୪୦ ଡିଗ୍ରୀ ଉପରେ ରାଜ୍ୟର ୨୦ ସହର, ରେକର୍ଡ ଭାଙ୍ଗିଲା ଝାରସୁଗୁଡ଼ା

ଭୁବନେଶ୍ୱର,୧୦ା୬(ବ୍ୟୁରୋ): ଶନିବାର ରାଜ୍ୟର ୨୦ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଏଥିମଧ୍ୟରୁ ଝାରସୁଗୁଡ଼ା ତାପମାତ୍ରାରେ ରେକର୍ଡ ଭାଙ୍ଗିଛି। ଝାରସୁଗୁଡ଼ାରେ ଆଜି ତାପମାତ୍ରା ୪୪.୮ ଡିଗ୍ରୀ ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ଆଜି ସମ୍ବଲପୁର ଏବଂ ବୌଦ୍ଧରେ ତାପମାତ୍ରା ୪୪.୬ ଡିଗ୍ରୀ ରହିଥିବା ବେଳେ ସୋନପୁରରେ ୪୪.୫, ବରଗଡ଼ ୪୪.୪, ବଲାଙ୍ଗୀରରେ ୪୪.୩, ହୀରାକୁଦରେ ୪୪.୨, ସୁନ୍ଦରଗଡ଼ ୪୪.୧, ଭବାନୀପାଟଣା ଓ ଟିଟିଲାଗଡ଼ ୪୩.୫, ରାଉରକେଲାରେ ୪୩ ଡିଗ୍ରୀ, ଫୁଲବାଣୀ, ନୟାଗଡ଼ ୪୨, ତାଳଚେର, କେନ୍ଦ୍ରାପଡ଼ା ଏବଂ ମାଲକାନଗିରିରେ ୪୧.୨, ଅନୁଗୋଳରେ ୪୧.୧, ପାରଳାଖେମୁଣ୍ଡିରେ ୪୦.୭ ଓ ବାରିପଦାରେ ୪୦ ଡିଗ୍ରୀ ରହିଛି। ସେହିପରି ଟୁଇନ୍‌ ସିଟିରେ ୩୮.୨ ଡିଗ୍ରୀ ରେକର୍ଡ କରାଯାଇଛି।