ହୋଲି ଖେଳି ସାରି ନଦୀକୁ ଗାଧୋଇବାକୁ ଯାଇ ୨ ଯୁବକ ନିଖୋଜ

କଟକ ଅଫିସ,୮ା୩: ହୋଲି ଖେଳି ସାରି ସାଙ୍ଗମାନଙ୍କ ସହ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ୨ ଯୁବକ ନିଖୋଜ ହୋଇଯାଇଛନ୍ତି।

କଟକ ଜିଲା ସାଲେପୁର ବୁହାଳ ଗାଁ ନାଗାମଠ ନିକଟ ଚିତ୍ରୋତ୍ପଳା ନଦୀରେ ଭାସିଯାଇ ଏହି ଦୁଇ ଯୁବକ ନିଖୋଜ ହୋଇଯାଇଛନ୍ତି। ହୋଲି ଖେଳି ସାରି ୩ ଜଣ ସାଙ୍ଗ ଗାଧୋଇବାକୁ ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ନଦୀରେ ଭାସିଯାଇ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଯୁବକ ନିକଟସ୍ଥ ଜିଗିନିପୁର ୧୧ ନମ୍ବର ଓ୍ବାର୍ଡର ରାଜକୁମାର ସେନାପତି।

ସୂଚନାନୁଯାୟୀ, ଏହି ୩ ଜଣଙ୍କ ସମେତ ନଦୀରେ ଅନ୍ୟମାନେ ସ୍ନାନ କରୁଥିଲେ। ଏହି ସମୟରେ ଗଭୀର ପାଣିକୁ ଯାଇ ୨ ଜଣ ସ୍ନାନ କରୁଥିବା ବେଳେ ସୁଅରେ ଭାସି ଯାଇଥିଲେ। ୨ ଜଣ ବୁଡ଼ି ଯାଉଥିବା ବେଳେ ଜଣଙ୍କୁ ଏଠାରେ ସ୍ନାନ କରୁଥିବା ଲୋକେ ଉଦ୍ଧାର କରିଥିଲେ। ହେଲେ ରାଜକୁମାର ସେନାପତି ପାଣିରେ ନିଖୋଜ ହୋଇଯାଇଥିଲେ।

ଖବର ପାଇ ନିଶ୍ଚିନ୍ତକୋଇଲି ଓ ସାଲେପୁରରୁ ଦୁଇଟି ଅଗ୍ନିଶମ ବାହିନୀ ପହଞ୍ଚି ନିଖୋଜଙ୍କୁ ଉଦ୍ଧାର କରିବା ନିମନ୍ତେ ଖୋଜାଖୋଜି ଚଳାଇଛନ୍ତି।