କାଠ ପୋଲ ତିଆରି କଲେ ୨ ପଡ଼ାବାସୀ

ଭବାନୀପାଟଣା,୩।୭(ଉତ୍ତମ କୁମାର ଦାଶ): କଥାରେ ଅଛି ଏକତାର ବଳ ଆଗରେ ସବୁ କିଛି କାମ ସମ୍ଭବ ହୋଇପାରେ। ଏହା କଥାରେ ନୁହେଁ ବଂର କାମରେ କରି ଦେଖାଇଛନ୍ତି କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ବକ୍ସିତୁଲସୀପାଲି ପଞ୍ଚୟତ ରଣପୁର ଗ୍ରାମର ୨ ପଡାବାସୀ। ଦୀର୍ଘ ବର୍ଷ ହେଲା ଏଠାରେ ଥିବା ମୁଖ୍ୟ କେନାଲରେ ପୋଲ ନିର୍ମାଣ ପାଇଁ ସ୍ଥାନୀୟ ନେତା ଓ ଇନ୍ଦ୍ରାବତୀ ବିଭାଗୀୟ ଅଧିକାରୀଙ୍କୁ ରଣପୁର ଗ୍ରାମର ଯୋଜନାପଡା ଓ ଝାଙ୍କରପଡାବାସୀ ଗୁହାରୀ କରିଥିଲେ। ହେଲେ ସେମାନଙ୍କ ଏହି ସମସ୍ୟା ପ୍ରତି କେହି କର୍ଣ୍ଣପାତ କରି ନ ଥିଲେ। ଶେଷରେ ବାଧ୍ୟ ହୋଇ କେନାଲରେ ପୋଲ ନିର୍ମାଣ ପାଇଁ ୨ ପଡାବାସୀ ଅଣ୍ଟା ଭିଡିଥିଲେ। ୩ ଦିନ ୨ ପଡାବାସୀଙ୍କ ଅକ୍ଲାନ୍ତ ପରିଶ୍ରମ କରି କେନାଲ ଉପରେ ଗୋଟିଏ ନୁହେଁ ବଂର ୨ଟି କାଠ ପୋଲ ନିର୍ମାଣ କରି ନେତା ଓ ବିଭାଗୀୟ ଅଧିକାରୀଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି। ପ୍ରକାଶ ଯେ, ରଣୁପର ଗ୍ରାମକୁ ଲାଗି ଇନ୍ଦ୍ରାବତୀ ବାମ ଦକ୍ଷିଣ ମୁଖ୍ୟ କେନାଲ ଯାଇଛି। ଏହି କେନାଲର ଗୋଟିଏ ପଟରେ ଯୋଜନା ପଡା ରହିଥିବାବେଳେ ଅନ୍ୟପଟେ ଝାଙ୍କରପଡା ରହିଛି। ଯୋଜନାପଡାରେ ପ୍ରାୟ ୫ଶହ ଲୋକ ବାସ କରୁଥିବାବେଳେ କେନାଲ ଆରପାଟରେ ସେମାନଙ୍କ ୨ଶହରୁ ଊର୍ଦ୍ଧ୍ୱ ଏକର ଚାଷ ଜମି ରହିଛି। ଫଳରେ ପଡାବାସୀଙ୍କୁ ଚାଷ ପାଇଁ ମୁଖ୍ୟ କେନାଲ ଡେଇଁ ଯିବାକୁ ପଡିଥାଏ। ଖରାଦିନ ପଡାବାସୀଙ୍କୁ କୌଣସି ସମସ୍ୟା ହେଉ ନ ଥିବାବେଳେ ବର୍ଷା ଋତୁରେ ବିପଦ ସଙ୍କୁଳ ଭାବେ କେନାଲ ପାର ହୋଇ ଚାଷ ଜମିକୁ ଯାଇଥାନ୍ତି ପଡବାସୀ। ଏଠାକାର ଗରିବ ଲୋକମାନେ ସ୍ଥାନୀୟ ଘନା ଜଙ୍ଗଲ ଉପରେ ମଧ୍ୟ ନିର୍ଭର କରି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି। ସେହିପରି କେନାଲ ଆରପଟରେ ଥିବା ଝାକରପଡାରେ ୨୦ଟି ଆଦିବାସୀ ପରିବାର ରହୁଥିବାବେଳେ ସେମାନେ ମଧ୍ୟ ପଡାକୁ ମୁଖ୍ୟ କେନାଲ ଡେଇଁ ବିଭିନ୍ନ କାମ ପାଇଁ ଆସିଥାନ୍ତି। ତେବେ ବର୍ଷା ସମୟରେ ସେମାନେ ନାହଁି ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ବିଶେଷ କରି ଏଠାରେ ପଢୁଥିବା ସ୍କୁଲ ଓ ଅଙ୍ଗନୱାଡି ଛାତ୍ରୀଛାତ୍ର, ରୋଗୀ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ସେମାନେ ବିପଦସଙ୍କୁଳ ଭାବେ କେନାଲ ପାର ହୋଇ ଆରପଟକୁ ଯାଇଥାନ୍ତି। କେନାଲର ଉପର ମୁଣ୍ଡରେ ଏକ ପୋଲ ରହିଛି। ତେବେ ଦୂରତା ହେତୁ ୨ ପଡାବାସୀ ଜରୁରୀ କାମ ନ ଥିଲେ ଏହି ପୋଲକୁ ବ୍ୟବହାର କରନ୍ତି ନାହଁି। ତେଣୁ ଯୋଜନାପଡା ଓ ଝାଙ୍କରପଡା ମଧ୍ୟରେ ଏକ ପୋଲ କରାଗଲେ ଏହି ୨ ପଡାବାସୀ ଉପକୃତ ହୋଇପାରନ୍ତେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri