୨ ସେବାୟତଙ୍କୁ କରୋନା

ପୁରୀ ଅଫିସ,୨୦ା୭:ରଥଯାତ୍ରା ପରେ କରୋନା ସଂକ୍ରମଣ ସ୍ଥିତି ଜାଣିବା ପାଇଁ ସେବାୟତମାନଙ୍କର ତୃତୀୟ ପର୍ଯ୍ୟାୟ କୋଭିଡ୍‌ ଟେଷ୍ଟ କରାଯାଇଥିଲା। ମୋଟ ୨,୬୩୬ ସେବାୟତଙ୍କ ସ୍ବାବ୍‌ ସଂଗ୍ରହ ହୋଇଥିଲା। ସେମାନଙ୍କ ମଧ୍ୟରୁ ୨ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଅନ୍ୟମାନଙ୍କ ରିପୋର୍ଟ ନେଗେଟିଭ ରହିଛି। ଏହି ସେବାୟତ ଦ୍ୱୟଙ୍କୁ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ସୋମବାର ଶ୍ରୀମନ୍ଦିର ପ୍ରଶାସନର କୋଭିଡ୍‌ ପରିଚାଳନା ଅଧିକାରୀ ସୁବ୍ରତ ବେହେରା କହିଛନ୍ତି।
ସୂଚନା ଅନୁଯାୟୀ, ୩ଟି ପର୍ଯ୍ୟାୟରେ ସେବାୟତ ଓ କର୍ମଚାରୀଙ୍କ କୋଭିଡ୍‌ ଟେଷ୍ଟ କରାଯାଇଥିଲା। ଏଥିରେ ମୋଟ ୫ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ପୂର୍ବରୁ ୨ଜଣ ଏବଂ ଏବେ ଆଉ ୨ଜଣ ସେବାୟତଙ୍କ ସମେତ ଜଣେ କର୍ମଚାରୀ ରହିଛନ୍ତି। ଗତ ୧୧ରୁ ୧୫ତାରିଖ ପର୍ଯ୍ୟନ୍ତ ତୃତୀୟ ପର୍ଯ୍ୟାୟ ଟେଷ୍ଟ କରାଯାଇଥିଲା।