୨ ଦିବ୍ୟାଙ୍ଗ ଭାଇ ପାଇଁ ଭଉଣୀ ସାଜିଛନ୍ତି ମା’

ଭବାନୀପାଟଣା,୪।୯(ଉତ୍ତମ କୁମାର ଦାଶ):ସ୍ନେହ ଓ ପ୍ରେମର ବନ୍ଧନ ରାଖୀ। ଭାଇ ଭଉଣୀର ଅତୁଟ ସମ୍ପର୍କ ରାଖୀ। ବୁଧବାର ସୁବୁଠି ରାଖୀ ପୂର୍ଣ୍ଣିମା ଧୁମଧାମରେ ପାଳନ ହୋଇଛି। ଏହି ଦିନ ଭଉଣୀ ଭାଇ ହାତରେ ରାଖୀ ବାନ୍ଧି ତାଙ୍କର ଉଜ୍ବଳ ଭବିଷ୍ୟତ ପାଇଁ ଭଗବାନ ପାଖରେ ପ୍ରାର୍ଥନା କରିଥାଏ ଓ ବଦଳରେ ଭାଇ ଭଉଣୀଙ୍କୁ ରକ୍ଷା କରିବାର ପ୍ରତିଶ୍ରୁତି ଦେଇଥାଏ, କିନ୍ତୁ ଏଠାରେ ଟିକିଏ ଅଲଗା। ଦୁଇ ଦିବ୍ୟାଙ୍ଗ ଭାଇ ପାଇଁ ନିଜ ପାଠପଢାକୁ ବଳିଦାନ ଦେଇ ଏବେ ମା’ ସାଜିଛି ଜଣେ ଭଉଣୀ। ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା କଲମପୁର ବ୍ଲକ ଦୁଲୁକିବନ୍ଧ ଗ୍ରାମରେ। ଗ୍ରାମର କୈଳାଶ ମାଝି ଓ ତାଙ୍କ ୩ ସନ୍ତାନ ରହିଛନ୍ତି। କୈଳାଶଙ୍କ ସ୍ତ୍ରୀ ପ୍ରଥମେ କନ୍ୟା ସନ୍ତାନ ଜନ୍ମ କରିବା ପରେ ଦ୍ୱିତୀୟ ଓ ତୃତୀୟ ଲଗାତର ୨ଟି ଦିବ୍ୟାଙ୍ଗ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ପରେ ଅସହାୟ ଅବସ୍ଥାରେ ୩ ସନ୍ତାନକୁ ବାପା ହାତରେ ଟେକିଦେଇ କୁଆଡେ ଚାଲି ଗଲେ। ଘରେ ରହିଗଲେ ବଡ଼ ଝିଅ ମନୀଷା (୧୫), ୨ ଦିବ୍ୟାଙ୍ଗ ଭାଇ ମନୋଜ, ଦୁଷ୍ମନ୍ତ। କୈଳାସ ଭାବିଥିଲେ ତାଙ୍କ ସ୍ତ୍ରୀ ୩ସନ୍ତାନଙ୍କ ପାଇଁ ନିଶ୍ଚୟ ଫେରିଆସିବେ। କିନ୍ତୁ ତାଙ୍କ ଅପେକ୍ଷା ଅପେକ୍ଷାରେ ହିଁ ରହିଗଲା। ଦିନ ମଜୁରିଆ ଭାବେ କାମ କରୁଥିବା କୈଳାସ ପରିବାର ଚଳାଇବେ ନାଁ ୨ ଦିବ୍ୟାଙ୍ଗ ପୁଅଙ୍କ ସେବା କରିବେ ସେ ଚିନ୍ତାରେ ପଡ଼ିଲେ। ଶେଷରେ ବଡ ଝିଅ ମନୀଷା ୨ ଦିବ୍ୟାଙ୍ଗ ଭାଇଙ୍କ ସେବା ଯତ୍ନ ସହ ପରିବାର ପ୍ରତିପୋଷଣରେ ବାପାଙ୍କୁ ସାହାଯ୍ୟର ହାତ ବଢ଼ାଇଥିଲେ। ଅନ୍ୟ ଝିଅଙ୍କ ଭଳି ଅଧିକ ପାଠ ପଢ଼ିବାକୁ ଇଚ୍ଛା ଥିଲେ ମଧ୍ୟ ଦିବ୍ୟାଙ୍ଗ ଭାଇଙ୍କ ଦୁଃଖ ଓ ଅସହାୟ ବାପାଙ୍କ ମୁହଁ ଦେଖି ଖେଳିବା ବୟସରେ ମା’ ଭଳି ୨ଭାଇଙ୍କ ଯତ୍ନ ନେଉଛନ୍ତି ମନୀଷା। ଘରେ ରୋଷେଇ ସାଙ୍ଗକୁ ଦିବ୍ୟାଙ୍ଗ ଭାଇଙ୍କ ଗାଧୁଆ, ଡ୍ରେସ ପିନ୍ଧା ଭଳି ସବୁ ପ୍ରକାର ଯତ୍ନ ନେବା ସହ ଅଳି କଲେ ବୁଝାଇ ଦିଅନ୍ତି ମନୀଷା। ବାପା କୈଳାସ କାମଧନ୍ଧା ପାଇଁ ଗଲେ ଚାରି କାନ୍ଥ ଭିତରେ ଦୁଇ ଭାଇ ହିଁ ତାଙ୍କର ସଂସାର। ଏହି ଭଳିସ୍ଥିତିରେ ଏହି ତିନି ସନ୍ତାନଙ୍କ ନିଆରା ପ୍ରେମକୁ ଦେଖି ପାଖପଡୋଷୀ ମଧ୍ୟ ମନୀଷାଙ୍କୁ ସହାନୁଭୁତୀ ଦେବା ସହ ପ୍ରଶଂସା ନ କରି ରହିପାରନ୍ତି ନାହିଁ। ମନୋଜ ଓ ଦୁଷ୍ମନ୍ତଙ୍କ ଆଜି ଯାଏଁ ଆଧାର କାର୍ଡ ମଧ୍ୟ ହୋଇପାରି ନାହିଁ। ଫଳରେ ତାଙ୍କୁ ବିକଳାଙ୍ଗ ଭତ୍ତା ମଧ୍ୟ ମିଳି ପାରୁନାହିଁ। ଅତି ଗରିବ ଶ୍ରେଣୀରେ ଥିବା ଏହି ଅସହାୟ ପରିବାରେ ଜନ୍ମ ନେଇଥିବା ମନୀଷା ଭାଇମାନଙ୍କ ଲାଳନ ପାଳନ ପାଇଁ ସପ୍ତମ ଶ୍ରେଣୀରୁ ପାଠ ଛାଡିଥିବା ବେଳେ କିଭଳି ଦୁଇ ଭାଇଙ୍କୁ ସରକାରୀ ସାହାଯ୍ୟ ଟିକିଏ ମିଳନ୍ତା ସେ ନେଇ ଚେଷ୍ଟିତ ଅଛନ୍ତି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି।…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଚୋର ସନ୍ଦେହ: ଯୁବକଙ୍କୁ ପିଟି ହତ୍ୟା

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଅମାନବୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଗ୍ରାମର କେତେଜଣ ଲୋକ ଜଣେ…

ଆଗାମୀ ଦିନରେ ୪୫ ହଜାର ଶିକ୍ଷକ ନିଯୁକ୍ତି : ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଯାଜପୁର,୧୫ା୨(ହର୍ଷବର୍ଦ୍ଧନ ବେହେରା): ଭଲ ମାର୍କ ରଖିଲେ ହିଁ ସବୁ କିଛି କରିହେବ ତାହା ନୁହେଁ। ଶିକ୍ଷା ଆମର ଚିନ୍ତାଧାରାକୁ ରୂପ ଦିଏ, ଏହା ଚରିତ୍ର ଗଠନ କରେ…

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri