୨ ଟ୍ରେନ୍‌ ଧକ୍କା: ୪୦ ମୃତ

ଲାରିସା,୨ା୩: ଗ୍ରୀସ୍‌ର ଲାରିସା ସହର ନିକଟରେ ମଙ୍ଗଳବାର ମଧ୍ୟରାତ୍ରିରେ ଦୁଇଟି ଟ୍ରେନ୍‌ ମଧ୍ୟରେ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୪୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୮୫ ଆହତ ହୋଇଛନ୍ତି। ଫଳରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ଏହାକୁ ଦେଶର ସବୁଠୁ ଘାତକ ଟ୍ରେନ୍‌ ଦୁର୍ଘଟଣା ବୋଲି କୁହାଯାଉଛି। ଟ୍ରେନ୍‌ ଦୁର୍ଘଟଣା ପରେ ପରିବହନ ମନ୍ତ୍ରୀ କୋସ୍‌ଟାସ୍‌ କାରାମାନିଲ୍ସ ମୃତକମାନଙ୍କ ସମ୍ମାନରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଦେଶରେ ୩ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରିବା ପାଇଁ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।
କାର୍ଗୋ ଟ୍ରେନ୍‌ ରାତି ୭ଟା ୩୦ରେ ଥେସାଲୋନିରୁ ବାହାରି ଲାରିସାକୁ ଯାତ୍ରା କରୁଥିଲା। ରାଜଧାନୀ ଏଥେନ୍ସଠାରୁ ୩୮୦ କି.ମି. ଉତ୍ତରରେ ଭେଲ୍‌ ଅଫ୍‌ ଟେମ୍ପେ ନିକଟରେ ଦୁଇ ଦ୍ରୁତଗାମୀ ଟ୍ରେନ୍‌ ପରସ୍ପରକୁ ଧକ୍କା ଦେବାର କାରଣ ସ୍ପଷ୍ଟ ହୋଇନାହିଁ। ଲାରିସା ଷ୍ଟେଶନ ମାଷ୍ଟରଙ୍କୁ କର୍ତ୍ତବ୍ୟରେ ଅବହେଳା ପାଇଁ ଗିରଫ କରାଯାଇଛି। ପୋଲିସ ତାଙ୍କ ନାମ ପ୍ରକାଶ କରିନାହିଁ। ଏହି ମାମଲାରେ ଅନ୍ୟ ୨ ଜଣଙ୍କୁ ପଚରାଉଚରା ପାଇଁ ଅଟକ ରଖାଯାଇଛି। ସ୍ଥାନୀୟ ସରକାରୀ ଚ୍ୟାନେଲ ଇଟିଆର୍‌ ଅନୁସାରେ ଦୁର୍ଘଟଣା ପୂର୍ବରୁ ଦୁଇ ଟ୍ରେନ୍‌ର ଘଣ୍ଟାପ୍ରତି ବେଗ ୧୪୦ କି.ମି. ଥିଲା। ଟ୍ରେନ୍‌ ପରସ୍ପର ସହ ଧକ୍କା ହେବାରୁ ଅନେକ ଯାତ୍ରୀ ଛିଟିକିପଡ଼ି ବାହାରେ ପଡ଼ିଯାଇଥିଲେ। କେତେଜଣଙ୍କ ମୃତଦେହ ଦୁର୍ଘଟଣାସ୍ଥଳରୁ ୩୦-୪୦ ମିଟର ଦୂରରେ ମିଳିଥିବା ଉଦ୍ଧାରକାରୀ ଦଳ କହିଛି। ତାପମାତ୍ରା ଅହେତୁକ ବୃଦ୍ଧି ପାଉଥିବାରୁ ଟ୍ରେନ୍‌ରେ ଥିବା ଲୋକଙ୍କୁ ଚିହ୍ନଟ କରିବାରେ ଅସୁବିଧା ହେଉଥିବା ଫାୟାର ସର୍ଭିସ୍‌ ମୁଖପାତ୍ର ଭାସିଲିସ୍‌ ଭର୍‌ଥାକୋୟିଆନିସ୍‌ କହିଛନ୍ତି। କ୍ରେନ୍‌ ସହାୟତାରେ ସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ବିତ କରାଯାଇଛି। ଆହତଙ୍କ ମଧ୍ୟରୁ ୬୬ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୩୫୦ ଯାତ୍ରୀଙ୍କ ମଧ୍ୟରୁ ଅଧିକାଂଶ ଛାତ୍ରୀଛାତ୍ର ଥିଲେ। ସେମାନେ ଗ୍ରୀସ୍‌ କାର୍ନିଭାଲରୁ ଫେରୁଥିଲେ। କୋଭିଡ୍‌-୧୯ ମହାମାରୀଜନିତ ଲକ୍‌ଡାଉନ୍‌ ଯୋଗୁ ୩ ବର୍ଷ ଧରି ଏହି ଉତ୍ସବ ପାଳନ କରାଯାଇ ନ ଥିଲା। ଗ୍ରୀସ୍‌ ପ୍ରଧାନମନ୍ତ୍ରୀ କିରିଆକୋସ୍‌ ମିଟ୍‌ସୋଟାକିସ୍‌ କହିଛନ୍ତି, ତାଙ୍କ ସରକାର ଆହତଙ୍କୁ ଉଦ୍ଧାର ଓ ମୃତକଙ୍କ ପରିଚୟ ସ୍ପଷ୍ଟ ପାଇଁ ନିଶ୍ଚିତ ଭାବେ ସାହାଯ୍ୟ କରିବେ। ରାଷ୍ଟ୍ରପତି କ୍ୟାଟ୍ରିନା ସକେଲାରୋପୋଉଲୋଉ ମାଲ୍‌ଡୋଭା ଗସ୍ତ କାଟଛାଣ୍ଟ କରିବା ସହ ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ବୁଧବାରଠାରୁ ଦେଶରେ ୩ ଦିନିଆ ରାଷ୍ଟ୍ରୀୟ ଶୋକ ଦିବସ ପାଳନ କରାଯିବ। ବ୍ରସେଲ୍ସରେ ଥିବା ୟୁରୋପୀୟ କମିଶନ୍‌ (ଇୟୁ)ର ସମସ୍ତ ଅଫିସରେ ଜାତୀୟ ପତାକାକୁ ଅର୍ଦ୍ଧନମିତ କରାଯିବ। କ୍ୟାଥୋଲିକ୍‌ ଧର୍ମଗୁରୁ ପୋପ୍‌ ଫ୍ରାନ୍ସିସ୍‌ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଦିଗପହଣ୍ଡିରେ ଚାଞ୍ଚଲ୍ୟ: ପୋଖରୀରେ ମାଛଧରୁଥିବା ବେଳେ ଜାଲରେ କୁମ୍ଭୀର…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡ଼ାହାଡ଼ ଡ୍ୟାମ ରାସ୍ତାର ସନ୍ଥ ଅରକ୍ଷିତ ଛକରେ ଥିବା ପୋଖରୀରୁ କୈବର୍ତ୍ତମାନେ ଶୁକ୍ରବାର ସକାଳେ ମାଛ ଧରୁଥିବା ବେଳେ ଜାଲରେ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

କାଳବୈଶାଖୀ ତାଣ୍ଡବ: ଟଳିପଡ଼ିଲେ ଗୋଟିଏ ପରେ ଗୋଟିଏ ଗୋରୁ…

ମୋହନା,୪।୩(ମନ୍ମଥ ମିଶ୍ର): କାଳବୈଶାଖୀରେ ଆଖି ବୁଜିଲେ ୪ ଗୋରୁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ମେରାପଲ୍ଲୀ ପଞ୍ଚାୟତ ବନ୍ଧାଗୁଡା ଗାଁରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri