କୋଭିଡ ଯୋଦ୍ଧାଙ୍କୁ କରୋନା: ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲର ୨ ନର୍ସ କରୋନା ପଜିଟିଭ୍‌

କଟକ ଅଫିସ,୨୮।୬-କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ ରବିବାର ୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ହସ୍ପିଟାଲର ଜଣେ ପୁରୁଷ ଓ ଜଣେ ମହିଳା ନର୍ସ ରହିଛନ୍ତି। ଗଞ୍ଜାମର ଚିକିତ୍ସାଧୀନ ଜଣେ ରୋଗୀଙ୍କଠାରେ ପଜିଟିଭ ଥିବା ଚିହ୍ନଟ ହୋଇଥିଲା। ୨ ନର୍ସ ସମ୍ପୃକ୍ତ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ସୂଚନା ମିଳିଛି। ହସ୍ପିଟାଲର ୫୨ ଜଣ କର୍ମଚାରୀଙ୍କ ସ୍ବାବ୍‌ ଟେଷ୍ଟ ପାଇଁ ଯାଇଥିଲା। ସେମାନଙ୍କ ମଧ୍ୟରୁ ୫୦ ଜଣଙ୍କର ନେଗିଟିଭ ଆସିଛି। ଆକ୍ରାନ୍ତ ୨ ନର୍ସଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।