Posted inଜାତୀୟ

ପୂର୍ବ ନାଗାଲାଣ୍ଡକୁ ନେଇ ଅଲଗା ରାଜ୍ୟ ଗଠନ ଲାଗି ୨୦ ବିଧାୟକ ଏକଜୁଟ…

କୋହିମା, ୪।୯ : ଆସନ୍ତା ବର୍ଷ ଆରମ୍ଭରେ ନାଗାଲାଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟର ପୂର୍ବ ଭାଗକୁ ଅଲଗା କରି ଏକ ନୂତନ ରାଜ୍ୟ ଗଠନ ପାଇଁ ଦାବି ଜୋର ଧରିଛି। ୨୦ ଜଣ ବିଧାୟକ ମଧ୍ୟ ଦାବି ପୂରଣ ନହେବା ପର୍ଯ୍ୟନ୍ତ କୌଣସି ନିର୍ବାଚନରେ ଯୋଗ ନ ଦେବାକୁ କରାଯାଉଥିବା ଆହ୍ବାନକୁ ସମର୍ଥନ କରିଛନ୍ତି। ୬ ଟି ଜିଲ୍ଲା – ସୋମ, ତୁଏନସାଙ୍ଗ, କିଫିରେ, ଲୋଙ୍ଗଲେଙ୍ଗ, ନୋକଲାକ ଏବଂ ଶାମାଟର ଆଦି ୬ଟି ଜିଲା ପୂର୍ବ ନାଗାଲାଣ୍ଡ ଅଧୀନରେ ଆସନ୍ତି। ଏଠାରେ ଚାଙ୍ଗ, ଖିଆମନିଙ୍ଗନ, କୋନ୍ୟାକ, ଫୋମ, ସାଙ୍ଗତନ, ତିଖିର ଏବଂ ୟିମଖିଓଙ୍ଗ ଆଦି ସାତଟି ଜନଜାତିର ଲୋକ ଏସବୁ ଜିଲାରେ ବାସ କରନ୍ତି।

ଏହି ଅଞ୍ଚଳର ଏକ ପ୍ରଭାବଶାଳୀ ସଂଗଠନ ଇଷ୍ଟର୍ଣ୍ଣ ନାଗାଲାଣ୍ଡ ପିପୁଲ୍ସ ଅର୍ଗାନାଇଜେସନ (ଇଏନପିଓ) ଅଗଷ୍ଟ ୨୬ ରେ ଦିମାପୁରରେ ନେତା, ସଂଗଠନ ଏବଂ ଏହି ଅଞ୍ଚଳର ଅନ୍ୟ ସଂଗଠନମାନଙ୍କ ସହ ଏକ ବୈଠକ କରି କୌଣସି ନିର୍ବାଚନରେ ଭାଗ ନେବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲା। ଯେପର୍ଯ୍ୟନ୍ତ, ଏକ ପୃଥକ ସୀମାନ୍ତ ନାଗାଲାଣ୍ଡ ରାଜ୍ୟ ପାଇଁ ସେମାନଙ୍କର ଦାବି ପୂରଣ ନ ହୋଇଛି। ଆନ୍ଦୋଳନ ଜାରି ରହିବ ବୋଲି ଯୋଜନା ପ୍ରସ୍ତୁତ ହୋଇଛି।

ପୂର୍ବାଞ୍ଚଳ ନାଗାଲାଣ୍ଡ ବିଧାନସଭା ୟୁନିଅନର ଜମି ସମ୍ବଳର ସଚିବ ତଥା ପରାମର୍ଶଦାତା ସି.ଏଲ ଜନ କହିଛନ୍ତି ଯେ ଏହି ଅଞ୍ଚଳର ୨୦ ଜଣ ବିଧାୟକ ଲୋକଙ୍କ ଇଚ୍ଛା ବିରୁଦ୍ଧରେ ଯାଇପାରିବେ ନାହିଁ। ଏକ ଅଲଗା ରାଜ୍ୟ ଗଠନର ଦାବି ହେଉଛି ଏକ ଜନ ଆନ୍ଦୋଳନ ଏବଂ ଆମେ ଲୋକଙ୍କ ସହିତ ଅଛୁ। ନାଗାଲାଣ୍ଡ ପିପୁଲ୍ସ ଫ୍ରଣ୍ଟ (ଏନପିଏଫ) କହିଛି ୨୦୧୦ ମସିହାରୁ ଏକ ପୃଥକ ରାଜ୍ୟ ପାଇଁ ଦାବି ନେଇ ଆନ୍ଦୋଳନ ଚାଲିଛି ଏବଂ ଇଏନପିଓ ପକ୍ଷରୁ ବହୁଥର ଏ ବାବଦରେ କେନ୍ଦ୍ରକୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ମାତ୍ର ଏ ସମ୍ପର୍କରେ କୌଣସି ଉତ୍ତର ନ ମିଳିବାରୁ ଲୋକମାନେ କେନ୍ଦ୍ର ସରକାରଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri