୨ଘଣ୍ଟା ବର୍ଷା: ଯୋଡ଼ାରେ କୃତ୍ରିମ ବନ୍ୟା

ଯୋଡ଼ା,୨୬।୬(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ସହରରେ ଶନିବାର ପୂର୍ବାହ୍ନରେ ଦୁଇ ଘଣ୍ଟା ଧରି ପ୍ରବଳ ବର୍ଷା ହେବାରୁ ଯୋଡ଼ାରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଜନସାଧାରଣ । ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ସମଗ୍ର ରାସ୍ତା,ଜଳମଗ୍ନ ହୋଇ ଘର ଭିତରେ ବର୍ଷା ଜଳ ଲହଡ଼ି ମାରିଥିଲା। ଯୋଡ଼ା ସହରରେ ବିଭିନ୍ନ ଶିଳ୍ପ ସଂସ୍ଥା ଦ୍ୱାରା ଖୋଳା ଯାଉଥିବା ଖଣିଜ ସ୍ଲରି ପାଇପ ଲାଇନ ହେତୁ ଏହି କୃତ୍ରିମ ବନ୍ୟା ସହରର ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି।
ସହରରେ ନିର୍ମାଣାଧୀନ ଫ୍ଲାଏ ଓଭର ପାଇଁ ବର୍ଷା ଜଳ ନିଷ୍କାସନ ହୋଇପାରି ନ ଥିଲା। ଯୋଡ଼ା ମଙ୍ଗଳା ମନ୍ଦିର, ମହାବୀର ଛକ, ସିଂଘାନିଆ ଟାୱାର ଛକ, କମାର ସାହି, ବସ୍‌ ଷ୍ଟାଣ୍ଡ, ହନୁମାନ ହଟିଂ ପ୍ରଭୃତି ବହୁ ସ୍ଥାନରେ ୱାଟର ଲଗିଂ ହେତୁ ବାସଗୃହ, ଦୋକାନ, ହୋଟେଲ ପ୍ରଭୃତିରେ ବର୍ଷାଜଳ ଆଣ୍ଠୁଏ ଉଚ୍ଚରେ ପ୍ରବାହିତ ହୋଇଥିଲା। ପାଇପ ଲାଇନ ଖୋଳା ହେବା ହେତୁ ଏହିପରି ବାରମ୍ବାର ଅସୁବିଧା ହେଉଥିବା ବ୍ୟବସାୟୀ ସନାତନ ମହଲ।, ହେମନ୍ତ ମହାନ୍ତି, ନିର୍ମଳ ସିଂ ପ୍ରମୁଖ ଅଭିଯୋଗ କରିଥିଲେ। ଏନେଇ କେତେକ ବସ୍ତିବାସୀନ୍ଦା ଅଭିଯୋଗ କରିଥିଲେ ଯେ, ବର୍ଷାଜଳ ନିଷ୍କାସନ ପାଇଁ ପୌରପାଳିକା ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ସ୍ଲରୀ ପାଇପ୍‌ ଲାଇନ ଖୋଳ। ହେବା ଫଳରେ ଯୋଡ଼ା ସହରର ବାଂଶପାଣି ଅଞ୍ଚଳରେ ପାନୀୟ ଜଳ ଯୋଗାଣ ପାଇପ ଲାଇନ ଫାଟି ଯାଇଥିବା ଅଭିଯୋଗ କରିଛନ୍ତି। ପୌରପାଳିକା ଜନସାଧାରଣଙ୍କ ଅସୁବିଧାକୁ ଉପେକ୍ଷା କରି ପାଇପ୍‌ ଲାଇନ ଖୋଳୁଥିବା କମ୍ପାନୀଠାରୁ ରାଜସ୍ବ ନେଇ କମ୍ପାନୀକୁ ଖୋଳିବାକୁ ଅନୁମତି ଦେଇଥିବା ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ଯୋଡ଼ା ପୌରଧ୍ୟକ୍ଷ ଜଗଦୀଶ ପ୍ରସାଦ ସାହୁ କହିଛନ୍ତି ଯେ, ଜନସାଧାରଣଙ୍କ ସାମୂହିକ ସ୍ବାର୍ଥକୁ ପ୍ରଥମେ ଗୁରୁତ୍ୱ ଦିଆଯିବ। ଆବଶ୍ୟକ ପଡିଲେ ବର୍ଷାଦିନ ପାଇଁ ସ୍ଲରି ପାଇପ ଲାଇନ ଖୋଳାକୁ ସ୍ଥଗିତ ରଖାଯିବ।


Enter your email to get our daily news in your inbox.

All Right Reserved By Dharitri.Com

‘ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମହାମନିଷୀଙ୍କ ଅବଦାନ ଅବିସ୍ମରଣୀୟ’

କେନ୍ଦୁଝର,୧ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ପବିତ୍ର ଓଡ଼ିଶା ଦିବସରେ ଜିଲା ବିଜୁ ଜନତା ଦଳ ପକ୍ଷରୁ କେନ୍ଦୁଝର ଜିଲା ସଦରମହକୁମାଠାରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଜିଲାପାଳଙ୍କ…

ପ୍ରସ୍ତାବିତ ମେଗା ଷ୍ଟିଲପ୍ଲାଣ୍ଟ ପାଇଁ ଗ୍ରାମସଭା: ଏକର ପିଛା ଏତିକି କୋଟି ଦାବି

ପାଟଣା, ୧।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳ ରେ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବୁଧବାର ଚେମଣା ପଞ୍ଚାୟତ ଅଙ୍ଗି…

ନଦୀରେ ଭାସିଯାଇ ଯୁବକଙ୍କ ମୃତ୍ୟୁ: ଅଞ୍ଚଳରେ ଶୋକର ଛାୟା

ବଞ୍ଚୋ, ୩୧।୩: (ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅନ୍ତର୍ଗତ ବଞ୍ଚୋ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଗ୍ରାମର ଚିନ୍ମୟ ସେଠୀ…

ଧାର ଟଙ୍କା ନଦେବାରୁ ତାତିଗଲେ ଭିଣୋଇ, ଶୋଇଥିବା ବେଳେ ପେଟ୍ରୋଲ ଢାଳି ଜାଳିଦେଲେ….

ପାଟଣା,୩୧।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା କିଆପଡା ଗାଁରେ ଅଭାବନୀୟ ଘଟଣା । ଧାର ଟଙ୍କାକୁ କେନ୍ଦ୍ର କରି ଏପରି ହିଂସାତ୍ମକ ଘଟଣା ଏବେ…

ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…

ଗ୍ୟାସ୍‌ ପାଇଁ ପୁଣି ରାସ୍ତାକୁ ଓହ୍ଲାଇଲେ ଉପଭୋକ୍ତା, କଳାବଜାର ଆଶଙ୍କା କରି…

କେନ୍ଦୁଝର,୩୦ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ରୋଷେଇ ଗ୍ୟାସ ବିତରଣ ସମସ୍ୟା ପ୍ରତିବାଦରେ ସୋମବାର ଗ୍ୟାସ୍‌ ଆଣିବାକୁ ଯାଇଥିବା ଉପଭାକ୍ତା ସିଲିଣ୍ଡର ଧରି ପ୍ରତିବାଦ କରିବା ସହ କେନ୍ଦୁଝର-ଶଙ୍କରପୁର-ବେଲଦା ରାସ୍ତା…

ବିପଦ ସୃଷ୍ଟି କରୁଛି ବେଆଇନ ହୋର୍ଡିଂ

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରରେ ଅସୁରକ୍ଷିତ ଏବଂ ବେଆଇନ ହୋର୍ଡିଂ ବିପଦ ସୃଷ୍ଟି କରୁଛି। କାଳବୈଶାଖୀ ଯୋଗୁ ସହରର ଗାନ୍ଧୀ ଛକ ନିକଟ ଅନିତା ଲୁଗା…

କେନ୍ଦୁଝର ବିଜେଡିକୁ ଶକ୍ତ ଝଟକା, ୯ କାଉନସିଲରଙ୍କ ସାମୂହିକ ଇସ୍ତଫା

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି କେନ୍ଦୁଝରଗଡ ପୌର ଉପାଧ୍ୟକ୍ଷ ବରଦା ପ୍ରସନ୍ନଙ୍କଙ୍କ ସହ ୯ ଜଣ ବିଜେଡି କାଉନସିଲର ସମୂହ ଇସ୍ତଫା ଘଟଣା ଚର୍ଚ୍ଚାର ବିଷୟ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri