୨ କୁଇଣ୍ଟାଲ ଗଞ୍ଜେଇ ଜବତ: ୪ ଗିରଫ

ଜୟପୁର,୨୦ା୧୧(ଡି.ଏନ.ଏ)-କୋରାପୁଟ ଜିଲା ଜୟପୁର ସଦର ଥାନା ପକ୍ଷରୁ ଚଢାଉ କରାଯାଇ ୨ କୁଇଣ୍ଟାଲ ୫୭ କେଜି ଗଞ୍ଜେଇ ଜବତ ହୋଇଛି। ଏଥିରେ ସମ୍ପୃକ୍ତ ୪ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ବୌଦ ସଦରଥାନା କୁସୁମଝୁଲି ଗ୍ରାମର ଡ୍ରାଇଭର ସ୍ବାଧୀନ ନାୟକ (୩୭), ମନମୁଣ୍ଡା ଥାନା ଭାଲିପଦର ଗ୍ରାମର ଅନନ୍ତ ଭୋଇ (୨୭), ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ନୂଆଗାଁର ବଳିଆରଭୁଜ ସାହୁ(୩୨) ଓ ଦେଓଗଡ ଜିଲା କୁନ୍ଦେଇଗଲା ଥାନା ପାରା ଗ୍ରାମର ସୁବ୍ରତ ପ୍ରଧାନ (୩୨)।
ପୋଲିସ କହିଛି, ଗୁରୁବାର ସନ୍ଧ୍ୟାରେ ଲମୁତାପୁଟରୁ ଜୟପୁର ସହରକୁ ଏକ ପିକଅପ ଭ୍ୟାନରେ ଗଞ୍ଜେଇ ଆସୁଥିବା ସୂଚନା ପାଇ ସଦରଥାନା ଅଧିକାରୀ ଆଦିତ୍ୟ ମହାକୁରଙ୍କ ନେତୃତ୍ୱରେ ଏକ ଟିମ୍‌ ପାତ୍ରପୁଟ ଗ୍ରାମ ନିକଟସ୍ଥ କୋଲାବ ନଦୀ ପୋଲଠାରେ ଜଗି ରହିଥିଲେ ା ଏକ ବିନା ନମ୍ବରର ଧଳାରଙ୍ଗର ପିକଅପ ଭ୍ୟାନକୁ ଅଟକାଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଯାଞ୍ଚ କରିଥିଲେ। ସେଥିରୁ ଉପରୋକ୍ତ ପରିମାଣର ଗଞ୍ଜେଇ ମିଳିଥିଲା। ଏହାର ଅନୁମାନିକ ବଜାର ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

ଛାତ୍ରଙ୍କ ମୃତଦେହ ଜବତ ପରେ ହଷ୍ଟେଲ ଛାଡ଼ିଲେ ୫୪ ପିଲା

ବୋରିଗୁମ୍ମା,୨୮ା୮(ଗୋପାଳ ହରିଜନ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍‌ ଗୁମୁଡ଼ା ଏସ୍‌ଏସ୍‌ଡି ସରକାରୀ ଉଚ୍ଚ ବିଦ୍ୟାଳୟ ପଛ ପଟେ ଥିବା ନାଳରୁ ଗତ ବୁଧବାର ଜଣେ ୮ମ ଶ୍ରେଣୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri