ କରି ଦିଆଯାଇଛି । ଏହାସହ ତାଙ୍କର ଯେତେବେଳେ ବ୍ଲେୟାରୁ ଦିଲ୍ଲୀ ବଦଳି କରାଗଲା ସେତେବେଳେ ଡିବିଆରକୁ ହଟାଇ ଦିଆଯାଇଥିଲା । ଏହାକୁ ନେଇ ପିଡବ୍ଲୁଡିର ଜଣେ ଅଧିକାରୀ ଓ ଜଣେ ସ୍ଥାନୀୟ ସିସିଟିଭି ବିଶେଷଜ୍ଞ ଇଲେକ୍ଟ୍ରୋନିକ ସାକ୍ଷୀର କଥିତ ଭାବେ ନଷ୍ଟ କରିଦିଆଯାଇଥିବା କହି ସାକ୍ଷୀ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ସ୍କୁଲ ଚୟନ ଅଧିକାର ଶିକ୍ଷାଧିକାରରେ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ,୫।୪: ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଜଣେ ପିଲାର ଶିକ୍ଷା ଗ୍ରହଣ କରିବାର ଅଧିକାର ରହିଛି, କିନ୍ତୁ ନାମଲେଖା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍କୁଲକୁ ଚୟନ କରିବା…

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri