ବେଆଇନ ମୋରମ ଖଣିରେ ବନ ବିଭାଗର ରାତିଅଧିଆ ଚଢାଉ, ଧରା ପଡ଼ିଲା ୨ ଟ୍ରାକ୍ଟର, ଗୋଟିଏ ଜେସିବି

କେନ୍ଦୁଝର,୧୨ା୯ (ନରେଶ ଚନ୍ଦ୍ର ପଟ୍ଟନାୟକ): ଭୂୟାଁ ଜୁଆଙ୍ଗ ପୀଢ ରେଞ୍ଜ ଅନ୍ତର୍ଗତ କୁଶକଳା ବିଟ ଅଫିସ ନିକଟରେ ଗତ ସୋମବାର ରାତିରେ ହାତୀ ନିରୀକ୍ଷଣ ପାଇଁ ବନ ବିଭାଗର ଏକ ଟିମ୍‌ ଯାଇଥିଲା। ତେବେ ଟିମ୍‌ ଖବର ପାଇ ସେଠାରେ ବେଆଇନ ଭାବେ ମୋରମ ଖୋଳା ଚାଲିଥିବା ଖଣିରେ ଅତର୍କିତ ଚଢାଉ କରଥିଲା। ଚଢାଉବେଳେ ଉକ୍ତ ସ୍ଥାନରୁ ମୋରମ ବୋଝେଇ ୨ ଟି ଟ୍ରାକ୍ଟର ଏବଂ ଗୋଟିଏ ଜେସିବି ଗାଡି ଜବତ କରାଯାଇଛି । ଜଙ୍ଗଲ ଠାରୁ ମାତ୍ର ୫୦୦ମିଟର ଦୂରରେ ଏହି ବେଆଇନ ମୋରମ ଖାଦାନ ଗତ କିଛି ଦିନ ହେବ ବେଆଇନ ଭାବେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଚାଲିଥିଲା । ଗତ କିଛି ଦିନ ଧରି ଉକ୍ତ ଅଞ୍ଚଳ ଠାରୁ ମାତ୍ର କିଛି ଦୂରରେ ତରମାକାନ୍ତ ଚା ବଗିଚାରେ ୯ଟି ହାତୀ ରହିଛନ୍ତି । ହାତୀ ସ୍କାର୍ଡରେ ସୋମବାର ଫରେଷ୍ଟର ମଧୁସ୍ମିତା ଦୋରା ଏବଂ ଅନ୍ୟ ବନ କର୍ମଚାରୀ ଥିଲେ। ରାତି ପ୍ରାୟ ୧୧ଟାରେ ତରମାକାନ୍ତ ଜଙ୍ଗଲ ନିକଟ କୁଶକଳାରେ ଏକ ଜେସିବି ଗାଡିରେ ମୋରମ ଖୋଳାଯାଉଥିବା ଦେଖି ଉକ୍ତ ସ୍ଥାନକୁ ଯାଇ ୨ଟି ମୋରମ ବୋଝେଇ ଟ୍ରାକ୍ଟର ଏବଂ ମୋରମ ଖୋଳୁଥିବା ଏକ ଜେସିବି ଗାଡି ଜବତ କରିବା ସହ ୨ ଜଣ ଡ୍ରାଇଭରଙ୍କୁ ଅଟକ ରଖିଥିଲା । ବନ ବିଭାଗକୁ ଦେଖି ୮ ଟି ଟ୍ରାକ୍ଟର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଭୂୟାଁ ଜୁଆଙ୍ଗ ପୀଢ ରେଞ୍ଜର ନୟନକାନ୍ତ ସାହୁ,ଏବଂ ଶୁଆକାଟୀ ଫରେଷ୍ଟର ଜ୍ୟୋର୍ତିମୟୀ ପଟ୍ଟନାୟକ ଘଟଣାସ୍ଥଳକୁ ଯାଇ ୩ଟି ଗାଡି ଜବତ କରି ଅଞ୍ଜର ସ୍ଥିତ ରେଞ୍ଜ କାର୍ଯ୍ୟାଳୟରେ ରଖାଯାଇଛି । ଉକ୍ତ ଅଞ୍ଚଳରେ ବର୍ଷର ସବୁ ସମୟରେ ହାତୀ ଚଳପ୍ରଚଳ କରୁଥିବାରୁ ବେଆଇନ ଖନନ ଯୋଗୁଁ ସୃଷ୍ଟି ହୋଇଥିବା ବଡ ବଡ ଗାତ ହାତୀ ଏବଂ ଅନ୍ୟ ବନ୍ୟପ୍ରାଣୀଙ୍କ ପାଇଁ ବିପଦ ସୃଷ୍ଟି କରିଛି । ତୁରନ୍ତ ଏହି ବେଆଇନ ଖାଦାନକୁ ପୋତିବା ପାଇଁ ପଦକ୍ଷେପ ନେବା ସହ ଠିକାଦାରଙ୍କ ବିରୋଧରେ ଦୃଢ ପଦକ୍ଷେପ ନେବାକୁ ଦାବି ହୋଇଛି ।

 


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରେ ହାଇଆଲର୍ଟ: ୧୯ ଆତଙ୍କବାଦୀଙ୍କ ପୋଷ୍ଟର

ନୂଆଦିଲ୍ଲୀ,୧୧।୮: ସ୍ବାଧୀନତା ଦିବସ ପୂର୍ବରୁ ଆତଙ୍କବାଦୀ ବିପଦକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ସାରା ରାଜଧାନୀରେ ହାଇଆଲର୍ଟ ଜାରି କରିଛି। ସ୍ପେଶାଲ ସେଲ, କ୍ରାଇମ ବ୍ରାଞ୍ଚ, ରେଳବାଇ…

ବିଦ୍ୟୁତ ଆଘାତ, ଯୌନ ନିର୍ଯାତନା… ରୁଷିଆ ଜେଲରେ ୟୁକ୍ରେନୀୟ କଏଦୀମାନଙ୍କୁ କିପରି ନିର୍ଯାତନା ଦିଆଯାଏ? ରିପୋର୍ଟରେ ଆସିଲା…

ନୂଆଦିଲ୍ଲୀ,୧୧।୮: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଦୀର୍ଘ ସମୟ ଧରି ଚାଲିଛି। ଦୁଇ ରାଷ୍ଟ୍ର ମଧ୍ୟରେ ଶାନ୍ତି ସ୍ଥାପନ ପାଇଁ ଅନେକ ପ୍ରୟାସ ବିଫଳ ହୋଇଛି।…

SBI ବ୍ୟାଙ୍କ ଲକରରୁ ୫୦ ଲକ୍ଷର ଗହଣା ଗାଏବ, ୨୦୦୩ରୁ କଟୁଥିଲା ଭଡ଼ା

ଲକ୍ଷ୍ନୌ,୧୧।୮: ବ୍ୟାଙ୍କରେ ନିଜର କଷ୍ଟଅର୍ଜିତ ସଞ୍ଚୟ ଏବଂ ଅଳଙ୍କାର ସୁରକ୍ଷିତ ରଖୁଥିବା ଲୋକଙ୍କ ପାଇଁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଉତ୍ତର ପ୍ରଦେଶର କାନପୁର ସ୍ୱରୂପ…

ତ୍ରିରଙ୍ଗା ଧରିଲେ ମୋଦି: ପାଦରେ ଚାଲି ଚାଲି ସଂସଦ ଅଭିମୁଖେ ଯାତ୍ରା

ନୂଆଦିଲ୍ଲୀ,୧୧।୮: ସଂସଦର ମୌସୁମୀ ଅଧିବେଶନ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏନଡିଏ ଏମ୍‌ପିଙ୍କ ସମାବେଶରେ ଭାଷଣ ଦେବା ପୂର୍ବରୁ ଆଜି ତ୍ରିରଙ୍ଗା ଉତ୍ତୋଳନ କରାଯାଇଥିଲା। ‘ବନ୍ଦେ ମାତରମ’ ଧ୍ୱନି…

ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ ପାଇଁ କଲେଜ ଛାତ୍ରୀ ମୃତ୍ୟୁ: ଅଭିଯୋଗ ଆଣିଲେ ପରିବାର ଲୋକେ

ଭାପୁର,୧୧।୮ (ପ୍ରଭାତ ବରାଡ): ଫତେଗଡ ଥାନା ଅନ୍ତର୍ଗତ ଗୋଳାପୋଖରୀ ପଞ୍ଚାୟତ ଅଧୀନ ଗୋଳାପୋଖରୀ ଗ୍ରାମର ଗୋପାଳ ବେହେରାଙ୍କ ଝିଅ ସନ୍ତୋଷୀ ବେହେରାଙ୍କ (୧୮) ଭାପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ…

ଅଜିଙ୍କ୍ୟ ରାହାଣେଙ୍କ ସନ୍ନ୍ୟାସରେ ଚକିତ ହୋଇଯାଇଥିଲେ ସଚିନ! ଦୁହିଁଙ୍କ କଥାବାର୍ତ୍ତାର ହେଲା ଖୁଲାସା

ନୂଆଦିଲ୍ଲୀ, ୧୧।୮: ଗତ କିଛି ସପ୍ତାହ ଧରି ଅଜିଙ୍କ୍ୟ ରାହାଣେ ବେଶ ଚର୍ଚ୍ଚାରେ ଅଛନ୍ତି। ଗତ ଜୁଲାଇ ୩୦ ତାରିଖରେ ସେ ଅବସର ଘୋଷଣା କରିଥିଲେ। ଏହାସହ…

CJP ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କ ବଡ଼ ଘୋଷଣା: ୧୫ ଅଗଷ୍ଟରେ ହେବ… ଶୁଣିକି ସରକାର ଛାନିଆ

ନୂଆଦିଲ୍ଲୀ, ୧୧।୮: କକ୍ରୋଚ ଜନତା ପାର୍ଟି (ସିଜେପି.) NEET ପେପର୍‌ ଲିକ୍‌ ବିରୋଧୀ ଆନ୍ଦୋଳନର ସଫଳତାରୁ ପ୍ରେରଣା ପାଇ ଏକ ନୂତନ ଆନ୍ଦୋଳନ ଆରମ୍ଭ କରିବାକୁ ଯାଉଛି।…

ଛାତ୍ରଙ୍କ ଉପରେ ଲାଠିଚାର୍ଜ ପ୍ରତିବାଦରେ ଭାଜପାର ବଡ଼ ଘୋଷଣା: ଆଜି ବନ୍ଦ ରହିବ…

ନୂଆଦିଲ୍ଲୀ, ୧୧।୮: ଝାଡ଼ଖଣ୍ଡ ଆଜି ବନ୍ଦ ରହିବ, କାରଣ ଭାଜପା ପ୍ରଦର୍ଶନକାରୀ ଛାତ୍ରମାନଙ୍କୁ ଲାଠିଚାର୍ଜ ଏବଂ ଅଶ୍ରୁଗ୍ୟାସ ଆକ୍ରମଣ କରାଯିବା ପ୍ରତିବାଦରେ ବନ୍ଦ ଆହୱାନ କରିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri