Posted inଜାତୀୟ

କଙ୍ଗୋରେ ୨ ଭାରତୀୟ ଯବାନ ନିହତ

ନୂଆଦିଲ୍ଲୀ, ୨୭ା୭: ଆଫ୍ରିକୀୟ ରାଷ୍ଟ୍ର କଙ୍ଗୋ ସାଧାରଣତନ୍ତ୍ରରେ ଜାତିସଂଘ ବିରୋଧୀ ବିକ୍ଷୋଭ ଉଗ୍ର ହେବାରେ ଲାଗିଛି। ସ୍ଥାନୀୟ ବିଦ୍ରୋହୀଙ୍କ ହିଂସାତ୍ମକ ଆନ୍ଦୋଳନବେଳେ ୧୦ ଜଣଙ୍କ ଜୀବନ ଯାଇଛି। ସେମାନଙ୍କ ମଧ୍ୟରେ ୨ ଭାରତୀୟ ଯବାନ ଅଛନ୍ତି। ଉଭୟ ଯବାନ ରାଜସ୍ଥାନ ବାସିନ୍ଦା। ଦୁହେଁ ହେଡ୍‌ କନଷ୍ଟେବଳ ପାହ୍ୟାର ବୋଲି ଜଣାପଡ଼ିଛି। ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ବିଏସ୍‌ଏଫ୍‌ ଯବାନ ଦ୍ୱୟଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିବା ସହ ଅପରାଧୀଙ୍କ ବର୍ବର ଆକ୍ରମଣକୁ ନିନ୍ଦା କରିଛନ୍ତି।
କଙ୍ଗୋରେ ଶାନ୍ତିରକ୍ଷା ପାଇଁ ଦୁଇ ଦଶନ୍ଧି ହେଲା ଜାତିସଂଘର ବାହିନୀ ନିୟୋଜିତ ହୋଇଛି। ୟୁନାଇଟେଡ୍‌ ନେଶନ୍ସ ଅର୍ଗାନାଇଜେଶନ ଷ୍ଟାବିଲାଇଜେଶନ ମିଶନ (ମୋନୁସ୍କୋ) ୨୦୧୦ ମସିହାରୁ ଏଥିରେ ସାମିଲ ହୋଇଛି। ସେଠାରେ ମୋନୁସ୍କୋର ୧୮ ହଜାର ସୁରକ୍ଷା କର୍ମୀ ଅଛନ୍ତି। ସେମାନଙ୍କ ମଧ୍ୟରେ ଭାରତ, ପାକିସ୍ତାନ ଓ ବାଂଲାଦେଶର ୧୨ ହଜାର ଶାନ୍ତି ରକ୍ଷକ ଅଛନ୍ତି। ବିଦେଶୀ ସୈନ୍ୟଙ୍କ ଉପସ୍ଥିତିକୁ ସ୍ଥାନୀୟ ଶତାଧିକ ସଶସ୍ତ୍ର ବିଦ୍ରୋହୀ ଗୋଷ୍ଠୀ ବିରୋଧ କରିଆସୁଛନ୍ତି। ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ସୋମବାର ବୁଟେମ୍ବୋରେ ହିଂସ୍ର ଆନ୍ଦୋଳନବେଳେ ୫ଶହରୁ ଊର୍ଦ୍ଧ୍ୱ ବିଦ୍ରୋହୀଙ୍କ ଆକ୍ରମଣରେ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ମଙ୍ଗଳବାର ଏହି ସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ଏଥିସହ ପ୍ରାୟ ୫୦ ଜଣ ଆହତ ହୋଇଛନ୍ତି। କଙ୍ଗୋ ପୋଲିସ ଓ ସୈନ୍ୟମାନେ ଆନ୍ଦୋଳନସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ କରିଥିଲେ। ବିଏସ୍‌ଏଫ୍‌ ପକ୍ଷରୁ ଲୁହବୁହା ବାଷ୍ପ ପ୍ରୟୋଗ କରାଯାଇଥିଲା। ସେମାନେ ବିଦ୍ରୋହୀମାନଙ୍କୁ ଘଉଡାଇ ଦେଇଥିଲେ। କିନ୍ତୁ ସଶସ୍ତ୍ର ବିଦ୍ରୋହୀ ପୁଣି ଥରେ ଫେରି ପାଲଟା ଆକ୍ରମଣ କରିଥିଲେ। ଏହି ଘାତକ ଆକ୍ରମଣ ପାଇଁ ଦାୟୀ ଅପରାଧୀମାନଙ୍କୁ ଆଇନର କାଠଗଡ଼ାକୁ ଆଣିବା ଜରୁରୀ ବୋଲି ଜୟଶଙ୍କର ଟୁଇଟ କରିଛନ୍ତି। ଦୁଇ ପ୍ଲାଟୁନ୍‌ ଅର୍ଥାତ୍‌ ୭୦ରୁ ୭୪ ବିଏସ୍‌ଏଫ୍‌ ଯବାନଙ୍କୁ ଗତ ମେ’ରେ କଙ୍ଗୋକୁ ପଠାଯାଇଥିଲା ବୋଲି ଜଣେ ଅଧିକାରୀ କହିଛନ୍ତି। ବିଦ୍ରୋହୀ ଗୋଷ୍ଠୀ ଶାନ୍ତିରକ୍ଷକମାନଙ୍କୁ ତୁରନ୍ତ ଦେଶ ଛାଡ଼ି ଚାଲିଯିବାକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri