ଜମି ସମସ୍ୟାରେ ଛନ୍ଦିହୋଇଛନ୍ତି ୨୦ ହଜାର ଲୋକ

ଯାଜପୁର,୭ା୧୨(ହର୍ଷବର୍ଦ୍ଧନ ବେହେରା: ଯାଜପୁର ଜିଲାର ଅନ୍ୟତମ ସହର ବ୍ୟାସନଗର ତହସିଲ ସମେତ ଦାନଗଦି ଓ ସୁକିନ୍ଦା ତହସିଲ ଅଞ୍ଚଳର ୩୬ଟି ରାଜସ୍ବ ଗ୍ରାମର ପ୍ରଜା ଜମି ସମସ୍ୟାରେ ଛନ୍ଦି ହୋଇଛନ୍ତି। ଜମି ଥାଇ ବି ପ୍ରଜା ଏଠାରେ ଭୂମିହୀନ ଭଳି ଜୀବନ ଅତିବାହିତ କରୁଛନ୍ତି। ପ୍ରାୟ ୧୦ ବର୍ଷ ହେବ ପଟ୍ଟା ପାଇଁ ସେମାନେ ବାରଦୁଆର ହେଉଥିଲେ ହେଁ କିଛି ସୁଫଳ ମିଳିପାରିନାହିଁ। ଏହାର ତ୍ୱରିତ ସମାଧାନ ପାଇଁ କୋରେଇ ବିଧାୟକ ଆକାଶ ଦାସନାୟକ ତପତ୍ରତା ପ୍ରକାଶ କରିଛନ୍ତି । ଯାଜପୁର ଉପଜିଲାପାଳଙ୍କ କୋର୍ଟରେ ଶତାଧିକ ଜମିଜମା ସମ୍ବନ୍ଧୀୟ ମାମଲା ପଡ଼ିରହିଛି। ଏହି ୩ ତହସିଲ ଅଧୀନରେ ବହୁ ଗରିବ ଏବଂ ଆଦିବାସୀ ଶ୍ରେଣୀର ଲୋକ ବାସ କରୁଛନ୍ତି। ଫଳରେ ଜମି ସମସ୍ୟାର ସମାଧାନ ପାଇଁ ୫୦ ରୁ ୭୦ କିମି ଦୂର ଯାଜପୁରକୁ ଦୌଡ଼ିଦୌଡ଼ି ନୟାନ୍ତ ହୋଇସାରିଛନ୍ତି। ତେଣୁ ଯାଜପୁର ରୋଡ୍‌ଠାରେ ୩ ଦିନିଆ କ୍ୟାମ୍ପ କୋର୍ଟ ଖୋଲିଲେ ଲୋକମାନେ ବହୁତ ଉପକୃତ ହେବେ ବୋଲି ବିଧାୟକ ଆକାଶ ରାଜସ୍ବ ମନ୍ତ୍ରୀ ସୁରେଶ ଚନ୍ଦ୍ର ପୂଜାରୀଙ୍କୁ ଚିଠି ଲେଖିଛନ୍ତି।
ଅଭିଯୋଗ ଅନୁଯାୟୀ ବ୍ୟାସନଗର ତହସିଲ ଅନ୍ତର୍ଗତ ଚୋର୍ଦ୍ଦା, ରମ୍ପାସ, ମୁଣ୍ଡମାଳ ଓ ଉମାପଦା ମୌଜାର ପ୍ରଜାମାନଙ୍କ ଉପରେ କରାଯାଇଥିବା ଓଡ଼ିଶା ସର୍ଭେ ଆଣ୍ଡ୍‌ ସେଟଲମେଣ୍ଟ (ଓଏସ୍‌ଏସ୍‌) ମାମଲା ପ୍ରତ୍ୟାହାର କରିବାକୁ ଦୀର୍ଘ ବର୍ଷ ହେଲା ଦାବି ହୋଇଆସୁଛି। ୧୯୮୨ର ସେଟଲମେଣ୍ଟ ଅପରେଶନ ପରଠାରୁ ୨୦୦୯ ମଧ୍ୟରେ ଏହି ସ୍ବୀକୃତିପ୍ରାପ୍ତ ପ୍ରଜାମାନେ ଯେଉଁ ବ୍ୟକ୍ତିବିଶେଷଙ୍କୁ ବିକ୍ରି କବଲା ସୂତ୍ରେ ଜମି ବିକ୍ରି କରିଛନ୍ତି, ସେମାନଙ୍କୁ ମଧ୍ୟ ସରକାର ସ୍ଥାୟୀ ପ୍ରଜାଭାବେ ଗ୍ରହଣ କରି ସମସ୍ତଙ୍କୁ ନଟ୍‌-ଫାଇନାଲ ପଟ୍ଟା ପ୍ରଦାନ କରିଛନ୍ତି। ଏହାସହ ମୁଣ୍ଡମାଳ ମୌଜାର ୨୨୩ ଓ ୯୭ ନମ୍ବର ଖାତାଭୁକ୍ତ କିଛି ଜମି କୋପଣ୍ଡ ଓ ବୀରମଣିପୁରକୁ ସ୍ଥାନାନ୍ତରି ହୋଇଛି। ସେହି ପ୍ରଜାମାନଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରାଯାଇଛି। କିନ୍ତୁ ବିଡମ୍ବନା ଯେ, ୨୨୩ ଓ ୯୭ ଖାତାର ମୂଳ ଜମାବନ୍ଦୀଭୁକ୍ତ ପ୍ରଜାମାନଙ୍କ ନାମରେ ସରକାର ୨୦୦୯ରୁ ଝାଟି ଜଙ୍ଗଲ କିସମ ଦର୍ଶାଇ ଓଏସ୍‌ଏସ୍‌ ମାମଲା ରୁଜୁ କରି ପ୍ରଜାମାନଙ୍କୁ ହଇରାଣ କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ଜିଲାପାଳ ତଦନ୍ତ କରି ରିପୋର୍ଟ ଦାଖଲ କରି ସାରିଥିଲେ ହେଁ ଜମି ସମସ୍ୟାର ସମାଧାନ ହୋଇପାରିନାହିଁ। ବୋର୍ଡ ଅଫ ରେଭିନ୍ୟୁଙ୍କ ନିର୍ଦ୍ଦେଶ ମଧ୍ୟ ଏଠାରେ ଅକାମୀ ହୋଇ ପଡ଼ିରହିଛି। ୨୦୧୭ରେ ବିଧାନସଭାର ଏକ ଉଚ୍ଚସ୍ତରୀୟ କମିଟି ଏହି ଜମି ସମସ୍ୟା ଉପରେ ୩ ଥର ଭେରିଫିକେସନ କରି ଜିଲାପାଳଙ୍କୁ ୩ ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ା କିନ୍ତୁ ଏଯାଏ ଲୋକଙ୍କୁ ସୁଫଳ ମିଳି ପାରିନାହିଁ।
ଖଣି, ଶିଳ୍ପ ସମୃଦ୍ଧ ଦାନଗଦି ଓ ସୁକିନ୍ଦା ତହସିଲ ଅଞ୍ଚଳରେ କେତେକ ସଂସ୍ଥା ସରକାରଙ୍କ ସହିତ ଚୁକ୍ତି ସ୍ବାକ୍ଷର କରି ଇଡ୍‌କୋ ଜରିଆରେ ଶତାଧିକ ଏକର ଜମି ହାତେଇ ସାରିଛନ୍ତି। କିନ୍ତୁ କଳିଙ୍ଗନଗର ଶିଳ୍ପାଞ୍ଚଳର ପ୍ରାୟ ୨୯ଟି ରାଜସ୍ବ ମୌଜାକୁ ପାଖାପାଖି ୧୦୦ ବର୍ଷ ହେବ ସରକାର ଭୂବନ୍ଦୋବସ୍ତରୁ ବଞ୍ଚିତ ରଖିଛନ୍ତି। ଏଥିରୁ ସାଧାରଣ ଲୋକ ତଥା ବିସ୍ଥାପିତଙ୍କୁ ଅଣଦେଖା କରାଯାଉଥିବା ମନେହେଉଛି। ଫଳରେ ଲୋକେ ଶହଶହ ବର୍ଷ ଦଖଲରେ ଥିବା ଜମିର ମାଲିକାନା ସ୍ବତ୍ୱ ପାଇପାରିନାହାନ୍ତି। ଅଭିଯୋଗ ଅନୁସାରେ ଜମି ପଟ୍ଟା ନ ଥିବାରୁ କୃଷକମାନଙ୍କୁ ଉଚିତ ଥଇଥାନ ମିଳୁନାହିଁ। ଏହାସହ ନିଯୁକ୍ତି ସମୟରେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ ପାତରଅନ୍ତର ନୀତି ଅବଲମ୍ବନ କରୁଛନ୍ତି। ତେଣୁ ବିଧାୟକ ଆକାଶଙ୍କ ପତ୍ର ଉପରେ ବିହିତ ପଦକ୍ଷେପ ଗ୍ରହଣ କରାଗଲେ ଲକ୍ଷାଧିକ ପ୍ରଜା ଉପକୃତ ହୋଇପାରିବେ ବୋଲି ମତପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri