୨ଜଣଙ୍କୁ ଦଳିଦେଲା ଦନ୍ତାହାତୀ

ଅତାବିରା/ଭେଡେନ,୧୭।୧୨(ହୃଷୀକେଶ ଖମାରୀ/ସୁଦନ ମହାକୁର): ବରଗଡ ଜିଲା ଅତାବିରା ଥାନା ଝିଲିମିଣ୍ଡା ପଞ୍ଚାୟତ ଅନ୍ତର୍ଗତ ଝର୍ନିଆ ଟିକ୍ରା ଏବଂ ଭେଡେନ ଥାନା ବିଶିପାଲି ଗ୍ରାମରେ ରବିବାର ସକାଳୁ ଅଘଟଣ ଘଟିଯାଇଛି। ଦନ୍ତାହାତୀ ଦଳି ଦେବାରୁ ୨ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକମାନେ ହେଲେ
ବରଗଡ ଜିଲା ଗାଇସିଲେଟ ବ୍ଲକ କଠଉମାଲ ଗ୍ରାମର ଶିବଲାଲ ସୁନା ଏବଂ ଭେଡେନ ବ୍ଲକ ବିଶିପାଲି ଗ୍ରାମର ବଲରାମ ଓରଫ ବଲଦେବ ସାହୁ । ମୃତ ଶିବଲାଲ କେନାଲ ମରାମତି କାମ ପାଇଁ ଝର୍ନିଆ ଟିକ୍ରାକୁ ଅନ୍ୟ ଶ୍ରମିକଙ୍କ ସହିତ ଆସିଥିଲେ। ସେହିପରି ମୃତ ବଲରାମ ଧାନ କାଟିବା ପାଇଁ ନିଜ କ୍ଷେତକୁ ଯାଇଥିଲେ। ବନ ବିଭାଗ ଏବଂ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି।