ସଉଦି ନୋଟ୍‌ ବଦଳାଇବା ଆଳରେ ୨ ଲକ୍ଷ ଠକେଇ

ଭୁବନେଶ୍ୱର,(ବ୍ୟୁରୋ)୨୩ା୮:ସଉଦୀ ନୋଟ୍‌କୁ ଭାରତୀୟ ମୁଦ୍ରାରେ ବଦଳାଇବା ଆଳରେ ଜଣେ ବ୍ୟବସାୟୀ ୨ ଲକ୍ଷ ଟଙ୍କାର ଠକେଇର ଶିକାର ହୋଇଛନ୍ତି। ଏନେଇ କଟକ ବକ୍ସିବଜାର ଅଞ୍ଚଳର ବ୍ୟବସାୟୀ ମହମ୍ମଦ ମୋହିଦିନ୍‌ ବଡ଼ଗଡ଼ ଥାନାରେ ସୋମବାର ଅଭିଯୋଗ କରିଛନ୍ତି। ପୋଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।
ଅଭିଯୋଗ ଅନୁଯାୟୀ, କିଛିଦିନ ତଳେ କଟକ ନିମଚୌଡ଼ି ମସ୍‌ଜିଦ୍‌ ଭିତରେ ଜଣେ ବ୍ୟକ୍ତିଙ୍କ ସହ ମହମ୍ମଦଙ୍କ ଦେଖା ହୋଇଥିଲା। ସେଠାରେ ସେ ତାଙ୍କ ପାଖରେ ଥିବା ସଉଦି ନୋଟ୍‌କୁ ଭାରତୀୟ ଟଙ୍କାରେ ବଦଳାଇବାକୁ ମହମ୍ମଦଙ୍କୁ କହିଥିଲେ। ହଜ୍‌ ଯାତ୍ରା ପାଇଁ ଯୋଜନା ଥିବାରୁ ମହମ୍ମଦ ତାଙ୍କ ପ୍ରସ୍ତାବରେ ରାଜି ହୋଇଥିଲେ। ରବିବାର ସାରେ କଳ୍ପନା ଛକ କୋର୍ଟ ପାଖକୁ ଡାକି ମହମ୍ମଦଙ୍କ ପାଖରୁ ସେ ୨ ଲକ୍ଷ ଭାରତୀୟ ଟଙ୍କା ନେଇ ଏକ ନକଲି ନୋଟ୍‌ ବିଡ଼ା ଉପରେ ଗୋଟିଏ ସଉଦି ନୋଟ ରଖି ଦେଇଥିଲେ। ଏହାକୁ ମହମ୍ମଦ ଯାଞ୍ଚ କରୁଥିବା ବେଳେ ଉକ୍ତ ସ୍ଥାନ ଛାଡ଼ି ସମ୍ପୃକ୍ତ ବ୍ୟକ୍ତି ଜଣକ ପଳାଇ ଯାଇଥିଲେ।