Posted inଫୁରସତ

ଭୂତ ସହରରେ ରହିଲେ ମିଳିବ ୨୫ ଲକ୍ଷ

ରୋମ୍‌: ଭୂତ ନାଁ ଶୁଣିଲେ ଲୋକଙ୍କ ମନରେ ଛନକା ପଶେ। ଭୂତ ଭୟରେ ଅନେକ ଲୋକ ଗାଁ ଘର ଛାଡ଼ି ଅନ୍ୟତ୍ର ବସବାସ କରିଥାନ୍ତିି। କିନ୍ତୁ ଇଟାଲୀର ଏକ ଭୂତ ସହରରେ ରହିବା ପାଇଁ ଲୋକଙ୍କୁ ଆମନ୍ତ୍ରଣ କରାଯାଉଛି। ଯିଏ ସେଠାକୁ ଯାଇ ବସବାସ କରିବେ ତାଙ୍କୁ ୩୦ ହଜାର ୟୁରୋ (ପ୍ରାୟ ୨୫ ଲକ୍ଷ ଟଙ୍କା)ର ଅଫର୍‌ ଦିଆଯାଉଛି।
ଦକ୍ଷିଣ-ପୂର୍ବରେ ଥିବା ପ୍ରେସିସ୍‌ ସହର ଏହାର ସୌନ୍ଦର୍ଯ୍ୟ ଓ ଚିତ୍ତାକର୍ଷକ ଶୋଭାରାଜି ପାଇଁ ପ୍ରସିଦ୍ଧ।

ସେଠାରେ ୧୯୯୧ ମସିହା ପୂର୍ବରୁ ନିର୍ମିତ ଅନେକ ଘର ଏବେ ବି ଖାଲି ପଡ଼ିଛି। ଏହି ସହରରେ ରହିବା ପାଇଁ ଲୋକେ ମଙ୍ଗୁ ନାହାନ୍ତି। ତେଣୁ ସହରକୁ ଚଳଚଞ୍ଚଳ କରିବା ପାଇଁ ସ୍ଥାନୀୟ କାଉନ୍‌ସିଲର୍‌ ଆଲଫ୍ରେଡୋ ପଲେସ୍‌ ଏହି ଅଭିନବ ଉପାୟ ଆପଣାଇଛନ୍ତି। ଆଲଫ୍ରେଡୋ କହିଛନ୍ତି, ଏଠାକୁ ଯିଏ ଆସି ରହିବ ତାଙ୍କୁ ୩୦ ହଜାର ୟୁରୋ ମିଳିବ। ସେହି ଅର୍ଥ ଦୁଇଭାଗ ହେବ। ସମ୍ପୃକ୍ତ ଆଗ୍ରହୀ ବ୍ୟକ୍ତି କୋଠାକୁ ଆଂଶିକ ଭାବେ କିଣିବା ବାବଦରେ ୧୫ ହଜାର ୟୁରୋ ଖର୍ଚ୍ଚ କରିବେ। ଆଉ ୧୫ ହଜାର ୟୁରୋରେ କୋଠାକୁ ନୂଆ ଶୈଳୀରେ ସଜାଯିବ।

ମାରିଆ ଡି ଲେଉକା ଉପକୂଳରୁ ୧୫ ମିନିଟ ଯାତ୍ରା କଲେ ଏହି ସହର ପଡ଼େ। ୨୦୧୯ରେ ନିକଟସ୍ଥ ଏକ ସହର ସହିତ ପ୍ରେସିସ୍‌ର ମିଶ୍ରଣ ପରେ ଏହି ପ୍ରେସିସ୍‌-ଆକ୍ୱାରିକା ନାମରେ ପରିଚିତ। ମିଶ୍ରଣ ପରେ ଇଟାଲୀୟ ଆଇନ ଅନୁଯାୟୀ ପ୍ରିସେସ୍‌ରେ ଲୋକେ ରହିଲେ ବିସ୍ତୃତ ଭୂ-ଖଣ୍ଡକୁ ବିକାଶ ପାଇଁ ବାର୍ଷିକ ୧୦ ଲକ୍ଷ ୟୁରୋ ମିଳିବ। ୯ ହଜାର ଜନସଂଖ୍ୟା ବିଶିଷ୍ଟ ପ୍ରିସେସ୍‌ର ଅର୍ଦ୍ଧାଧିକ ଲୋକ ସହର ଛାଡ଼ି ଅନ୍ୟତ୍ର ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri