ସରସ୍ବତୀଙ୍କ ପୂଜାରେ ଲଜ୍ଜା: ମଦ ପିଇ ବଜାରରେ ଗଡିଲେ ୨ ଛାତ୍ର

ଫୁଲବାଣୀ, ୨୪ା୧(ରାକେଶ କୁମାର ରାଉତ)- କନ୍ଧମାଳ ଜିଲାରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ବିଦ୍ୟାଳୟକୁ ବିବାଦ ପିଛା ଛାଡୁନି। ଛାତ୍ରାବାସରେ ରହି ପଢ଼ୁଥିବା ଛାତ୍ରୀମାନେ ଗର୍ଭବତୀ ହେବା ଘଟଣାକୁ ନେଇ ପୂର୍ବରୁ କେତୋଟି ବିଦ୍ୟାଳୟ ଚର୍ଚ୍ଚାକୁ ଆସିଥିବାବେଳେ ଏବେ ଟିକାବାଲିର ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପରିଚାଳିତ ଏକ ବିଦ୍ୟାଳୟ ଚର୍ଚ୍ଚାକୁ ଆସିଛି। ଶୁକ୍ରବାର ସରସ୍ବତୀ ପୂଜା ଦିନ ଏହି ବିଦ୍ୟାଳୟର ୨ଜଣ ଛାତ୍ର ବଜାରକୁ ଆସି ମଦ ପିଇ ନିଶାସକ୍ତ ହୋଇ ପଡିରହିବା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।
ଟିକବାଲି ବ୍ଲକ ଟିକାବାଲି ସରକାରୀ ଉଚ୍ଚ ବିଦ୍ୟାଳୟରେ ନବମଶ୍ରେଣୀରେ ପଢୁଥିବା ଏହି ଦୁଇ ଛାତ୍ର ସ୍କୁଲ ୟୁନିଫର୍ମ ପିନ୍ଧି ଛାତ୍ରାବାସରୁ ସରସ୍ବତୀ ପୂଜାରେ ଯୋଗଦେବାକୁ ଆସିଥିଲେ। ପରେ ସେମାନେ ସ୍କୁଲ ୟୁନିଫର୍ମ ପିନ୍ଧିଥିବା ଅବସ୍ଥାରେ ବଜାରକୁ ଯାଇ ମଦ୍ୟପାନ କରି ଉଭୟେ ନିଶାସକ୍ତ ଅବସ୍ଥାରେ ଟିକାବାଲି ପୋଷ୍ଟ ଅଫିସ ନିକଟରେ ଥିବା ବିଏସ୍‌ଏନ୍‌ଏଲ ଟାୱାର ତଳେ ଅଚେତ ଅବସ୍ଥାରେ ପଡିଥିଲେ। ସ୍ଥାନୀୟ ଲୋକେ ଏବଂ କିଛି ବୁଦ୍ଧିଜୀବୀ ଏହି ଦୁଇ ଛାତ୍ରଙ୍କୁ ଦେଖି ପ୍ରଧାନଶିକ୍ଷକ କାମରାଜ କହଁରଙ୍କୁ ଖବର ଦେଇଥିଲେ। ପରେ ଦୁଇ ଛାତ୍ରଙ୍କୁ ଟିକାବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଡାକ୍ତରୀ ପରୀକ୍ଷା ପରେ ସେମାନେ ପ୍ରଚୁର ମଦ୍ୟପାନ କରିଥିବା ଜଣାପଡିଥିଲା। ଶୁକ୍ରବାର ପୂଜା ଥିଲା। ଏହାର ସୁଯୋଗ ନେଇ ଦୁଇ ଛାତ୍ର ବାହାରକୁ ଯାଇ ଏଭଳି କାମ କରିଛନ୍ତି। ଆମେ ସେମାନଙ୍କ ଅଭିବାବକଙ୍କୁ ଖବର ଦେବାରୁ ସେମାନେ ଆସି ପିଲାଙ୍କୁ ଘରକୁ ନେଇଛନ୍ତି। ପିଲାମାନେ ଶୃଙ୍ଖଳାରେ ରହିବା ପାଇଁ ଆମେ ଚେଷ୍ଟା କରୁଛୁ। ବିଦ୍ୟାଳୟଗୁଡିକ ଦଣ୍ଡମୁକ୍ତ ଅଞ୍ଚଳ ହେବା ପରେ ଆମେ କଠୋର ପଦକ୍ଷେପ ନେଇପାରୁନୁ।ଏହାର ଫାଇଦା ନେଇ କିଛି ଅମାନିଆ ପିଲା ଏଭଳି ବିଶୃଙ୍ଖଳିତ ହେଉଛନ୍ତି ବୋଲି ପ୍ରଧାନ ଶିକ୍ଷକ କହଁର କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ମଞ୍ଚ ନାଟକକୁ ବଞ୍ଚେଇ ରଖିଛି ତୋଫାନ କଳା ସଂସଦ: ଏବର୍ଷ ପରିବେଷଣ ହେଲା…

