‘ଓଡ଼ିଶାରେ ବୃଦ୍ଧି ପାଇଛି ୨ ଚକିଆ ଯାନ ବିକ୍ରି’

ଭୁବନେଶ୍ୱର,୨୪।୧୧: ଗତ କିଛି ମାସ ହେବ ଉଭୟ ଜାତୀୟ (ଭାରତ) ଏବଂ ରାଜ୍ୟ (ଓଡ଼ିଶା) ବଜାରରେ ଗାଡ଼ି ବିକ୍ରି ପୂର୍ବ ବର୍ଷ ତୁଳନାରେ ବୃଦ୍ଧି ପାଇଛି। ଏପରିକି ଉଭୟ ଭାରି ଏବଂ ଯାତ୍ରୀବାହୀ ଯାନ ସାଙ୍ଗକୁ ୨ ଏବଂ ୩ ଚକିଆ ସହ ଟ୍ରାକ୍ଟର ଓ ଇଲେକ୍ଟ୍ରି ଭେଇକିଲ (ଇଭି)ର ବିକ୍ରି ପରିମାଣ ମଧ୍ୟ ବୃଦ୍ଧି ଘଟିଛି। ଚଳିତ ଆର୍ଥିକ ବର୍ଷର ଅପ୍ରେଲ୍‌ରୁ ଅକ୍ଟୋବର ଶେଷ ସୁଦ୍ଧା ଓଡ଼ିଶା ବଜାରରେ ୨ ଚକିଆ ଯାନ ବିକ୍ରି ୨,୯୩,୧୬୯ ବା ୩୩.୮୬% ବୃଦ୍ଧି ପାଇଛି। କାରଣ ସହରାଞ୍ଚଳଠାରୁ ନେଇ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁ ବର୍ଗର ଲୋକଙ୍କ ରୋଜଗାର କ୍ଷମତା ବୃଦ୍ଧି ପାଇଛି। ବିଶେଷକରି ସବୁ ସ୍ଥାନ ଓ କାର୍ଯ୍ୟ ପାଇଁ ୨ ଚକିଆ ଯାନର ବ୍ୟାପକ ଆବଶ୍ୟକତା ଥିବାରୁ ଏହାର ଚାହିଦା ବୃଦ୍ଧି ପାଉଛି ବୋଲି ଫେଡେରେଶନ ଅଫ୍‌ ଅଟୋମୋବାଇଲ ଡିଲର୍ସ ଆସୋସିଏଶନ୍‌ସ (ଫାଡା)ର ସଭାପତି ମନୀଷ ରାଜ ସିଂଘାଣିଆ ମତପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଫାଡା ପକ୍ଷରୁ ବୁଧବାର ଭୁବନେଶ୍ୱରଠାରେ ପ୍ରଥମ ଓଡ଼ିଶା ଲଡିରଶିପ ସମାବେଶର ଆୟୋଜନ କରାଯାଇଥିଲା। ଉକ୍ତ ସମାବେଶରେ ଫାଡାର ସଭାପତି ମନୀଷ ରାଜ ସିଂଘାଣିଆ ଅଧ୍ୟକ୍ଷତା କରି କହିଥିଲେ କୋଭିଡ ଯୋଗୁ ଅଟୋଶିଳ୍ପରେ ମାନ୍ଦାବସ୍ଥା ଦେଖାଦେଇଥିଲା। ହେଲେ ଗତ କିଛି ମାସ ହେବ ଅଟୋଶିଳ୍ପର କାରବାର ବୃଦ୍ଧି ଘଟିଛି। ବିଶେଷ କରି ଚଳିତ ବର୍ଷ ପାର୍ବଣ କାରବାର ଅଟୋଶିଳ୍ପକୁ ଶକ୍ତି ଯୋଗାଇଛି। ସେହିଭଳି ଯାନବାହନ ବିକ୍ରୟ ବ୍ୟବସ୍ଥାରେ ମଧ୍ୟ ଯାନବାହନର ରିଟେଲ ଶିଳ୍ପ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇଛି। ଏପରିକି ଫାଡା ଏକ ଆସୋସିଏଶନ ଭାବେ ସମଗ୍ର ଦେଶରେ ଥିବା ଆମର ଡିଲର ସଦସ୍ୟଗଣଙ୍କୁ ସର୍ବୋତ୍ତମ ସମ୍ଭବ ସମର୍ଥନ ଓ ସହଯୋଗ ଯୋଗାଇ ଦେବାକୁ ଆମେ ପ୍ରତିବଦ୍ଧ।

ଯାନବାହନ କ୍ଷେତ୍ର ଓ ବ୍ୟବସାୟର ଅଭିବୃଦ୍ଧି ନିମନ୍ତେ ପ୍ରଚୁର ସମ୍ଭାବନା ସହ ଓଡ଼ିଶା ଏକ ଉଲ୍ଲେଖଯୋଗ୍ୟ ବଜାର ହୋଇଛି। ସେହିଭଳି ଫାଡାର ରାଜ୍ୟ ସଭାପତି (ରାଜ୍ୟ ଚେୟାରପର୍ସନ, ଫାଡା ଓଡ଼ିଶା) ପ୍ରଦୀପ ଅଗ୍ରୱାଲ କହିଥିଲେ, ଭାରତରେ ଯାନବାହନ ରିଟେଲ ବ୍ୟବସାୟ ନିମନ୍ତେ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ବଜାର ସହିତ ପୂର୍ବ ଭାରତରେ ମଧ୍ୟ ଏହା ଅନ୍ୟତମ ସର୍ବବୃହତ ଯାନବାହନ ରିଟେଲ ବଜାର ଭାବେ ଉଭା ହୋଇଛି। ଏପରିକି ଓଡ଼ିଶାରେ ପ୍ରାୟ ୧୧୦୦ ଡିଲର ରହିଥିବାବେଳେ ସେଥିରେ ପ୍ରାୟ ୨ ଲକ୍ଷ ପ୍ରତ୍ୟକ୍ଷ ନିଯୁକ୍ତି ପାଇଛନ୍ତି ଏବଂ ସେମାନଙ୍କୁ ସେମାନଙ୍କର ବାସସ୍ଥାନରୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇନାହିଁ।

ସେହିପରି ୨୦୨୨-୨୩ ଆର୍ଥିକ ବର୍ଷର ଗତ ୭ମାସ (ଏପ୍ରିଲରୁ ଅକ୍ଟୋବର ଶେଷ ସୁଦ୍ଧା) ମଧ୍ୟରେ ପ୍ରାୟ ୭୦୦୦କୋଟି ଟଙ୍କାର ରାଜସ୍ବ ସଂଗ୍ରହ ହୋଇଛି। ବିଶେଷ କରି ୧୫୦୦ କୋଟି ଟଙ୍କାର ସଡ଼କ ଟିକସ ଏବଂ ପ୍ରାୟ ୫୫୦୦ କୋଟି ଟଙ୍କା ଜିଏସଟି ଆକାରରେ ରାଜସ୍ବ ସଂଗ୍ରହ ଯାହା ରାଜ୍ୟରେ ଯାନବାହନ ବିକ୍ରିରୁ ଆସିଛି ବୋଲି ସେ ମତପ୍ରକାଶ କରିଥିଲେ। ଉକ୍ତ ବୈଠକରେ ଫାଡାର ଫାଡା ସିଇଓ ସହର୍ଷ ଦମାନୀଙ୍କ ସମେତ ସମଗ୍ର ରାଜ୍ୟରୁ ୫୦ରୁ ଅଧିକ ଅଟୋମୋବାଇଲ ଡିଲର ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ଡିଲରମାନେ ସେମାନଙ୍କର ସମସ୍ୟା, ବ୍ୟବସାୟ କ୍ଷେତ୍ରର ରହିଥିବା ଚାଲେଞ୍ଜ ଏବଂ ଭବିଷ୍ୟତର ସୁଯୋଗଗୁଡିକ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରସ୍ତ ମିଳିବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri