କରୋନାରେ ଚାଲିଗଲା ୨ ଜୀବନ

ଭୁବନେଶ୍ବର,୯।୮: (ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣରେ ଗତ ୨୪ ଘଣ୍ଟାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରେ ଭୁବନେଶ୍ୱର ଜଣେ ରହିଥିବାବେଳେ ଅନ୍ୟ ଜଣେ ସୁନ୍ଦରଗଡର ରହିଛନ୍ତି।