ଭଞ୍ଜନଗର,୧୨। ୩(ବାବୁଲା ପ୍ରଧାନ)-ବର୍ତ୍ତମାନ ସମୟରେ ବ୍ୟବସାୟିକ ଉଦ୍ଦେଶ୍ୟରେ ଖୋଲା ମଞ୍ଚ ନାଟକର ଚାହିଦା ବୃଦ୍ଧି ପାଉଥିବା ବେଳେ ଗଞ୍ଜାମ ଜିଲା ଭଞ୍ଜନଗରଠାରେ ବିଗତ ୪୦ ବର୍ଷ ହେଲା…

WFP ଉପ-ନିର୍ଦ୍ଦେଶକଙ୍କ ଭଞ୍ଜନଗର ଗସ୍ତ: ଜଳବାୟୁ-ଅନୁକୂଳ ଚାଷକୁ ପ୍ରଶଂସା, ସକାରାତ୍ମକ ପ୍ରଭାବ ଉପରେ…

ଭଞ୍ଜନଗର,୧୨।୩(ବାବୁଲା ପ୍ରଧାନ)- ଜଳବାୟୁ ପରିବର୍ତ୍ତନ ଯୋଗୁ ରାଜ୍ୟରେ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ପଡୁଛି। ସେଥିମଧ୍ୟରେ ଗଞ୍ଜାମ ଜିଲାରେ ଏହାର  ଅଧିକ ପ୍ରଭାବ ବିଗତ କିଛି ବର୍ଷ ମଧ୍ୟରେ…

ଦିଗପହଣ୍ଡି ସହରର ବିକାଶ ପାଇଁ କାଉନସିଲରଙ୍କ ୮ ଦଫା ଦାବିପତ୍ର: ଜଳବନ୍ଦୀ- ପାନୀୟ ଜଳ ସମସ୍ୟା ଉପରେ…

ଦିଗପହଣ୍ଡି, ୧୨।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବହୁବିଧ ବିକାଶ ଓ ଜନସାଧାରଣଙ୍କ ମୌଳିକ ସମସ୍ୟାର ସମାଧାନ ପାଇଁ ୧୧ ନମ୍ବର ୱାର୍ଡ…

ବନ୍ୟପ୍ରାଣୀ ଶିକାର ସୂଚନା ଦେଲେ ମିଳିବ ୫ ହଜାର ଟଙ୍କା, ଟାଟା ପାଓ୍ବାର ପକ୍ଷରୁ ଘୋଷଣା…

ଭଞ୍ଜନଗର, ୧୨।୩ (ବାବୁଲା ପ୍ରଧାନ):ବନ୍ୟପ୍ରାଣୀ ସୁରକ୍ଷା ଏବଂ ହାତୀ-ମଣିଷ ଲଢ଼େଇକୁ ରୋକିବା ପାଇଁ ଜନସାଧାରଣଙ୍କ ସହଭାଗିତା ଅପରିହାର୍ଯ୍ୟ। ଏହି ଲକ୍ଷ୍ୟକୁ ନେଇ ଗୁରୁବାର ଭଞ୍ଜନଗରଠାରେ ଟାଟା ପାୱାର,…

ଗଞ୍ଜାମ କଳା ସାଂସ୍କୃତିକ ମଞ୍ଚର ବନ୍ଧୁମିଳନ: ପୁରୁଣା ସ୍ମୃତି ଚାରଣ ସହ କଳାକାରଙ୍କୁ ସମ୍ମାନ

ଗଞ୍ଜାମ,୧୨।୩(ବିଦ୍ୟାଧର ସାହୁ): ଗଞ୍ଜାମ କଳାକାର ମଞ୍ଚ ତଥା ଗଞ୍ଜାମ କଳା ସାଂସ୍କୃତିକ ମଞ୍ଚ ପକ୍ଷରୁ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଟାମ୍ପରା ହ୍ରଦ କୂଳରେ ଏକ ଭବ୍ୟ ବନ୍ଧୁମିଳନ କାର୍ଯ୍ୟକ୍ରମ…

ଶ୍ୱଶୁର ଘରେ ଜ୍ୱାଇଁଙ୍କ ରହସ୍ୟମୟ ମୃତ୍ୟୁ: ସ୍ତ୍ରୀଙ୍କ ଉପସ୍ଥିତିକୁ ନେଇ ବଢୁଛି ସନ୍ଦେହ, ହତ୍ୟା ନା ଆତ୍ମହତ୍ୟା…

ଥୁଆମୂଳ ରାମପୁର,୧୨।୩: ଶ୍ୱଶୁର ଘରେ ଜ୍ୱାଇଁଙ୍କ ମୃତ୍ୟୁକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ବଢ଼ିବା ସହ ସନ୍ଦେହ ପ୍ରକାଶ ପାଇଛି। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର…

ମିଳିଲାନି ସୁଭଦ୍ରା ଟଙ୍କା: ବିଡ଼ିଓଙ୍କ ଦ୍ୱାରସ୍ଥ ହେଲେ ଆଦିବାସୀ ମହିଳା

ଗୁଡାରି,୧୨।୩ (ପ୍ରମୋଦ କୁମାର ପତି): ରାଜ୍ୟ ସରକାରଙ୍କ ‘ସୁଭଦ୍ରା’ ଯୋଜନାରେ ଯୋଗ୍ୟ ମହିଳାଙ୍କୁ ମହିଳା ଦିବସ ଅବସରରେ ଚତୁର୍ଥ କିସ୍ତି ଟଙ୍କା ମିଳିଛି। କିନ୍ତୁ ରାୟଗଡା ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri