Posted inଜାତୀୟ

୨ ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାଫାଶ, ୫ ହାଇବ୍ରିଡ ଆତଙ୍କବାଦୀ ଗିରଫ…

ଶ୍ରୀନଗର,୨୫।୯ : ଜମ୍ମୁ-କଶ୍ମୀରର କୁଲଗାମ ଜିଲାରେ ସୁରକ୍ଷା ବାହିନୀ ଦୁଇଟି ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାଫାଶ କରିଛନ୍ତି। ଏହା ସହିତ ପୋଲିସ ୫ ଜଣ ହାଇବ୍ରିଡ ଆତଙ୍କବାଦୀଙ୍କୁ ଗିରଫ କରିଛି। ପୋଲିସ ଏହି ସୂଚନା ପ୍ରଦାନ କରିଛି। ସେମାନଙ୍କଠାରୁ ଦୁଇଟି ପିସ୍ତଲ, ତିନୋଟି ହ୍ୟାଣ୍ଡ ଗ୍ରେନେଡ, ଗୋଟିଏ ୟୁବିଜିଏଲ ଏବଂ କିଛି ଗୁଳି ଜବତ କରାଯାଇଛି। ଏହା ବ୍ୟତୀତ ଆତଙ୍କବାଦୀଙ୍କ ନିକଟରୁ ୧୨ ରାଉଣ୍ଡ ପିସ୍ତଲ ଏବଂ ୨୧ ରାଉଣ୍ଡ ଏକେ-୪୭ ମଧ୍ୟ ଜବତ କରାଯାଇଛି।

ଅଧିକାରୀ କହିଛନ୍ତି ଗିରଫ ଆତଙ୍କବାଦୀମାନେ ଆଦିଲ ହୁସେନ ୱାନି, ସୁହେଲ ଅହମ୍ମଦ ଡାର, ଇତମାଦ ଅହମ୍ମଦ ଲାୱେ, ମେହେରାଜ ଅହମ୍ମଦ ଲୋନ ଏବଂ ସାବର ଅହମ୍ମଦ ଖାର ବୋଲି ଜଣାପଡିଛି। କାଇମୋ ପୋଲିସ ଷ୍ଟେଶନରେ ଏଫଆଇଆର ପଞ୍ଜୀକୃତ ହୋଇଛି ଏବଂ ଘଟଣାର ତଦନ୍ତ ଚାଲିଛି। ଏହି ଆତଙ୍କବାଦୀମାନେ ଲଶ୍କର-ଇ-ତୋଏବା ସହିତ ଜଡିତ ଥିବା ସୂଚନା ମିଳିଛି।

ହାଇବ୍ରିଡ ଆତଙ୍କବାଦୀ ମଡ୍ୟୁଲ ପୋଲିସ ଏବଂ ସୁରକ୍ଷା କର୍ମଚାରୀଙ୍କ ପାଇଁ ଅନେକ ମୁଣ୍ଡବିନ୍ଧାର କାରଣ ହୋଇଛି। ଏହି ଆତଙ୍କବାଦୀମାନଙ୍କର କୌଣସି ପୂର୍ବ ଅପରାଧିକ ଇତିହାସ ନାହିଁ। ସେମାନେ ଲୋକମାନଙ୍କ ମଧ୍ୟରେ ସାଧାରଣ ମଣିଷ ପରି ବାସ କରନ୍ତି ଏବଂ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ବୋମା ବିସ୍ଫୋରଣ କରି ପଳାୟନ କରନ୍ତି। ଏହି ଘଟଣା ପରେ ସେମାନେ ପୁନର୍ବାର ସାଧାରଣ ଲୋକଙ୍କ ପରି ଜୀବନଯାପନ ଆରମ୍ଭ କରନ୍ତି। ସେମାନଙ୍କୁ ଚିହ୍ନିବା ବହୁତ କଷ୍ଟକର। ଏହି କାରଣରୁ ସେମାନଙ୍କୁ ହାଇବ୍ରିଡ ଆତଙ୍କବାଦୀ କୁହାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମାସକୁ ୧୮ ଲକ୍ଷ! ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଦରମା ପିଏମ ମୋଦିଙ୍କଠାରୁ ଅଧିକ ନା କମ?

ନୂଆଦିଲ୍ଲୀ,୩୦।୧୦: ଇସ୍ରାଏଲ ସଂସଦ ‘ନେସେଟ’ର ୧୨୦ଟି ଆସନର ର୍ନିବାଚନ ଫଳାଫଳ ଘୋଷଣା ହୋଇସାରିଛି। ବେଞ୍ଜାମିନ ନେତାନ୍ୟାହୁଙ୍କ ‘ଲିକୁଡ ପାର୍ଟି’ ୨୭ଟି ଆସନ ଜିତି ସବୁଠାରୁ ବଡ଼ ଦଳ…

ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଯୁବତୀଯୁବକଙ୍କ ପାଇଁ ଖୁସି ଖବର; ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

ଚେନ୍ନାଇ,୩୦।୧୦: ଶୁକ୍ରବାର (ଅକ୍ଟୋବର ୩୦, ୨୦୨୬) , ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ସରକାରୀ ଚାକିରି ପାଇଁ ସର୍ବାଧିକ ବୟସ ସୀମାରେ ୫ ବର୍ଷର କୋହଳ…

IND vs NZ 4th T20: ଏହାକୁ ଲଜ୍ଜାଜନକ ପରାଜୟ କୁହାଯାଇପାରେ! ୭ ବର୍ଷ ପରେ ନ୍ୟୁଜିଲ୍ୟାଣ୍ଡରେ ହାରିଲା ଭାରତ

ନୂଆଦିଲ୍ଲୀ,୩୦।୧୦: ଏହା ଏକ ଅତ୍ୟନ୍ତ ଲଜ୍ଜାଜନକ ପ୍ରଦର୍ଶନ ଥିଲା, ଯେଉଁଥିରେ ବିଶେଷକରି ବ୍ୟାଟରମାନେ ଦଳକୁ ନିରାଶ କରିଥିଲେ। ସାତ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ନ୍ୟୁଜିଲ୍ୟାଣ୍ଡ…

ବିପନ୍ନଙ୍କ ନିକଟରେ ପହଞ୍ଚିନି ପ୍ରଶାସନ, ଭୋକ ଉପାସରେ ଛଟପଟ ହୋଇ ରାଜରାସ୍ତାକୁ ଓହ୍ଲାଇଲେ ଲୋକେ

ପୁରୁଷୋତ୍ତମପୁର,୩୦ା୧୦(ସବିତା ମିଶ୍ର): ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଋଷିକୂଲ୍ୟା ନଦୀରେ ଭୟଙ୍କର ବନ୍ୟାରେ କୂଳ ଲଂଘି ଗାଁଠୁ ସହର ସବୁଠି ପଶିଛି ବନ୍ୟାଜଳ। ଭାଙ୍ଗିଛି…

୬, ୬, ୬, ୬, ୬, ୱିକେଟ… ନୀତୀଶ ରେଡ୍ଡୀଙ୍କ ବୋଲିଂରେ କ୍ରମାଗତ ପାଞ୍ଚଟି ଛକା, ଆଉ ଷଷ୍ଠ ବଲରେ ହେଲା ଏମିତି; ପ୍ରତିଶୋଧ ପୂରଣ ହେଲା

ନୂଆଦିଲ୍ଲୀ,୩୦।୧୦: ନ୍ୟୁଜିଲ୍ୟାଣ୍ଡର ଷ୍ଟାର୍‌ ଅଲରାଉଣ୍ଡର ଗ୍ଲେନ ଫିଲିପ୍ସ ଶୁକ୍ରବାର (ଅକ୍ଟୋବର ୩୦) ଅକ୍ଲାଣ୍ଡରେ ଭାରତ ବିପକ୍ଷ ଚତୁର୍ଥ ଟି-୨୦ ମ୍ୟାଚରେ ଏକ ଚମତ୍କାର ଇନିଂସ ଖେଳି ଶତକ…

୨ କଲରାପତରିଆ ବାଘଛାଲ ସହ ଜୀବନ୍ତ ବାର୍‌ହା ଜବତ, ୭ ଜଣଙ୍କୁ ଗିରଫ କରି…

ଭବାନୀପାଟଣା,୩୦ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଦକ୍ଷିଣ ବନଖଣ୍ଡକୁ ମିଳିଛି ଏକ ବଡ଼ ସଫଳତା। ଜିଲାର ଥୁଆମୂଲ ରାମପୁର ବନାଞ୍ଚଳର ସାଇସୁରନି ରେଞ୍ଜରେ ଏକ ବନ୍ୟପ୍ରାଣୀ ଚୋରା ଚାଲାଣ…

ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ିବେ ନାହିଁ ହାର୍ଦ୍ଦିକ ପାଣ୍ଡ୍ୟା! IPL 2027 ନିଲାମ ପୂର୍ବରୁ ଆସିଲା ଏକ ଆଶ୍ଚର୍ଯ୍ୟଜନକ ଖବର

ନୂଆଦିଲ୍ଲୀ,୩୦।୧୦: IPL 2027 ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ସହିତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭବିଷ୍ୟତକୁ ନେଇ ଆଲୋଚନା ଜୋର ଧରିଛି। ଗତ ତିନି ସିଜିନ ଧରି ଦଳର ଅଧିନାୟକ…

ଗଞ୍ଜାମ ବ୍ଲକର ଅନେକ ଗାଁ ଜଳବନ୍ଦୀ, ବନ୍ୟାଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କଲେ ଏମ୍‌ପି ପ୍ରଦୀପ ପାଣିଗ୍ରାହୀ

ଗଞ୍ଜାମ,୩୦ା୧୦(ଅନାଥ ତରାଇ): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଲଗାଣ ବର୍ଷା ଓ ଋଷିକୂଲ୍ୟା ନଦୀର ବନ୍ୟାଜଳ ଯୋଗୁ ଗଞ୍ଜାମ ବ୍ଲକ୍‌ର ଅନେକ ଗାଁ ଜଳବନ୍ଦୀ ହୋଇପଡ଼ିଛି। ୟୁଡ଼ିଏସପୁର, ବରପଲ୍ଲୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?