Posted inଜାତୀୟ

ଜେଲ୍‌ରେ ପ୍ରେମରେ ପଡିଲେ ଦୁଇ ଅପରାଧୀ: ବିବାହ ପାଇଁ ମିଳିଲା ପାରୋଲ୍

ଭୁବନେଶ୍ୱର, ୨୩।୧: ରାଜସ୍ଥାନର ଅଲୱର ଜିଲାରୁ ଏକ ଅଜବ ପ୍ରେମ କାହାଣୀ ସାମ୍ନାକୁ ଆସିଛି। ଯାହା କୌଣସି ସିନେମା କାହାଣୀଠାରୁ କମ୍ ନୁହେଁ। କାରାଗାରରେ ସଜା କାଟୁଥିବା ଦୁଇ ଦୁର୍ଦ୍ଧାନ୍ତ ହତ୍ୟାକାରୀ ପରସ୍ପରର ପ୍ରେମରେ ପଡ଼ିବା ପରେ ଏବେ ବିବାହ କରିବାକୁ ଯାଉଛନ୍ତି। ଏଥିପାଇଁ ରାଜସ୍ଥାନ ହାଇକୋର୍ଟ ଉଭୟଙ୍କୁ ୧୫ ଦିନିଆ ଜରୁରୀକାଳୀନ ପାରୋଲ୍ (ଜାମିନ) ମଞ୍ଜୁର କରିଛନ୍ତି।

ପ୍ରିୟା ସେଠ୍ ନାମକ ଜଣେ ମଡେଲ୍ ୨୦୧୮ ରେ ‘ଟିଣ୍ଡର୍’ ଆପ୍‌ରେ ଜଣେ ଯୁବକ ଦୁଷ୍ମନ୍ତ ଶର୍ମାଙ୍କ ସହ ବନ୍ଧୁତା କରିଥିଲେ। ପରେ ତାଙ୍କୁ ଅପହରଣ କରିବା ପରେ ନିର୍ମମ ଭାବେ ହତ୍ୟା କରି ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ନିଜ ପ୍ରେମିକର ଋଣ ସୁଝିବା ପାଇଁ ସେ ଏହି ହତ୍ୟାକାଣ୍ଡ ଘଟାଇଥିଲେ।

ଅନ୍ୟପଟେ ନିଜ ପ୍ରେମିକାଙ୍କ ସହ ମିଶି ତାଙ୍କ ସ୍ୱାମୀ ଓ ୪ ଶିଶୁଙ୍କୁ ହତ୍ୟା କରିବା ଅଭିଯୋଗରେ ହନୁମାନ ଜେଲ୍‌ରେ ଅଛନ୍ତି। ୨୦୧୭ ରେ ଅଲୱରରେ ଘଟିଥିବା ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ସାରା ଅଞ୍ଚଳକୁ ସ୍ତବ୍ଧ କରିଦେଇଥିଲା।

ତେବେ ସାଙ୍ଗାନେର ଓପନ ଜେଲ୍‌ରେ ସଜା କାଟୁଥିବା ସମୟରେ ପ୍ରାୟ ୬ ମାସ ପୂର୍ବରୁ ପ୍ରିୟା ଓ ହନୁମାନଙ୍କ ପ୍ରଥମ ଦେଖା ହୋଇଥିଲା। ଧୀରେ ଧୀରେ ଏହି ସାକ୍ଷାତ ପ୍ରେମରେ ପରିଣତ ହୋଇଥିଲା। ଉଭୟ ବାକି ଜୀବନ ଏକାଠି ବିତାଇବାକୁ ନିଷ୍ପତ୍ତି ନେଇ ବିବାହ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ରାଜସ୍ଥାନ ହାଇକୋର୍ଟ ଉଭୟଙ୍କ ଆବେଦନକୁ ବିଚାର କରି ବିବାହ ସମ୍ପନ୍ନ କରିବା ପାଇଁ ୧୫ ଦିନର ପାରୋଲ୍ ପ୍ରଦାନ କରିଛନ୍ତି। ଶୁକ୍ରବାର ଅଲୱରର ବାରୋଦାମେଭ୍ ଅଞ୍ଚଳରେ ଉଭୟଙ୍କ ବିବାହ ଅନୁଷ୍ଠିତ ହେବାକୁ ଯାଉଛି।

ଏହି ଘଟଣାଟି ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। କୁହାଯାଉଛି ଯେ, ଜେଲ୍ ପାଚେରି ମଧ୍ୟରେ ଜନ୍ମ ନେଇଥିବା ଏହି ଅପରାଧୀଙ୍କ ପ୍ରେମ କାହାଣୀ ଏବେ ସାମାଜିକ ସ୍ୱୀକୃତି ପାଇବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବପିଢ଼ିଙ୍କ ପାଇଁ ଖୁସି ଖବର: ନିଯୁକ୍ତିକୁ ନେଇ ବଡ଼ ଘୋଷଣା କରିଦେଲେ ମୁଖ୍ୟମନ୍ତ୍ରୀ, ୫ବର୍ଷରେ…

ଭୁବନେଶ୍ୱର,୨୬ା୧: ସାଧାରଣତନ୍ତ୍ର ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ୫ ବର୍ଷରେ ଦେଢ଼ ଲକ୍ଷ ସରକାରୀ ନିଯୁକ୍ତି…

କର୍ତ୍ତବ୍ୟ ପଥରେ ଗଡ଼ିଲା ଓଡ଼ିଶାର ପ୍ରଜ୍ଞାପନ ମେଢ଼: ଛିଡ଼ା ହୋଇ ତାଳିମାରିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୬।୧: ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ କର୍ତ୍ତବ୍ୟ ପଥରେ ଭବ୍ୟ ପରେଡ୍‌ର ଆୟୋଜନ କରାଯାଇଛି। ଏଥିରେ ଭାଗ ନେଇଛନ୍ତି ୟୁରୋପୀୟ ୟୁନିଅନ କଣ୍ଟିଜେଣ୍ଟ। ଶକ୍ତି, ଶୌର୍ଯ୍ୟ ଓ…

ପାଟଣାରେ ୭୭ତମ ସାଧାରଣତନ୍ତ୍ର ଦିବସ: ତ୍ରିରଙ୍ଗା ଉତ୍ତୋଳନ କରି ବିଧାୟକ କହିଲେ ସ୍ବାଧୀନତା ସଂଗ୍ରାମୀଙ୍କୁ…

ପାଟଣା,୨୬ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ସୋମବାର ପାଟଣା ଷ୍ଟାଡିୟମରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପାଟଣା…

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଦିଆଗଲା ୨୧ ତୋପ ସଲାମୀ

ନୂଆଦିଲ୍ଲୀ,୨୬।୧: ଆଜି ସାରା ଦେଶରେ ୭୭ତମ ଗଣତନ୍ତ୍ର ଦିବସ ପାଳନ କରାଯାଉଛି। ଏହି ଅବସରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। କର୍ତ୍ତବ୍ୟ ପଥଠାରେ ମଧ୍ୟ ଗଣତନ୍ତ୍ର ଦିବସ…

ଅସ୍ତିତ୍ୱ ହରାଇଛି କାଞ୍ଜିଆହୁଦା, ସହର ରାସ୍ତା ପାଲଟିଛି ଗୁହାଳ

ପଟ୍ଟାମୁଣ୍ଡାଇ,୨୬ା୧(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହରରେ କାଞ୍ଜିଆହୁଦା ଯୋଜନା ପ୍ରହସନରେ ପରିଣତ ହୋଇଛି। ଦିନ ହେଉ କି ରାତି ସହରର ରାସ୍ତାଗୁଡ଼ିକ କାଞ୍ଜିଆହୁଦା ପାଲଟିଛି। ବିଭିନ୍ନ…

ଜଙ୍ଗଲ କିସମ ଜମି ପାକ୍ସରେ ଚାଷୀ ପଞ୍ଜୀକରଣରେ ବାଧକ, ସ୍ବଳ୍ପ ମୂଲ୍ୟରେ ଧାନ କିଣି ମାଲାମାଲ ଦଲାଲ ହେଉଛନ୍ତି

ମହାକାଳପଡ଼ା, ୨୬ା୧ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବତିଘର ଖରିନାସି, ଜମ୍ବୁ, ରାମନଗର, ସୁନିତି ପଞ୍ଚାୟତ ସମେତ ଅନ୍ୟ ଅଞ୍ଚଳରୁ କେତେଜଣ ଧାନ…

କୋରାପୁଟରେ ଉଡ଼ିଲା ତ୍ରିରଙ୍ଗା, ଉପମୁଖ୍ୟମନ୍ତ୍ରୀ କହିଲେ ଭାରତ ଗଠନ ନେଇ ଜାତୀୟ ପତାକା ତଳେ ସମସ୍ତ…

କୋରାପୁଟ,୨୬ା୧(ଅମିତାଭ ବେହେରା): ସୋମବାର କୋରାପୁଟ ପୋଲିସ ପଡ଼ିଆଠାରେ ଆୟୋଜିତ ଜିଲାସ୍ତରୀୟ ପରେଡରେ ମୁଖ୍ୟ ଅତିଥିଭାବେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଯୋଗ ଦେଇ ଜାତୀୟ ପତାକା…

ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କୁ ମିଳିଲା ଅଶୋକ ଚକ୍ର ସମ୍ମାନ

ନୂଆଦିଲ୍ଲୀ,୨୬ା୧:  ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌)କୁ ପ୍ରଥମ ଭାରତୀୟ ଭାବେ ଯାତ୍ରା କରି ଇତିହାସ ରଚିଥିବା ଶୁଭାଂଶୁ ଶୁକ୍ଳାଙ୍କୁ ଦେଶର ସର୍ବୋଚ୍ଚ ଶାନ୍ତିକାଳୀନ ବୀରତ୍ୱ ପୁରସ୍କାର ପ୍ରଦାନ…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri