Posted inଫୁରସତ

ଭୂତ ସହରରେ ରହିଲେ ମିଳିବ ୨୫ ଲକ୍ଷ

ରୋମ୍‌: ଭୂତ ନାଁ ଶୁଣିଲେ ଲୋକଙ୍କ ମନରେ ଛନକା ପଶେ। ଭୂତ ଭୟରେ ଅନେକ ଲୋକ ଗାଁ ଘର ଛାଡ଼ି ଅନ୍ୟତ୍ର ବସବାସ କରିଥାନ୍ତିି। କିନ୍ତୁ ଇଟାଲୀର ଏକ ଭୂତ ସହରରେ ରହିବା ପାଇଁ ଲୋକଙ୍କୁ ଆମନ୍ତ୍ରଣ କରାଯାଉଛି। ଯିଏ ସେଠାକୁ ଯାଇ ବସବାସ କରିବେ ତାଙ୍କୁ ୩୦ ହଜାର ୟୁରୋ (ପ୍ରାୟ ୨୫ ଲକ୍ଷ ଟଙ୍କା)ର ଅଫର୍‌ ଦିଆଯାଉଛି।
ଦକ୍ଷିଣ-ପୂର୍ବରେ ଥିବା ପ୍ରେସିସ୍‌ ସହର ଏହାର ସୌନ୍ଦର୍ଯ୍ୟ ଓ ଚିତ୍ତାକର୍ଷକ ଶୋଭାରାଜି ପାଇଁ ପ୍ରସିଦ୍ଧ।

ସେଠାରେ ୧୯୯୧ ମସିହା ପୂର୍ବରୁ ନିର୍ମିତ ଅନେକ ଘର ଏବେ ବି ଖାଲି ପଡ଼ିଛି। ଏହି ସହରରେ ରହିବା ପାଇଁ ଲୋକେ ମଙ୍ଗୁ ନାହାନ୍ତି। ତେଣୁ ସହରକୁ ଚଳଚଞ୍ଚଳ କରିବା ପାଇଁ ସ୍ଥାନୀୟ କାଉନ୍‌ସିଲର୍‌ ଆଲଫ୍ରେଡୋ ପଲେସ୍‌ ଏହି ଅଭିନବ ଉପାୟ ଆପଣାଇଛନ୍ତି। ଆଲଫ୍ରେଡୋ କହିଛନ୍ତି, ଏଠାକୁ ଯିଏ ଆସି ରହିବ ତାଙ୍କୁ ୩୦ ହଜାର ୟୁରୋ ମିଳିବ। ସେହି ଅର୍ଥ ଦୁଇଭାଗ ହେବ। ସମ୍ପୃକ୍ତ ଆଗ୍ରହୀ ବ୍ୟକ୍ତି କୋଠାକୁ ଆଂଶିକ ଭାବେ କିଣିବା ବାବଦରେ ୧୫ ହଜାର ୟୁରୋ ଖର୍ଚ୍ଚ କରିବେ। ଆଉ ୧୫ ହଜାର ୟୁରୋରେ କୋଠାକୁ ନୂଆ ଶୈଳୀରେ ସଜାଯିବ।

ମାରିଆ ଡି ଲେଉକା ଉପକୂଳରୁ ୧୫ ମିନିଟ ଯାତ୍ରା କଲେ ଏହି ସହର ପଡ଼େ। ୨୦୧୯ରେ ନିକଟସ୍ଥ ଏକ ସହର ସହିତ ପ୍ରେସିସ୍‌ର ମିଶ୍ରଣ ପରେ ଏହି ପ୍ରେସିସ୍‌-ଆକ୍ୱାରିକା ନାମରେ ପରିଚିତ। ମିଶ୍ରଣ ପରେ ଇଟାଲୀୟ ଆଇନ ଅନୁଯାୟୀ ପ୍ରିସେସ୍‌ରେ ଲୋକେ ରହିଲେ ବିସ୍ତୃତ ଭୂ-ଖଣ୍ଡକୁ ବିକାଶ ପାଇଁ ବାର୍ଷିକ ୧୦ ଲକ୍ଷ ୟୁରୋ ମିଳିବ। ୯ ହଜାର ଜନସଂଖ୍ୟା ବିଶିଷ୍ଟ ପ୍ରିସେସ୍‌ର ଅର୍ଦ୍ଧାଧିକ ଲୋକ ସହର ଛାଡ଼ି ଅନ୍ୟତ୍ର ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଙ୍କ୍‌ ଷ୍ଟ୍ରାଇକ୍‌ ପୂର୍ବରୁ SBI କଲା ବଡ଼ ଘୋଷଣା, ସେପ୍ଟେମ୍ୱର ୨୮ରୁ ଏଟିଏମ୍‌ ଚାର୍ଜ…

ନୂଆଦିଲ୍ଲୀ,୨୬।୯: ଯଦି ଆପଣ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI)ର ଗ୍ରାହକ ଏବଂ ଆଗାମୀ ଦିନରେ ବ୍ୟାଙ୍କ ଧର୍ମଘଟ ଯୋଗୁଁ ଟଙ୍କାର ଅଭାବ ହେବା ଚିନ୍ତାରେ ବ୍ୟସ୍ତ…

ଆରପାରିରେ ଆଦର୍ଶ ଶିକ୍ଷକ ସନାତନ: ପାଟଣା ଅଞ୍ଚଳରେ ଶୋକର ଛାୟା

ପାଟଣା, ୨୬।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ଡିଆନାଳୀ ଗ୍ରାମର ଆଦର୍ଶ ଶିକ୍ଷକ ତଥା ବିଶିଷ୍ଟ ସଂଗଠକ, ଶିକ୍ଷାବିତ୍‌ ତଥା…

କେଲୁଅ ନଦୀକୁ ଡେଇଁଲେ ଅଜୟ: ପଛରେ ଅଛି ଏମିତି କାରଣ

ଧର୍ମଶାଳା,୨୬।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅଧୀନ ଦେଓଦା ପଞ୍ଚାୟତର ଚଇନିହୁଡ଼ା ଗ୍ରାମର ଜଣେ ଯୁବକ କାଏମା କେଲୁଅ ନଦୀ ବ୍ରିଜ୍‌ରୁ ଡେଇଁ ନିଖୋଜ…

ପ୍ରଥମ ଦିନିକିଆ ପାଇଁ ଟିମ ଇଣ୍ଡିଆର ମାଷ୍ଟରପ୍ଲାନ ହେଲା ଲିକ୍‌’! ବଡ଼ କଥା କହିଲେ ଭାରତୀୟ କୋଚ

ନୂଆଦିଲ୍ଲୀ,୨୬।୯: ୨୦୨୭ ଦିନିକିଆ ବିଶ୍ୱକପକୁ ନଜରରେ ରଖି ଭାରତୀୟ କ୍ରିକେଟ ଦଳ ପାଇଁ ଆଗାମୀ ପ୍ରତ୍ୟେକ ସିରିଜ ଗୁରୁତ୍ୱପୂର୍ଣ୍ଣ ହେବ। ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ୩…

ନିର୍ବାଚିତ ହେବାର କିଛି ଘଣ୍ଟା ପରେ ଓମ ବିର୍ଲଙ୍କ ବାସଭବନ ସାମ୍ନାରେ ନତମସ୍ତକ ହେଲେ ମେୟର, ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୬।୯: ରାଜସ୍ଥାନର କୋଟା ନଗର ନିଗମର ନୂଆ ମେୟର ଭାବେ ଭାଜପାର ଅନୁସୂୟା ଗୋସ୍ବାମୀ ନିର୍ବାଚିତ ହେବାର କିଛି ଘଣ୍ଟା ପରେ ଏକ ଭିଡିଓ ସୋସିଆଲ ମିଡିଆରେ…

ରିପୋର୍ଟରେ ବଡ଼ ଖୁଲାସା: ଦଳ ବଦଳାଇଛନ୍ତି ୧୧୧ ଏମ୍‌ପି, ବିଧାୟକ

ନୂଆଦିଲ୍ଲୀ,୨୬ା୯: ୨୦୨୨ରୁ ୨୦୨୬ ମଧ୍ୟରେ ପାର୍ଲାମେଣ୍ଟ କିମ୍ବା ରାଜ୍ୟ ବିଧାନସଭା ନିର୍ବାଚନ ଜିତିବା ପରେ ୧୧୧ ଏମ୍‌ପି ଏବଂ ବିଧାୟକ ଦଳ ବଦାଇଛନ୍ତି। ସର୍ବାଧିକ ଦଳବଦଳ ନାଗାଲାଣ୍ଡ…

କାଜୁ ବୁଦାରେ ଝୁଲୁଛି ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ମୃତଦେହ: ଖେଳିଗଲା ଚାଞ୍ଚଲ୍ୟ

ଧର୍ମଶାଳା,୨୬।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ ରାଉତରାପୁର ପଞ୍ଚାୟତର ନୂଆସାହି ଗ୍ରାମରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାକୁ ନେଇ…

ରୁଷିକୁଲ୍ୟାରୁ କମୁଛି ଜଳସ୍ତର: ଟଳିଲା ବନ୍ୟା ଆଶଙ୍କା

ପୁରୁଷୋତ୍ତମପୁର, ୨୬।୯ (ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତର ପ୍ରଭାବରେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳରେ ଗତ ଚାରିଦିନ ଧରି ଲଗାଣ ବର୍ଷା ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?