୬ ମାସରେ ୨ ଥର ରାସ୍ତା ଢଳେଇ: କାର୍ଯ୍ୟାନୁଷ୍ଠାନ ଦାବି

ତିର୍ତ୍ତୋଲ, ୬।୮ (ଡି.ଏନ.ଏ.): ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନୀମୂଳ ପଞ୍ଚାୟତ ଗଇଠିପୁର ଗ୍ରାମରେ ପଞ୍ଚାୟତ ସମିତି ତରଫରୁ ଅନୁମୋଦିତ ହୋଇଥିବା ପ୍ରକଳ୍ପରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏନେଇ ବିଡିଓ ଅଟଳ ବିହାରୀ ସ୍ବାଇଁଙ୍କ ସମେତ ବ୍ଲକ ଅଧ୍ୟକ୍ଷ, ପ୍ରକଳ୍ପ ନିର୍ଦ୍ଦେଶକ ଡିଆର୍‌ଡିଏ ଓ ଜିଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରାଯାଇ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।
ଅଭିଯୋଗ ଅନୁଯାୟୀ, ଗ୍ରାମ ପଞ୍ଚାୟତର କେନ୍ଦ୍ରୀୟ ଅର୍ଥ ଆୟୋଗଙ୍କ ଯୋଜନାରେ ୬ ମାସ ତଳେ ଯେଉଁ ସ୍ଥାନରେ ଢଳାଇ ରାସ୍ତା କରାଯାଇଥିଲା, ସେହି ସ୍ଥାନରେ ପୁଣି ଥରେ ଢଳେଇ ରାସ୍ତା କରାଯାଇଛି। ରାସ୍ତା ମରାମତି ନାମରେ ଏଠାରେ ନିମ୍ନମାନର କାମ କରି ଅର୍ଥ ହଡପ କରିବାକୁ ମସୁଧା କରାଯାଇଛି ବୋଲି ଅଭିଯୋଗରେ ଦର୍ଶାଯାଇଛି। ସୂଚନା ଫଳକ ଲଗା ନ ଯାଇ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିବା ଅଭିଯୋଗରେ ଦର୍ଶାଯାଇଛି। ଗଇଠିପୁର ସ୍କୁଲ ନିକଟରୁ ମଲ୍ଲିକ ସାହି ରାସ୍ତା ପର୍ଯ୍ୟନ୍ତ ୧ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟ ଅଟକଳରେ ପଞ୍ଚମ ରାଜ୍ୟ ଅର୍ଥ ଆୟୋଗଙ୍କ ଯୋଜନାରେ ୨୦୨୧-୨୨ରେ ଢଳେଇ ରାସ୍ତା କରିବାକୁ ଅନୁମୋଦିତ ହୋଇଥିଲା। ସେହି ରାସ୍ତା ଉପରେ ଏବେ ଗଇଠିପୁର ଦିଗବାରୁଣୀ ଆର୍‌ଡି ରାସ୍ତାରୁ ମଲ୍ଲିକ ସାହିକୁ ରାସ୍ତା ୪୭,୦୦୦ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବା ପାଇଁ କାର୍ଯ୍ୟ ଅନୁମୋଦିତ ହୋଇଛି। ତେବେ ବେଆଇନ ଭାବେ ସେଠାରେ କାମ କରା ନ ଯାଇ ଅନ୍ୟତ୍ର କରାଯାଇଛି। କୌଣସି ଆବଶ୍ୟକତା ନ ଥାଇ ବ୍ୟକ୍ତିଗତ ପୋଖରୀ ନିକଟକୁ ଯିବା ପାଇଁ ଢଳାଇ ରାସ୍ତା ନିର୍ମାଣ କରାଯାଇଥିବା ଅଭିଯୋଗରେ ଦର୍ଶାଯାଇଛି। ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଅରୁଣ ସୂତାର, ପ୍ରଣତି ସେଠି, ସସ୍ମିତା ମଲ୍ଲିକ, ନରେନ୍ଦ୍ର କୁମାର ଖୁଣ୍ଟିଆ, ତପନ ଦାସ, ସ୍ବାଧୀନ କୁମାର ଖୁଣ୍ଟିଆ, ନଗେନ୍ଦ୍ର ଖୁଣ୍ଟିଆ, ଚନ୍ଦ୍ରମଣି ଦାସ, ନିରଞ୍ଜନ ମଲ୍ଲିକ, ବନମାଳୀ ସୂତାର, ସନାତନ ଖୁଣ୍ଟିଆ, ଗିରିଧାରୀ ସେଠୀ, ତପନ ସେଠୀ ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ବିଡିଓ ସ୍ବାଇଁ କହିଛନ୍ତି, କୌଣସି ନିମ୍ନମାନର କାର୍ଯ୍ୟ ହୋଇନାହିଁ। ଭୁଲ୍‌ବଶତଃ ପ୍ରକଳ୍ପ ଚିହ୍ନଟ ପାର୍ଶ୍ୱ ପରିବର୍ତ୍ତେ ଅନ୍ୟ ପାଶର୍‌ବରୁ କାମ କରାଯାଇଛି। ଏନେଇ ବିଲ୍‌ ଅଟକା ଯାଇଛି ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡୋକରୀଦର ଝରଣା ନିକଟରେ ଅଜଣା ମୃତଦେହ: ଖବର ପାଇ ବି ପହଞ୍ଚିଲାନି ପୋଲିସ, ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ

କୋକସରା, ୨ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖଲିଗଡ ପାଦଦେଶରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରାର ‘ଡୋକରୀଦର’ ଝରଣା ନିକଟରେ…

ବଦଳିଲା ଭାରତ-ଇଂଲଣ୍ଡ ଟି-୨୦ ମ୍ୟାଚର ସମୟ, ଜାଣନ୍ତୁ କେତେବେଳେ ଆରମ୍ଭ ହେବ…

ନୂଆଦିଲ୍ଲୀ,୨।୭: ଭାରତୀୟ କ୍ରିକେଟ ଦଳ ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛି। ଟିମ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳୁଛି। ବର୍ଷା ଯୋଗୁ…

ବରଗଡ଼ ମଣ୍ଡିରୁ ଆସିଲା ଚିନ୍ତାଜନକ ଚିତ୍ର: ବିକ୍ରି ଧାନରୁ ବାହାରିଲାଣି ଗଜା, ଚାଷୀଙ୍କୁ ମିଳିନି ପ୍ରାପ୍ୟ; କଟନୀ-ଛଟନୀ…

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଗତମାସ ୩୦ତାରିଖରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିଯାଇଛି। କିନ୍ତୁ ବିଭାଗୀୟ ଅବ୍ୟବସ୍ଥା ଯୋଗୁ ଏପର୍ଯ୍ୟନ୍ତ ଧାନ କିଣାବିକାରେ ଚାଷୀଙ୍କ ଦୁଃଖ…

ସିଂହ ରାଶିରେ ଶୁକ୍ରଙ୍କ ଗୋଚର: ଜୁଲାଇ ୪ରୁ ଚମକିବ ଏହି ୪ ରାଶିର ଭାଗ୍ୟ, ଧନଲାଭ ସହ ମିଳିବ ସୁଖ-ସମୃଦ୍ଧି

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହଙ୍କୁ ସୁଖ, ସମୃଦ୍ଧି, ପ୍ରେମ, ସୌନ୍ଦର୍ଯ୍ୟ ଓ ଭୌତିକ ସୁଖ-ସୁବିଧାର କାରକ ବୋଲି କୁହାଯାଏ। ଯେତେବେଳେ ବି ଶୁକ୍ର ନିଜର ରାଶି ପରିବର୍ତ୍ତନ…

ଗଜପତି ଜିଲା ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚାର ନୂଆ ଟିମ ଘୋଷିତ

ମୋହନା,୨।୭,( ମନ୍ମଥ ମିଶ୍ର ): ଭାରତୀୟ ଜନତା ପାର୍ଟିର ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କ ସୁପାରିଶ ଓ ଗଜପତି ଜିଲା ସଭାପତି ନବ କିଶୋର…

ଜୁଆ ଖେଳୁଥିବା ସମୟରେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ

ରିଷିଡା, ୨।୭,(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ଅନ୍ତର୍ଗତ ଗଜବାହଲ ପଞ୍ଚାୟତ ସ୍ଥିତ ବାଲାଜୀ ରାଇସ ମିଲ ଭିତରେ ଗୁରୁବାର କୌଣସି ସୂତ୍ରରୁ ଖବର ପାଇ…

ଘରେ ପାଠ ପଢିବାକୁ କହିବାରୁ ରାଜି ନ ହୋଇ ଚରମ ପଦକ୍ଷେପ ନେଲେ ନାବାଳିକା

ଦାରିଙ୍ଗବାଡି, ୨।୭, (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଘଟିଯାଇଛି ବଡ଼ ଅଘଟଣ ଜଣେ ଯୁକ୍ତ ୨ ପଢୁଥିବା ଛାତ୍ରୀ ପାଠ ପଢିବାକୁ…

ଜାତୀୟ ରାଜପଥର ଫୁଟ୍‌ପାଥରୁ ଲୁହା ରେଲିଂ କାଟି ନେଇଗଲେ ଦୁର୍ବୃତ୍ତ, ଠିକାସଂସ୍ଥାର ପ୍ରକଳ୍ପ ଅଧିକାରୀ କହିଲେ…

ଦାରିଙ୍ଗବାଡ଼ି,୨ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦେଇ ଯାଇଥିବା ଗୋପାଳପୁରଠାରୁ ରାଇପୁର ରାସ୍ତାର ସିମନବାଡ଼ି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ରାଜପଥର ଫୁଟ୍‌ପାଥରେ ଲାଗିଥିବା ଲୁହା ରେଲିଂଗୁଡିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri