୨ ଆଇଏଏସ୍‌ ଅଫିସରଙ୍କୁ ହକି ବିଶ୍ୱକପ୍‌ ଦାୟିତ୍ୱ

ଭୁବନେଶ୍ୱର,୪।୧୦(ବ୍ୟୁରୋ): ହକି ବିଶ୍ୱକପ୍‌ ପରିଚାଳନା ପାଇଁ ୨ ଆଇଏଏସ୍‌ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି। ରାଜ୍ୟ ସରକାର ଉଭୟଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି । ଭୂପେନ୍ଦ୍ର ସିଂହ ପୁନିଆ ଏବଂ ରଘୁ ଜୀଙ୍କୁ ଓଏସ୍‌ଡି(ଅଫିସର ଅନ୍‌ ସ୍ପେଶାଲ ଡ୍ୟୁଟି) ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି। ଭୂପେନ୍ଦ୍ରଙ୍କୁ ରାଉରକେଲା ଦାୟିତ୍ୱ ଦିଆଯାଇଥିବା ବେଳେ ରଘୁ ଜୀଙ୍କୁ ଭୁବନେଶ୍ୱର ଦାୟିତ୍ୱ ଦିଆଯାଇଛି ।
ରଘୁ ଜୀ ଏବେ କଟକରେ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ଅଛନ୍ତି । ଏସବୁ ଦାୟିତ୍ୱ ସହ ହକି ବିଶ୍ୱକପ୍‌ ଓଏସ୍‌ଡି ଭାବରେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ସେହିପରି ଆଇଏଏସ୍‌ ଅଫିସର ବଲଓ୍ବନ୍ତ ସିଂଙ୍କୁ ଅତିରିକ୍ତ ଦାୟିତ୍ୱ ମିଳିଛି। ବିଡିଏ ଭାଇସ୍‌ ଚେୟାରମ୍ୟାନ ସହ ଭୁବନେଶ୍ୱର ସ୍ମାର୍ଟସିଟି ଏମ୍‌ଡି ଦାୟିତ୍ୱରେ ମଧ୍ୟ ବଲଓ୍ବନ୍ତ ସିଂ ରହିବେ ।