ମାତାଲ ହେବା ପଡ଼ିଲା ମହଙ୍ଗା: ନିଲମ୍ବିତ ହେଲେ ୨ ଶିକ୍ଷକ

ବଲାଙ୍ଗୀର ଅଫିସ , ୧୪।୧୦: ମାତାଲ ହେବା ପଡ଼ିଲା ମହଙ୍ଗା। ଚାକିରିରୁ ନିଲମ୍ବିତ ହେଲେ ଦୁଇ ଶିକ୍ଷକ। ବଲାଙ୍ଗିର ଜିଲ ଦେଓଗାଁ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ମାଟୁପାଲି ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜୟଦେବ ବିଶି ଓ ସହକାରୀ ଶିକ୍ଷକ ସଂଜିବ ଦୋରା ମାତାଲ ଅବସ୍ଥାରେ ଧରାପଡ଼ିବା ଘଟଣାରେ ଶିକ୍ଷା ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଶୁକ୍ରବାର ଉଭୟ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି।