‘ଓଡ଼ିଶାରେ ବୃଦ୍ଧି ପାଇଛି ୨ ଚକିଆ ଯାନ ବିକ୍ରି’

ଭୁବନେଶ୍ୱର,୨୪।୧୧: ଗତ କିଛି ମାସ ହେବ ଉଭୟ ଜାତୀୟ (ଭାରତ) ଏବଂ ରାଜ୍ୟ (ଓଡ଼ିଶା) ବଜାରରେ ଗାଡ଼ି ବିକ୍ରି ପୂର୍ବ ବର୍ଷ ତୁଳନାରେ ବୃଦ୍ଧି ପାଇଛି। ଏପରିକି ଉଭୟ ଭାରି ଏବଂ ଯାତ୍ରୀବାହୀ ଯାନ ସାଙ୍ଗକୁ ୨ ଏବଂ ୩ ଚକିଆ ସହ ଟ୍ରାକ୍ଟର ଓ ଇଲେକ୍ଟ୍ରି ଭେଇକିଲ (ଇଭି)ର ବିକ୍ରି ପରିମାଣ ମଧ୍ୟ ବୃଦ୍ଧି ଘଟିଛି। ଚଳିତ ଆର୍ଥିକ ବର୍ଷର ଅପ୍ରେଲ୍‌ରୁ ଅକ୍ଟୋବର ଶେଷ ସୁଦ୍ଧା ଓଡ଼ିଶା ବଜାରରେ ୨ ଚକିଆ ଯାନ ବିକ୍ରି ୨,୯୩,୧୬୯ ବା ୩୩.୮୬% ବୃଦ୍ଧି ପାଇଛି। କାରଣ ସହରାଞ୍ଚଳଠାରୁ ନେଇ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁ ବର୍ଗର ଲୋକଙ୍କ ରୋଜଗାର କ୍ଷମତା ବୃଦ୍ଧି ପାଇଛି। ବିଶେଷକରି ସବୁ ସ୍ଥାନ ଓ କାର୍ଯ୍ୟ ପାଇଁ ୨ ଚକିଆ ଯାନର ବ୍ୟାପକ ଆବଶ୍ୟକତା ଥିବାରୁ ଏହାର ଚାହିଦା ବୃଦ୍ଧି ପାଉଛି ବୋଲି ଫେଡେରେଶନ ଅଫ୍‌ ଅଟୋମୋବାଇଲ ଡିଲର୍ସ ଆସୋସିଏଶନ୍‌ସ (ଫାଡା)ର ସଭାପତି ମନୀଷ ରାଜ ସିଂଘାଣିଆ ମତପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଫାଡା ପକ୍ଷରୁ ବୁଧବାର ଭୁବନେଶ୍ୱରଠାରେ ପ୍ରଥମ ଓଡ଼ିଶା ଲଡିରଶିପ ସମାବେଶର ଆୟୋଜନ କରାଯାଇଥିଲା। ଉକ୍ତ ସମାବେଶରେ ଫାଡାର ସଭାପତି ମନୀଷ ରାଜ ସିଂଘାଣିଆ ଅଧ୍ୟକ୍ଷତା କରି କହିଥିଲେ କୋଭିଡ ଯୋଗୁ ଅଟୋଶିଳ୍ପରେ ମାନ୍ଦାବସ୍ଥା ଦେଖାଦେଇଥିଲା। ହେଲେ ଗତ କିଛି ମାସ ହେବ ଅଟୋଶିଳ୍ପର କାରବାର ବୃଦ୍ଧି ଘଟିଛି। ବିଶେଷ କରି ଚଳିତ ବର୍ଷ ପାର୍ବଣ କାରବାର ଅଟୋଶିଳ୍ପକୁ ଶକ୍ତି ଯୋଗାଇଛି। ସେହିଭଳି ଯାନବାହନ ବିକ୍ରୟ ବ୍ୟବସ୍ଥାରେ ମଧ୍ୟ ଯାନବାହନର ରିଟେଲ ଶିଳ୍ପ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇଛି। ଏପରିକି ଫାଡା ଏକ ଆସୋସିଏଶନ ଭାବେ ସମଗ୍ର ଦେଶରେ ଥିବା ଆମର ଡିଲର ସଦସ୍ୟଗଣଙ୍କୁ ସର୍ବୋତ୍ତମ ସମ୍ଭବ ସମର୍ଥନ ଓ ସହଯୋଗ ଯୋଗାଇ ଦେବାକୁ ଆମେ ପ୍ରତିବଦ୍ଧ।

ଯାନବାହନ କ୍ଷେତ୍ର ଓ ବ୍ୟବସାୟର ଅଭିବୃଦ୍ଧି ନିମନ୍ତେ ପ୍ରଚୁର ସମ୍ଭାବନା ସହ ଓଡ଼ିଶା ଏକ ଉଲ୍ଲେଖଯୋଗ୍ୟ ବଜାର ହୋଇଛି। ସେହିଭଳି ଫାଡାର ରାଜ୍ୟ ସଭାପତି (ରାଜ୍ୟ ଚେୟାରପର୍ସନ, ଫାଡା ଓଡ଼ିଶା) ପ୍ରଦୀପ ଅଗ୍ରୱାଲ କହିଥିଲେ, ଭାରତରେ ଯାନବାହନ ରିଟେଲ ବ୍ୟବସାୟ ନିମନ୍ତେ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ବଜାର ସହିତ ପୂର୍ବ ଭାରତରେ ମଧ୍ୟ ଏହା ଅନ୍ୟତମ ସର୍ବବୃହତ ଯାନବାହନ ରିଟେଲ ବଜାର ଭାବେ ଉଭା ହୋଇଛି। ଏପରିକି ଓଡ଼ିଶାରେ ପ୍ରାୟ ୧୧୦୦ ଡିଲର ରହିଥିବାବେଳେ ସେଥିରେ ପ୍ରାୟ ୨ ଲକ୍ଷ ପ୍ରତ୍ୟକ୍ଷ ନିଯୁକ୍ତି ପାଇଛନ୍ତି ଏବଂ ସେମାନଙ୍କୁ ସେମାନଙ୍କର ବାସସ୍ଥାନରୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇନାହିଁ।

ସେହିପରି ୨୦୨୨-୨୩ ଆର୍ଥିକ ବର୍ଷର ଗତ ୭ମାସ (ଏପ୍ରିଲରୁ ଅକ୍ଟୋବର ଶେଷ ସୁଦ୍ଧା) ମଧ୍ୟରେ ପ୍ରାୟ ୭୦୦୦କୋଟି ଟଙ୍କାର ରାଜସ୍ବ ସଂଗ୍ରହ ହୋଇଛି। ବିଶେଷ କରି ୧୫୦୦ କୋଟି ଟଙ୍କାର ସଡ଼କ ଟିକସ ଏବଂ ପ୍ରାୟ ୫୫୦୦ କୋଟି ଟଙ୍କା ଜିଏସଟି ଆକାରରେ ରାଜସ୍ବ ସଂଗ୍ରହ ଯାହା ରାଜ୍ୟରେ ଯାନବାହନ ବିକ୍ରିରୁ ଆସିଛି ବୋଲି ସେ ମତପ୍ରକାଶ କରିଥିଲେ। ଉକ୍ତ ବୈଠକରେ ଫାଡାର ଫାଡା ସିଇଓ ସହର୍ଷ ଦମାନୀଙ୍କ ସମେତ ସମଗ୍ର ରାଜ୍ୟରୁ ୫୦ରୁ ଅଧିକ ଅଟୋମୋବାଇଲ ଡିଲର ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ଡିଲରମାନେ ସେମାନଙ୍କର ସମସ୍ୟା, ବ୍ୟବସାୟ କ୍ଷେତ୍ରର ରହିଥିବା ଚାଲେଞ୍ଜ ଏବଂ ଭବିଷ୍ୟତର ସୁଯୋଗଗୁଡିକ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଙ୍କ୍‌ ଷ୍ଟ୍ରାଇକ୍‌ ପୂର୍ବରୁ SBI କଲା ବଡ଼ ଘୋଷଣା, ସେପ୍ଟେମ୍ୱର ୨୮ରୁ ଏଟିଏମ୍‌ ଚାର୍ଜ…

ନୂଆଦିଲ୍ଲୀ,୨୬।୯: ଯଦି ଆପଣ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI)ର ଗ୍ରାହକ ଏବଂ ଆଗାମୀ ଦିନରେ ବ୍ୟାଙ୍କ ଧର୍ମଘଟ ଯୋଗୁଁ ଟଙ୍କାର ଅଭାବ ହେବା ଚିନ୍ତାରେ ବ୍ୟସ୍ତ…

ଆରପାରିରେ ଆଦର୍ଶ ଶିକ୍ଷକ ସନାତନ: ପାଟଣା ଅଞ୍ଚଳରେ ଶୋକର ଛାୟା

ପାଟଣା, ୨୬।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ଡିଆନାଳୀ ଗ୍ରାମର ଆଦର୍ଶ ଶିକ୍ଷକ ତଥା ବିଶିଷ୍ଟ ସଂଗଠକ, ଶିକ୍ଷାବିତ୍‌ ତଥା…

କେଲୁଅ ନଦୀକୁ ଡେଇଁଲେ ଅଜୟ: ପଛରେ ଅଛି ଏମିତି କାରଣ

ଧର୍ମଶାଳା,୨୬।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅଧୀନ ଦେଓଦା ପଞ୍ଚାୟତର ଚଇନିହୁଡ଼ା ଗ୍ରାମର ଜଣେ ଯୁବକ କାଏମା କେଲୁଅ ନଦୀ ବ୍ରିଜ୍‌ରୁ ଡେଇଁ ନିଖୋଜ…

ପ୍ରଥମ ଦିନିକିଆ ପାଇଁ ଟିମ ଇଣ୍ଡିଆର ମାଷ୍ଟରପ୍ଲାନ ହେଲା ଲିକ୍‌’! ବଡ଼ କଥା କହିଲେ ଭାରତୀୟ କୋଚ

ନୂଆଦିଲ୍ଲୀ,୨୬।୯: ୨୦୨୭ ଦିନିକିଆ ବିଶ୍ୱକପକୁ ନଜରରେ ରଖି ଭାରତୀୟ କ୍ରିକେଟ ଦଳ ପାଇଁ ଆଗାମୀ ପ୍ରତ୍ୟେକ ସିରିଜ ଗୁରୁତ୍ୱପୂର୍ଣ୍ଣ ହେବ। ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ୩…

ନିର୍ବାଚିତ ହେବାର କିଛି ଘଣ୍ଟା ପରେ ଓମ ବିର୍ଲଙ୍କ ବାସଭବନ ସାମ୍ନାରେ ନତମସ୍ତକ ହେଲେ ମେୟର, ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୬।୯: ରାଜସ୍ଥାନର କୋଟା ନଗର ନିଗମର ନୂଆ ମେୟର ଭାବେ ଭାଜପାର ଅନୁସୂୟା ଗୋସ୍ବାମୀ ନିର୍ବାଚିତ ହେବାର କିଛି ଘଣ୍ଟା ପରେ ଏକ ଭିଡିଓ ସୋସିଆଲ ମିଡିଆରେ…

ରିପୋର୍ଟରେ ବଡ଼ ଖୁଲାସା: ଦଳ ବଦଳାଇଛନ୍ତି ୧୧୧ ଏମ୍‌ପି, ବିଧାୟକ

ନୂଆଦିଲ୍ଲୀ,୨୬ା୯: ୨୦୨୨ରୁ ୨୦୨୬ ମଧ୍ୟରେ ପାର୍ଲାମେଣ୍ଟ କିମ୍ବା ରାଜ୍ୟ ବିଧାନସଭା ନିର୍ବାଚନ ଜିତିବା ପରେ ୧୧୧ ଏମ୍‌ପି ଏବଂ ବିଧାୟକ ଦଳ ବଦାଇଛନ୍ତି। ସର୍ବାଧିକ ଦଳବଦଳ ନାଗାଲାଣ୍ଡ…

କାଜୁ ବୁଦାରେ ଝୁଲୁଛି ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ମୃତଦେହ: ଖେଳିଗଲା ଚାଞ୍ଚଲ୍ୟ

ଧର୍ମଶାଳା,୨୬।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ ରାଉତରାପୁର ପଞ୍ଚାୟତର ନୂଆସାହି ଗ୍ରାମରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାକୁ ନେଇ…

ରୁଷିକୁଲ୍ୟାରୁ କମୁଛି ଜଳସ୍ତର: ଟଳିଲା ବନ୍ୟା ଆଶଙ୍କା

ପୁରୁଷୋତ୍ତମପୁର, ୨୬।୯ (ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତର ପ୍ରଭାବରେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳରେ ଗତ ଚାରିଦିନ ଧରି ଲଗାଣ ବର୍ଷା ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?