ହାତୀଗୋଠରେ୨ ନୂଆ ଅତିଥି

ଚମ୍ପୁଆ,୨୪।୯(ଡି.ଏନ.ଏ.): କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ଜାମୁଦଲକ ଜଙ୍ଗଲରେ ରହିଥିବା ହାତୀପଲ ମଧ୍ୟରେ ଗୁରୁବାର ସକାଳୁ ୨ ଶାବକ ଜନ୍ମ ନେଇଛନ୍ତି। ଗୋଟିଏ ମାଈହାତୀ ପ୍ରସବ ବେଦନାରେ ଛଟପଟ ହେଉଥିବା ସୂଚନା ମିଳିଛି। ବନବିଭାଗ, ପୋଲିସ ଓ ପ୍ରାଣୀଧନ ଚିକିତ୍ସକ ଘଟଣାସ୍ଥଳରେ ରହି ନଜର ରଖିଛନ୍ତି। ମାଈହାତୀଟି କଷ୍ଟରେ ମାଟିରେ ଗଡୁଥିବାବେଳେ ଅନ୍ୟ ହାତୀ ତାକୁ ଜଗିରହିଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ କିଛିଦିନ ପୂର୍ବରୁ ୨୫ ହାତୀ ମୟୂରଭଞ୍ଜରୁ ଚମ୍ପୁଆ ରେଞ୍ଜ୍‌ ଅଞ୍ଚଳକୁ ପଶି ଆସିଥିଲେ। ହାତୀ ଦେଖିବାକୁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିବା ସହିତ ହାତୀକୁ ହଇରାଣ ହରକତରୁ ଦୂରେଇ ରଖିବା ପାଇଁ ସେଠାରେ ପୋଲିସ ଜଗିରହିଛି।