ଭତ୍ତା ପାଇଁ ୨୦ କି.ମି. ଆସିଲେ ଦିବ୍ୟାଙ୍ଗ

ଉଦଳା, ୧୮ା୬(ସନ୍ତୋଷ କୁମାର ବାଚ୍ଛିନୀ) ଦିବ୍ୟାଙ୍ଗମାନଙ୍କୁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦେବାକୁ ସରକାରଙ୍କ ପକ୍ଷରୁ ଅନେକ ଯୋଜନା କରାଯାଇଛି। ମୁଖ୍ୟତଃ ଦିବ୍ୟାଙ୍ଗମାନଙ୍କୁ ପଞ୍ଚାୟତରେ ଭତ୍ତା ପ୍ରଦାନ କରାଯିବାକୁ ବ୍ୟବସ୍ଥା ରହିଛି। ହେଲେ ଭତ୍ତା ପାଇଁ ଜଣେ ଦିବ୍ୟାଙ୍ଗଙ୍କୁ ୨୦ କିଲୋମିଟର ଯିବାକୁ ପଡ଼ିଛି। ସକାଳ ୮ଟା ବେଳକୁ ପ୍ରବଳ ଖରା ସାଙ୍ଗକୁ ଅସହ୍ୟ ତାତି। ଏଭଳି ସ୍ଥିତିରେ ଘରୁ ବାହାରକୁ ଯିବା କଷ୍ଟକର ହୋଇଥିବା ବେଳେ ଦିବ୍ୟାଙ୍ଗ ଜଣକ ଭତ୍ତା ଆଣିବାକୁ ୨୦ କିଲୋମିଟର ଦୂର ବ୍ୟାଙ୍କକୁ ଯାଇଥିଲେ। ଦିବ୍ୟାଙ୍ଗ ହିତାଧିକାରୀ ଜଣକ ହେଲେ ଉଦଳା ବ୍ଲକ ଅଧୀନ ଶ୍ରୀଦାମଚନ୍ଦ୍ରପୁର ପଞ୍ଚାୟତ ଦଶରାପଦା ଗ୍ରାମର ଧିରାଇ ମୁର୍ମୁ।
ଭାବେ ଚାଲିବାକୁ ସକ୍ଷମ ନ ଥିବା ଧିରାଇ ଶନିବାର ଆଶାବାଡ଼ି ଧରି ଭତ୍ତା ଆଣିବାକୁ ବାହାରିଥିଲେ। ଘର ପାଖରୁ କିଛି ବାଟ ଚାଲି ଚାଲି ଯିବା ପରେ ଗାଡ଼ିରେ ଉଦଳା ପର୍ଯ୍ୟନ୍ତ ଯାଇଥିଲେ। ସେଠାରୁ ପ୍ରାୟ ଅଧା କିଲୋମିଟର ଚାଲି ଚାଲି ଯାଇ ବ୍ୟାଙ୍କରେ ପହଞ୍ଚତ୍ଥିଲେ। ଉଦଳା କଚେରୀ ପରିସର ଦେଇ ଗଲେ ଉକ୍ତ ବ୍ୟାଙ୍କ ପଡୁଥିବା ବେଳେ ଡହଡହ ଖରାରେ ଏତେ ଦୂରକୁ ଆସି ଥକି ପଡ଼ିଥିବା ଧିରାଇ ସେଠାରେ ଥିବା ଏକ ଗଛ ତଳେ ବସି ପଡ଼ିଥିଲେ। ତାଙ୍କ କହିବା ଅନୁଯାୟୀ, ସେ ମାସକୁ ୭ଶହ ଟଙ୍କା ଭତ୍ତା ପାଆନ୍ତି। କିନ୍ତୁ ଗତ ୩ ମାସ ହେବ ତାଙ୍କୁ ଭତ୍ତା ମିଳିନାହିଁ। ଏ ବାବଦରେ ସେ ବାରମ୍ବାର ଯାଇ ପଞ୍ଚାୟତ କାର୍ଯ୍ୟାଳୟରେ ପଚାରିଥିଲେ। ତାଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଯାଉଥିବା ପଞ୍ଚାୟତ ଅଧିକାରୀ କହିଥିଲେ। ନିଜର ଆର୍ଥତ୍କ ସ୍ଥିତି ସ୍ବଚ୍ଛଳ ନ ଥିବାବେଳେ ଭତ୍ତା ଟଙ୍କା ଭରସା। ଏଣୁ ଏଭଳି ଖରା ତାତିରେ ବି ଆଶାବାଡ଼ି ସାହାରା ନେଇ ବ୍ୟାଙ୍କକୁ ଯାଇ ଭତ୍ତା ଆଣିଛନ୍ତି। ଏହା ତାଙ୍କୁ ବହୁ କଷ୍ଟ ଦେଇଥିବା ସେ କହିଛନ୍ତି। ଏ ସମ୍ପର୍କରେ ବ୍ଲକ ଚେୟାରମ୍ୟାନ ମଞ୍ଜୁଲତା ବିଶ୍ୱାଳଙ୍କୁ ଯୋଗାଯୋଗ କରିବାରୁ କହିଛନ୍ତି, ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ପଞ୍ଚାୟତ ଅଫିସ୍‌ ନିକଟରେ ଦିବ୍ୟାଙ୍ଗମାନଙ୍କୁ ଭତ୍ତା ଦିଆଯିବା କଥା। ଏଭଳି ଘଟଣା ନଜରକୁ ଆସିନାହିଁ। ତେବେ ଆସନ୍ତା ମାସଠାରୁ ତାଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ଭତ୍ତା ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri