ଛାତିଥରା ଦୁର୍ଘଟଣା, ବସ୍ ଧକ୍କାରେ ଉଡ଼ିଗଲା ଦମ୍ପତ୍ତିଙ୍କ ପ୍ରାଣବାୟୁ

ଵ୍ରହ୍ମପୁର, ୧୨/୧(ସୁବାସ ଚନ୍ଦ୍ର ପାଢ଼ୀ): ସଦର ଥାନା ଅନ୍ତର୍ଗତ ଲାଞ୍ଜିଆ ପଞ୍ଚାୟତର ବାଳକୃଷ୍ଣପୁର ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଯାତ୍ରୀବାହୀ ବସ ଧକ୍କାରେ ଦମ୍ପତିଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ତେବେ ଖବର ଲେଖାଯିବା ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଦୁଘଟଣା ପରେ ସ୍ଥାନୀୟ ଉତ୍ତ୍ୟକ୍ତ ଲୋକ ରାସ୍ତା ଉପରେ ରୁଣ୍ଡ ହୋଇ ବସ ଚାଳକଙ୍କ ବେପାରୁଆ ଗାଡି ଚାଲାଣ ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି । ପୋଲିସ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରେ ଯାତାୟତ ସ୍ୱାଭାବିକ ହୋଇଥିଲା।

ପୋଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ଏମକେସିଜି ମେଡିକାଲ ପଠାଇଛି । ଦୁର୍ଘଟଣା ଘଟାଇଥିବା ବସ ଜବତ କରିବା ସହିତ ଚାଳକଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଛି ପୋଲିସ। ଘଟଣାରୁ ପ୍ରକାଶ ଯେ, ଦିଗପହଣ୍ଡି ପଟୁ ଏକ ସ୍କୁଟି ଯୋଗେ ଦମ୍ପତ୍ତି ବ୍ରହ୍ମପୁର ଅଭିମୁଖେ ଯାଉଥିଲେ । ଅନ୍ୟପଟେ ଵ୍ରହ୍ମପୁରରୁ ଏକ ଘରୋଇ ବସ ଦିଗପହଣ୍ଡି ଯାଉଥିଲା। ବାଳକୃଷ୍ଣପୁର ଛକରେ ସୋମବାର ମଧ୍ୟାନ୍ନରେ ଉକ୍ତ ବସଟି ସ୍କୁଟି ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଯାହାଫଳରେ ସ୍କୁଟି ଚାଳକ ଓ ଗାଢ଼ି ପଛରେ ବସିଥିବା ତାଙ୍କ ସ୍ତ୍ରୀ ରାସ୍ତାରେ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ସ୍ୱାମୀର ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଥିବା ମହିଳାଙ୍କୁ ଏମକେସିଜି ସ୍ଥାନାନ୍ତର କରାଯାଇଥିଲା। ତେବେ ଡାକ୍ତର ମହିଳାଙ୍କୁ ମଧ୍ୟ ମୃତ ଘୋଷଣା କରିଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଧାନକିଣାରେ ଅବ୍ୟବସ୍ଥା, ବଢୁଛି ଚାଷୀ ଅସନ୍ତୋଷ

ରୁପ୍ରାରୋଡ,୧୨ା୧(ସଞ୍ଜୀବ ଦାସ): କଳାହାଣ୍ଡି ଜିଲା ନର୍ଲା ବ୍ଲକରେ ଧାନ କିଣାରେ ଅବ୍ୟବସ୍ଥା ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏବେ ବି ବ୍ଲକର ବିଭିନ୍ନ...

ବିଦ୍ୟାଳୟରେ ପଶି ଅଣଛାତ୍ରଙ୍କ ଆତଙ୍କରାଜ: ଆକ୍ରମଣରେ ଦୁଇ ଛାତ୍ର ଗୁରୁତର

ଗୋପାଳପୁର,୧୨।୧(ନବୀନରାଜ ଆଚାରୀ): ଗତ କିଛିମାସ ହେଲା ନାବାଳକମାନଙ୍କ ଆପରାଧୀକ କାର୍ଯ୍ୟକଳାପ ବଢ଼ିବାଛି। ସୋମବାର ମଧ୍ୟାହ୍ନରେ ରଙ୍ଗେଇଲୁଣ୍ଡା ବ୍ଲକ ଅଧୀନ ଫୁଲଟା ଗ୍ରାମସ୍ଥିତ ମା’ ନାରାୟଣୀ ଉଚ୍ଚ...

ଓଲଟିଲା ପୋଲ ବୋଝେଇ ଟ୍ରାକ୍ଟର: ଜଣେ ମୃତ, ୪ ଗୁରୁତର

କବିସୂର୍ଯ୍ୟନଗର,୧୨ା୧ କୃପାସିନ୍ଧୁ ସ୍ବାଇଁ): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଆଠଗଡ଼ ପାଟଣା ନିକଟରେ ସୋମବାର ଏକ ଦୁର୍ଘଟଣା ଘଟିଛି। ରାସ୍ତାରେ ଏକ ଇଲେକ୍ଟ୍ରି ପୋଲ ବୋଝେଇ...

ଅଧାରୁ କ୍ରିଜ୍ ଛାଡି ପଳାଇବାକୁ ରିଜୱାନଙ୍କୁ କହିଲା ଟିମ୍, ବିଗ୍ ବ୍ୟାଶ୍ ଲିଗ୍‌ରେ ପ୍ରଥମ ଘଟଣା

ନୂଆଦିଲ୍ଲୀ,୧୨।୧: ବିଗ୍ ବ୍ୟାଶ୍ ଲିଗ୍‌ରେ ସୋମବାର ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ମେଲବର୍ଣ୍ଣ ରେନେଗେଡ୍‌ସ ଏବଂ ସିଡନୀ ଥଣ୍ଡର ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍‌ରେ ପାକିସ୍ତାନୀ...

୧୩ରେ ନବରଙ୍ଗପୁରରେ ହେବ ୧୨ ଘଣ୍ଟିଆ ବନ୍ଦ ପାଳନ

ନବରଙ୍ଗପୁର,୧୨।୧ (ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ଧାନମଣ୍ଡିର ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ବିଜେଡି। ଜିଲା ବିଜେଡି ସଭାପତି ମନୋହର ରନ୍ଧାରୀ ଭାଜପା ସରକାରଙ୍କ...

ଆଜି ୫ ମହିଳାଙ୍କୁ ଗାଡି ଚାବି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ: ଏହି ଯୋଜନାରେ ମହିଳାଙ୍କୁ କାର୍‌ ଦେଉଛନ୍ତି ସରକାର

ଭୁବନେଶ୍ୱର,୧୨।୧: ଆଜି ମୁଖ୍ୟମନ୍ତ୍ରୀ ପୂର୍ତ୍ତ ବିଭାଗର ୬,୭୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ସମୁଦାୟ ୭୧ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥି ମଧ୍ୟରୁ ପ୍ରାୟ ୫,୬୩୦...

ଦାଉ ସାଧୁଛନ୍ତି ମିଲର: ସରକାରଙ୍କ ହସ୍ତକ୍ଷେପ ପରେ ବି ଉଠୁନି ଧାନ 

ଛତ୍ରପୁର,୧୨।୧(ଦିଲ୍ଲୀପ ସାମଲ): ଧାନ ମଣ୍ଡିରେ ଅଚଳବସ୍ଥା। ଧାନମଣ୍ଡି ଖୋଲାଯାଇଛି ସତ ମାତ୍ର  ହେଲେ ମିଲର ଧାନ ନେଉନି । ପୂର୍ବ ସରକାର ଅପେକ୍ଷା ଅଧିକ କଟନୀ...

ବାଥରୁମରେ ଦୁଇଥର ବେହୋସ ହୋଇଗଲେ ପୂର୍ବତନ ଉପରାଷ୍ଟ୍ରପତି, AIIMSରେ ଭର୍ତ୍ତି

ନୂଆଦିଲ୍ଲୀ,୧୨ା୧: ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତ ସପ୍ତାହରେ ଦୁଇଥର ଅଚେତ ହେବା ପରେ ସୋମବାର ଦିଲ୍ଲୀର ଅଖିଳ ଭାରତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri