ସମୁଦ୍ରରେ ଆନ୍ଧ୍ର ମାଛ ମାଫିଆଙ୍କ ଦୌରାତ୍ମ୍ୟ, ୨ ଟ୍ରଲର ସହ ୫ କ୍ୱିଣ୍ଟାଲ ମାଛ ଜବତ କରି…

ଛତ୍ରପୁର,୧୭ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଉପକୂଳବର୍ତ୍ତୀ ସମୁଦ୍ର ଅଞ୍ଚଳରେ ପୁଣିଥରେ ଆନ୍ଧ୍ର ମାଛ ମାଫିଆଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳିଛି। ଆର୍ଯ୍ୟପଲ୍ଲୀ ନିକଟ ସମୁଦ୍ରରେ ଆନ୍ଧ୍ର ପ୍ରଦେଶର କିଛି ମତ୍ସ୍ୟଜୀବୀ ବେଆଇନ ଭାବେ ଦୁଇଟି ଟ୍ରଲର ଯୋଗେ ମାଛ ଧରୁଥିବା ଅଭିଯୋଗ ପାଇ ସାମୁଦ୍ରିକ ମତ୍ସ୍ୟ ବିଭାଗ ପକ୍ଷରୁ ଚଢ଼ାଉ କରି ଉକ୍ତ ଟ୍ରଲର ଦୁଇଟିକୁ ଜବତ କରିଛନ୍ତି।

ଜବତ ହୋଇଥିବା ଟ୍ରଲରଗୁଡ଼ିକୁ ବର୍ତ୍ତମାନ ଗୋଟିଏ ଗୋପାଳପୁର ବନ୍ଦର ନିକଟରେ ଆଉ ଗୋଟିଏ ସମୁଦ୍ର ଭିତରେ ଅଟକ ରଖାଯାଇଥିବା ବେଳେ ସେଥିରୁ ୫ କ୍ୱିଣ୍ଟାଲ ମାଛ ମଧ୍ୟ ଜବତ କରାଯାଇଛି। ସେଗୁ ନିଲାମ କରାଯିବ ବୋଲି ସହକାରୀ ମତ୍ସ୍ୟ ଅଧିକାରୀ ଅମୀୟ କୁମାର ନାୟକ ସୂଚନା ଦେଇଛନ୍ତି।

ଅଭିଯୋଗ ଅନୁଯାୟୀ, ଆନ୍ଧ୍ରର ମାଛ ମାଫିଆମାନେ ବାରମ୍ବାର ଓଡ଼ିଶା ସମୁଦ୍ର କୂଳରେ ପ୍ରବେଶ କରି ବେଆଇନ ଭାବେ ମାଛ ଧରୁଛନ୍ତି। ଏନେଇ ଏକାଧିକ ଥର ଅଭିଯୋଗ କରାଯାଇଥିଲେ ମଧ୍ୟ ସେମାନେ ଆଇନକୁ ଖାତିର ନକରି ନିଜ କାର୍ଯ୍ୟକଳାପ ଜାରି ରଖିଛନ୍ତି। ଫଳରେ ସ୍ଥାନୀୟ ମତ୍ସ୍ୟଜୀବୀମାନଙ୍କ ଜୀବିକା ଓ ମତ୍ସ୍ୟ ସମ୍ପଦ ଉପରେ କୁପ୍ରଭାବ ପଡ଼ୁଛି।

Dharitri – Odisha’s No.1 Odia Daily

Share