ମୋହରିର ସମେତ ଆଉ ୨ ଗିରଫ

ଭୁବନେଶ୍ୱର,୨୮।୨(ବ୍ୟୁରୋ):ରାଜଧାନୀରେ ଜମି ଠକେଇର ଆଉଏକ ବଡ଼ ରାକେଟ ଧୀରେ ଧୀରେ ପଦାକୁ ଆସିବାରେ ଲାଗିଛି। ବିଏମ୍‌ସି ଓ ସବ୍‌ରେଜିଷ୍ଟ୍ରାର୍‌ ଅଫିସ୍‌ରେ ହିଁ ପ୍ରସ୍ତୁତ ହେଉଛି ଏହି ଠକେଇର ବ୍ଲ୍ୟୁ ପ୍ରିଣ୍ଟ୍‌। ସରକାରୀ କ୍ଷମତା ଓ ପରିଚୟକୁ ବ୍ୟବହାର କରି ଲୋକଙ୍କୁ ଫସାଇ ଲକ୍ଷଲକ୍ଷ ଟଙ୍କା ଠକି ନେଉଛନ୍ତି। ଜାଲ୍‌ ଦସ୍ତାବିଜ ଜରିଆରେ ଜମି ଠକେଇ ଘଟଣାରେ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ରାକେଟ୍‌ରେ ସମ୍ପୃକ୍ତ ଆଉ ୨ ଜଣଙ୍କୁ ଗିରଫ କରିବା ସହ ଏମାନଙ୍କ ଗୁମର ଖୋଲିଛି। ଗିରଫ ଅଭିଯୁକ୍ତଦ୍ୱୟ ହେଲେ ଏହି ରାକେଟର ମାଷ୍ଟରମାଇଣ୍ଡ୍‌ ଅନ୍ତର୍ଯ୍ୟାମୀ ସେନାପତି ଓ ତାଙ୍କ ସହଯୋଗୀ ଅନନ୍ତ କୁମାର ପ୍ରଧାନ। ଅଭିଯୁକ୍ତ ଅନ୍ତର୍ଯ୍ୟାମୀ ଜଣେ ମୋହରିର ତଥା ଓକିଲ ବୋଲି ଇଓଡବ୍ଲ୍ୟୁ ପକ୍ଷରୁ କୁହାଯାଇଛି। ଉଭୟଙ୍କୁ ରବିବାର କୋର୍ଟଚାଲାଣ କରାଯିବାପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତେବେ ଏହି ମାମଲାରେ ୫ଦିନ ତଳେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଅବସରପ୍ରାପ୍ତ କର୍ମଚାରୀ ହଳଧର ଦାସଙ୍କ ସମେତ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ସେମାନେ ଏବେ ଜେଲରେ ଦିନ କାଟୁଛନ୍ତି। ତେବେ ମାମଲାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୫ ଛୁଇଁଥିବାବେଳେ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବାକୁ ଇଓଡବ୍ଲ୍ୟୁ ଅଧିକ ତଦନ୍ତ ଜାରି ରଖିଛି। ଇତିମଧ୍ୟରେ ଅଭିଯୁକ୍ତମାନେ କରିଥିବା ୮ଟି ଜମି ଠକେଇ ଘଟଣା ଏପର୍ଯ୍ୟନ୍ତ ନଜରକୁ ଆସିଥିବା ଇଓଡବ୍ଲ୍ୟୁ ସୂଚନା ଦେଇଛି।
ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲା ନଶଡ଼ିପୁର ଗ୍ରାମର ଲିପିକା ଦାସଙ୍କର ଭୁବନେଶ୍ୱର ମଳିପଡ଼ା ମୌଜାସ୍ଥିତ ବସନ୍ତ ବିହାରରେ ୨ ହଜାର ବର୍ଗଫୁଟ୍‌ର ଏକ ଜମି ରହିଛି। ସେ ଉକ୍ତ ଜମିକୁ ୧୯୯୯ରେ କିଣିଥିଲେ ଓ ତାଙ୍କ ପାଖରେ ଏହାର ସମସ୍ତ ଦସ୍ତାବିଜ୍‌ ରହିଛି। ତେବେ କିଛିଦିନ ତଳେ ସେ ଖଜଣା ଦେବାକୁ ଯିବାବେଳେ ତାଙ୍କ ଜମି ଅଭିଯୁକ୍ତ ହଳଧରଙ୍କ ନାମରେ ଥିବା ଜାଣିବାକୁ ପାଇଥିଲେ। ଏନେଇ ସେ ଅଭିଯୋଗ କରିବା ପରେ ଇଓଡବ୍ଲ୍ୟୁ ଫେବୃୟୀରୀ ୨୧ରେ ଏକ ମାମଲା (ନଂ.୭/୨୦୨୩) ରୁଜୁ କରି ତଦନ୍ତ କରିଥିଲା। ତଦନ୍ତ ବେଳେ ଜଣାପଡ଼ିଥିଲା ଯେ, ଅଭିଯୁକ୍ତମାନେ ଖଣ୍ଡଗିରିସ୍ଥିତ ସବ୍‌ ରେଜିଷ୍ଟ୍ରାର ଅଫିସରେ ଲିପିକାଙ୍କ ଦସ୍ତଖତକୁ ନକଲ କରି ଏହି ଠକେଇ କରିଛନ୍ତି। ଏପରିକି ରେଜିଷ୍ଟର୍ଡ ସେଲ୍‌ ଡିଡ୍‌ରେ ଦିଆଯାଇଥିବା ଆଧାର ନମ୍ବର ଜମିର ପ୍ରକୃତ ମାଲିକ ଲିପିକାଙ୍କ ରହିଥିବାବେଳେ ସେଥିରେ ଅଭିଯୁକ୍ତା ମମତାଙ୍କ ଫଟୋ ରହିଛି। ମୋହରିର ଅନ୍ତର୍ଯ୍ୟାମୀଙ୍କ ପରିଚାଳନାରେ ହିଁ ଏହି ଠକେଇ ହୋଇଥିଲା। ତେବେ ଅଭିଯୁକ୍ତମାନେ ରାଜଧାନୀର ଉପକଣ୍ଠରେ ଥିବା ଜମିକୁ ନିଜ ନାମରେ କରି ଏହାକୁ ଅନ୍ୟମାନଙ୍କୁ ବିକ୍ରି କରିଦିଅନ୍ତି। ଦୂରରେ ରହୁଥିବା ମାଲିକମାନଙ୍କ ଜମିକୁ ହିଁ ସେମାନେ ଟାର୍ଗେଟ କରୁଥିଲେ। ଜମି ବିକ୍ରିରୁ ମିଳୁଥିବା ବିପୁଳ ଟଙ୍କାକୁ ଅଭିଯୁକ୍ତମାନେ ନିଜ ନିଜ ମଧ୍ୟରେ ବାଣ୍ଟି ନିଅନ୍ତି ବୋଲି ତଦନ୍ତ ବେଳେ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri