Posted inଜାତୀୟ

୨ ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାଫାଶ, ୫ ହାଇବ୍ରିଡ ଆତଙ୍କବାଦୀ ଗିରଫ…

ଶ୍ରୀନଗର,୨୫।୯ : ଜମ୍ମୁ-କଶ୍ମୀରର କୁଲଗାମ ଜିଲାରେ ସୁରକ୍ଷା ବାହିନୀ ଦୁଇଟି ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାଫାଶ କରିଛନ୍ତି। ଏହା ସହିତ ପୋଲିସ ୫ ଜଣ ହାଇବ୍ରିଡ ଆତଙ୍କବାଦୀଙ୍କୁ ଗିରଫ କରିଛି। ପୋଲିସ ଏହି ସୂଚନା ପ୍ରଦାନ କରିଛି। ସେମାନଙ୍କଠାରୁ ଦୁଇଟି ପିସ୍ତଲ, ତିନୋଟି ହ୍ୟାଣ୍ଡ ଗ୍ରେନେଡ, ଗୋଟିଏ ୟୁବିଜିଏଲ ଏବଂ କିଛି ଗୁଳି ଜବତ କରାଯାଇଛି। ଏହା ବ୍ୟତୀତ ଆତଙ୍କବାଦୀଙ୍କ ନିକଟରୁ ୧୨ ରାଉଣ୍ଡ ପିସ୍ତଲ ଏବଂ ୨୧ ରାଉଣ୍ଡ ଏକେ-୪୭ ମଧ୍ୟ ଜବତ କରାଯାଇଛି।

ଅଧିକାରୀ କହିଛନ୍ତି ଗିରଫ ଆତଙ୍କବାଦୀମାନେ ଆଦିଲ ହୁସେନ ୱାନି, ସୁହେଲ ଅହମ୍ମଦ ଡାର, ଇତମାଦ ଅହମ୍ମଦ ଲାୱେ, ମେହେରାଜ ଅହମ୍ମଦ ଲୋନ ଏବଂ ସାବର ଅହମ୍ମଦ ଖାର ବୋଲି ଜଣାପଡିଛି। କାଇମୋ ପୋଲିସ ଷ୍ଟେଶନରେ ଏଫଆଇଆର ପଞ୍ଜୀକୃତ ହୋଇଛି ଏବଂ ଘଟଣାର ତଦନ୍ତ ଚାଲିଛି। ଏହି ଆତଙ୍କବାଦୀମାନେ ଲଶ୍କର-ଇ-ତୋଏବା ସହିତ ଜଡିତ ଥିବା ସୂଚନା ମିଳିଛି।

ହାଇବ୍ରିଡ ଆତଙ୍କବାଦୀ ମଡ୍ୟୁଲ ପୋଲିସ ଏବଂ ସୁରକ୍ଷା କର୍ମଚାରୀଙ୍କ ପାଇଁ ଅନେକ ମୁଣ୍ଡବିନ୍ଧାର କାରଣ ହୋଇଛି। ଏହି ଆତଙ୍କବାଦୀମାନଙ୍କର କୌଣସି ପୂର୍ବ ଅପରାଧିକ ଇତିହାସ ନାହିଁ। ସେମାନେ ଲୋକମାନଙ୍କ ମଧ୍ୟରେ ସାଧାରଣ ମଣିଷ ପରି ବାସ କରନ୍ତି ଏବଂ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ବୋମା ବିସ୍ଫୋରଣ କରି ପଳାୟନ କରନ୍ତି। ଏହି ଘଟଣା ପରେ ସେମାନେ ପୁନର୍ବାର ସାଧାରଣ ଲୋକଙ୍କ ପରି ଜୀବନଯାପନ ଆରମ୍ଭ କରନ୍ତି। ସେମାନଙ୍କୁ ଚିହ୍ନିବା ବହୁତ କଷ୍ଟକର। ଏହି କାରଣରୁ ସେମାନଙ୍କୁ ହାଇବ୍ରିଡ ଆତଙ୍କବାଦୀ କୁହାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ହିନ୍ଦୁ ସାଧୁଙ୍କ ପାଦ ସ୍ପର୍ଶ କଲେ ଇରାନର ରାଷ୍ଟ୍ରପତି ପେଜେଶକିଆନ! ଭିଡିଓ ଭାଇରାଲ

ନୂଆଦିଲ୍ଲୀ/ତେହରାନ,୧୩।୯: ଦିଲ୍ଲୀର ଭାରତ ମଣ୍ଡପମରେ ଚାଲିଥିବା ବ୍ରିକ୍ସ (BRICS) ସମ୍ମିଳନୀର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଇରାନର ରାଷ୍ଟ୍ରପତି…

ଖଣ୍ଡେ ପାନ ପାଇଁ ବୃଦ୍ଧାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ ଯୁବକ

ମୋରଡ଼ା,୧୩ା୯(ସ୍ମାରକ ମାଜୀ): ଖଣ୍ଡେ ପାନ ପାଇଁ ଘଟିଛି ହତ୍ୟାକାଣ୍ଡ। ଠେଙ୍ଗାରେ ପିଟିପିଟି ବୃଦ୍ଧାଙ୍କୁ ହତ୍ୟା କରିଛନ୍ତି ଜଣେ ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ସୋସିଆଲ ମିଡିଆରେ ଚର୍ଚ୍ଚା; କିଶୋର କୁମାରଙ୍କ ଗୀତ ଗାଇଲେ ପ୍ରଧାନମନ୍ତ୍ରୀ, ସବୁ କହିଲେ….

ନୂଆଦିଲ୍ଲୀ,୧୩।୯: ଭାରତରେ ଆୟୋଜିତ ବ୍ରିକ୍ସ ଶିଖର ସମ୍ମିଳନୀର ଗାଲା ଡିନରରେ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମଙ୍କ ଏକ ଭିନ୍ନ ରୂପ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ବିଭିନ୍ନ ଦାବି ନେଇ ଗୁଡ଼ାରି ବନ୍ଦ ଡାକରା, ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରି…

ଗୁଡ଼ାରି,୧୩ା୯(ପ୍ରମୋଦ କୁମାର ପତି): ବିଭିନ୍ନ ଦାବି ପୂରଣ ନେଇ ଆସନ୍ତା ୨୨ ତାରିଖରେ ଗୁଡାରି ବନ୍ଦ ଡାକରା ଦିଆଯାଇଛି। ଏନେଇ ରବିବାର ବିଡିଓଙ୍କ ଅନୁପସ୍ଥିତିରେ ଜିପିଡିଓ ଶିବପ୍ରସାଦ…

ପୁଣି ଲଣ୍ଡନରେ କ୍ୱାଲିଟି ଟାଇମ ସ୍ପେଣ୍ଡ କରୁଥିବାର ନଜର ଆସିଲେ ତ୍ରିଶା-ବିଜୟ; ଭିଡିଓ ଭାଇରାଲ, ପ୍ରଶଂସକ କହିଲେ…

ଚେନ୍ନାଇ,୧୩।୯: ସୁପରଷ୍ଟାର ଥାଲାପତି ବିଜୟ ଏବଂ ଅଭିନେତ୍ରୀ ତ୍ରିଶା କ୍ରିଷ୍ଣନଙ୍କ ଯୋଡ଼ିକୁ ପ୍ରଶଂସକମାନେ ଦୀର୍ଘ ଦିନ ଧରି ପସନ୍ଦ କରିଆସୁଛନ୍ତି। ଏହି ପସନ୍ଦ ସହିତ, ଉଭୟଙ୍କ ମଧ୍ୟରେ…

ଛୋଲେ-ଭଟୁରେ ତିଆରି କଲେ ପ୍ରିୟଙ୍କା ଗାନ୍ଧୀ, ସୋସିଆଲ ମିଡିଆରେ ଫଟୋ ସେୟାର କରି ରାହୁଲ କହିଲେ…

ନୂଆଦିଲ୍ଲୀ,୧୩।୯: କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ରବିବାର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଛୋଲେ-ଭଟୁରେର ଏକ ଫଟୋ ସେୟାର କରିଛନ୍ତି…

ଭୋପାଳ-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ, ଟଳିଲା ବଡ଼ ବିପଦ

ଭୋପାଳ/ନୂଆଦିଲ୍ଲୀ: ଭୋପାଳରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର ବିମାନ (AI-୧୮୮୬) ଜୟପୁର ବିମାନବନ୍ଦରରେ ଜରୁରୀକାଳିନ ଅବତରଣ କରିଛି। ଉଡ଼ାଣ ସମୟରେ ବିମାନଟିକୁ ଜୟପୁରକୁ ଡାଇଭର୍ଟ କରାଯାଇ ସୁରକ୍ଷିତ…

ଆକାଶ ଆନନ୍ଦଙ୍କ ଉପରେ ପୁଣି ବର୍ଷିଲେ ମାୟାବତୀ, ମୁଁ ଅସୁସ୍ଥ…..

ଲକ୍ଷ୍ନୌ,୧୩।୯: ବହୁଜନ ସମାଜ ପାର୍ଟି (ବିଏସ୍‌ପି) ସୁପ୍ରିମୋ ମାୟାବତୀ ରବିବାର ଗଣମାଧ୍ୟମ ସହ ଆଲୋଚନା କରି ଆକାଶ ଆନନ୍ଦଙ୍କୁ ନେଇ ପୁଣି ବଡ଼ ଅଭିଯୋଗ ଆଣିଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?