ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ୨ ଯୁବକଙ୍କ ଜୀବନ, ଜାତୀୟ ରାଜପଥ ଅବରୋଧ କଲେ ଲୋକେ

ରେଢ଼ାଖୋଲ,୨୭ା୧୨(ଅଚ୍ୟୁତାନନ୍ଦ ପୁରୋହିତ): ରେଢ଼ାଖୋଲ ସହର ଉପକଣ୍ଠସ୍ଥ ୫୫ ନଂ ଜାତୀୟ ରାଜପଥର ଏକ ରେଷ୍ଟୁରାଣ୍ଟ ସମ୍ମୁଖରେ ବୁଧବାର ସନ୍ଧ୍ୟାରେ ଏକ ଅଜଣା ଗାଡ଼ି ଧକ୍କାରେ ୨ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଦ୍ବୟ ହେଲେ ରେଢ଼ାଖୋଲ ସହର ଖନ୍ଦାଢିପର ଶୁଭେନ୍ଦୁ ସାହୁ (୨୨)ଓ ରଥସାହିର ଶ୍ୟାମସୁନ୍ଦର ଭିତିରିଆ (୨୩) ବୋଲି ଜଣାପଡ଼ିଛି। ଉଭୟେ ଏକ ବୁଲେଟ୍‌ରେ ଫରେଷ୍ଟ ପାର୍କରୁ ଫେରୁଥିବା ବେଳେ ରେଷ୍ଟୁରାଣ୍ଟ ନିକଟରେ ଅଜଣା ଗାଡ଼ି ଧକ୍କା ଦେଇ ଫେରାର ହୋଇଯାଇଥିଲା। ବୁଲେଟ୍‌ଟି ରାସ୍ତାରୁ ଦୂରରେ ପଡ଼ିଥିବା ବେଳେ ଯୁବକ ଦ୍ବୟଙ୍କ ମୃତଦେହ ରାସ୍ତା ଉପରେ ପଡ଼ିରହିଛି। ଉଭୟଙ୍କୁ ଗାଡ଼ି ଚାପିଦେଇ ଦେଇଥିବା ଯୋଗୁ ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଯାଇଛି। ଦୁର୍ଘଟଣାରେ ୨ଯୁବକଙ୍କ ମୃତ୍ୟୁ ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା ବେଳେ ଦୁର୍ଘଟଣାସ୍ଥଳରେ ସହରର ଶହ ଶହ ଲୋକେ ପହଞ୍ଚିଥିଲେ। ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ସହର ମଧ୍ୟଦେଇ ଯାଇଥିବା ୫୫ ନଂ ଜାତୀୟ ରାଜପଥର ଏବିସି ରେଷ୍ଟୁରାଣ୍ଟ ସମ୍ମୁଖରେ ଜାତୀୟ ରାଜପଥ ଅବରୋଧ କରିଥିଲେ। ଖବର ପାଇ ରେଢାଖୋଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରୁଛି। ଖବର ଲେଖା ହେବା ସୁଦ୍ଧା ଅବରୋଧ ଜାରି ରହିଛି।