Categories: ଖେଳ

ଅନ୍ତିମ ଦିବସରେ ଭାରତକୁ ଆଉ ୨ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୨୪ା୭: କୋରିଆର ଚାଙ୍ଗ୍‌ଓନ୍‌ଠାରେ ଚାଲିଥିବା ଇଣ୍ଟରନ୍ୟାଶନାଲ ଶୁଟିଂ ସ୍ପୋର୍ଟ ଫେଡେରେଶନ (ଆଇଏସ୍‌ଏସ୍‌ଏଫ୍‌)ର ଜୁନିୟର ବିଶ୍ୱ ଚାମ୍ପିୟନଶିପ୍‌ର ଅନ୍ତିମ ଦିବସରେ କମଲଜିତ୍‌ଙ୍କ ପ୍ରଭାବୀ ପ୍ରଦର୍ଶନ ଯୋଗୁ ଭାରତ ଆଉ ୨ ସ୍ବର୍ଣ୍ଣ ଜିତିପାରିଛି। ସୋମବାର ସେ ପୁରୁଷ ୫୦ ମିଟର ପିସ୍ତଲର ଉଭୟ ବ୍ୟକ୍ତିଗତ ଓ ଟିମ୍‌ ଇଭେଣ୍ଟ ଜିତିଛନ୍ତି। ଚାମ୍ପିୟନଶିପ୍‌ରେ ଭାରତ ୬ ସ୍ବର୍ଣ୍ଣ, ୬ ରୌପ୍ୟ ଓ ୫ ବ୍ରୋଞ୍ଜ ସହ ମୋଟ ୧୭ ପଦକ ହାସଲ କରି ଚାଇନା ପଛକୁ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଚାଇନା ୧୨ ସ୍ବର୍ଣ୍ଣ ସମେତ ମୋଟ ୨୮ ପଦକ ଲାଭ କରିଛି।

Share