ବଲାଙ୍ଗୀର,୨୬।୩(ସୁନିଲ କୁମାର ମହାନ୍ତି): ଓଡ଼ିଆ ସମାଜ ପକ୍ଷରୁ ଜବାହାରଲାଲ ନେହେରୁ ଷ୍ଟାଡିୟମ, ନୂଆଦିଲ୍ଲୀରେ ଆୟୋଜିତ ‘ଓଡିଶାପର୍ବ’ରେ ବଲାଙ୍ଗୀରର ଗୌରବ ବଢ଼ାଇଥିବା ସୋମନାଥ ସାହୁ ଓ ନକୁଳ ପଟ୍ଟନାୟକଙ୍କୁ ପବ୍ଲିକ ରିଭ୍ୟୁ କମିଟି, ବଲାଙ୍ଗୀର ପକ୍ଷରୁ ଗୁରୁବାର ସ୍ଥାନୀୟ ଦୈନିକ ବଜାର ପ୍ରାଙ୍ଗଣରେ ଉପାୟନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା।
ସୂଚନାଯୋଗ୍ୟ ଯେ, ଯୁବ ଶିଳ୍ପୋଦ୍ୟୋଗୀ ସୋମନାଥ ସାହୁ ବଲାଙ୍ଗୀରର ପ୍ରସିଦ୍ଧ ରବି ଚା’ ଦୋକାନ ଯାହାକି ତାଙ୍କ ପିତା ସ୍ବର୍ଗତ ରବି ସାହୁଙ୍କ ଦ୍ୱାରା ୬୪ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା। ତାହା ଆଜି ଦିନରେ କେବଳ ବଲାଙ୍ଗୀର ନୁହେଁ, ସମଗ୍ର ଓଡିଶା ଏପରିକି ଦିଲ୍ଲୀ ଦରବାର ପର୍ଯ୍ୟନ୍ତ ପହଞ୍ଚି ବଲାଙ୍ଗୀରର ଗୌରବ ବଢାଇଛନ୍ତିl
ଠିକ ସେହିପରି ନକୁଳ ପଟ୍ଟନାୟକ ବଲାଙ୍ଗୀରର ଜଣେ ଜଣାଶୁଣା ଭୁଜା ମିକ୍ସଚର ବ୍ୟବସାୟୀ ଯିଏକି ଓଡିଶାର ବିଭିନ୍ନ ସ୍ଥାନ, ବେଙ୍ଗାଲୁରୁ ସମେତ ଦିଲ୍ଲୀର ‘ଓଡିଶା ପର୍ବ’ରେ ୪ ଥର ନିଜ ଭୁଜା ମିକ୍ସଚରର ସ୍ବାଦ ଚଖାଇ ଆସୁଛନ୍ତି।
ବିଗତ ବର୍ଷଗୁଡ଼ିକରେ ଦେଶର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖl ଗୁପ୍ତାଙ୍କ ସମେତ ଅନେକ ସେଲିବ୍ରିଟି ଏହି ଦୁଇ ଯୁବ ଶିଳ୍ପୋଦ୍ୟୋଗୀଙ୍କ ଓଡ଼ିଶା ପର୍ବ ଷ୍ଟଲକୁ ଆସି ଉଭୟଙ୍କୁ ଉତ୍ସାହିତ କରିଥିଲେ l ଆଜି ପବ୍ଲିକ ରିଭ୍ୟୁ କମିଟି ଦ୍ୱାରା ଆୟୋଜିତ ସମ୍ବର୍ଦ୍ଧନା ସଭାରେ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ଭବାନୀ ଶଙ୍କର ଶତପଥୀ, ସାମାଜିକ କର୍ମୀ ତଥା ବେଡ଼ମିଣ୍ଟନ ସଙ୍ଘ ସମ୍ପାଦକ ସୁରୁଲାଲ ମଟାରି, ଏପିପି ଅଶୋକ ରାଉତ, ସରୋଜ ଗୁପ୍ତା, ଜଙ୍ଗଲ ଜୀବନ ସୁରକ୍ଷା ଅଭିଯାନ ଆବାହକ ସୁନୀଲ ମହାନ୍ତି, ବରିଷ୍ଠ ଗଣମାଧ୍ୟମ ପ୍ରତିନିଧି ବୀରେନ୍ଦ୍ର କୁମାର ଝାଙ୍କର, ଚିତ୍ତରଞ୍ଜନ ମିଶ୍ର, ବିଭୁ କଲ୍ୟାଣ ଗଡତ୍ୟା, ସଙ୍ଗଠକ ଅନନ୍ତ ବେହେରା, ମାନସ ମହାନ୍ତି, ରଘୁନନ୍ଦନ ସିଂ, ସାମାଜିକ କର୍ମୀ ସତ୍ୟ ବନଛୋର, ଶିକ୍ଷାବିତ ମନୋରଞ୍ଜନ ସାହୁ, ସାହିତି୍ୟକ ସନ୍ଦୀପ କୁମାର କୁଅଁର ମିଳିତ ଭାବେ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ l
Dharitri – Odisha’s No.1 Odia Daily

