ଗୋଟିଏ ବିଦ୍ୟାଳୟରେ ୨ ପ୍ରଧାନ ଶିକ୍ଷକ

କଟକ ଅଫିସ,୨୩ା୨: ଖ୍ରୀଷ୍ଟ କଲିଜିଏଟ୍‌ ସ୍କୁଲରେ ୨ ଜଣ ପ୍ରଧାନ ଶିକ୍ଷକ। ଜିଲା ଶିକ୍ଷା ଅଧିକାର(ଡିଇଓ) କାର୍ଯ୍ୟାଳୟ ପକ୍ଷରୁ ଜଣଙ୍କୁ ପ୍ରଧାନ ଶିକ୍ଷକ ଦାୟିତ୍ୱ ଦିଆ ଯାଇଥିବାବେଳେ କଟକ ଖ୍ରୀଷ୍ଟିଆନ ଏଜୁକେଶନ ବୋର୍ଡ (ସିସିଇବି) ଦ୍ବାରା ଆଉ ଜଣେ ପ୍ରଧାନ ଶିକ୍ଷକଭାବେ କାର୍ଯ୍ୟ କରୁଛନ୍ତି। ସିସିଇବି ପକ୍ଷରୁ କିଛି ମାସ ହେବ ରାଜେନ୍ଦ୍ର ପ୍ରସାଦ ସାମଲଙ୍କୁ ପ୍ରଧାନ ଶିକ୍ଷକ ଭାବରେ ଦାୟିତ୍ୱ ପ୍ରଦାନ କରାଯାଇଛି। ହେଲେ ଜିଲା ଶିକ୍ଷା ବିଭାଗ ଅନୁଯାୟୀ ପ୍ରଫୁଲ୍ଲ ସାହୁ ବର୍ତ୍ତମାନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଛନ୍ତି। ଏଭଳି ସ୍ଥିତିରେ ବିଦ୍ୟାଳୟ ଉନ୍ନତୀକରଣ ପାଇଁ ଆସୁଥିବା ଟଙ୍କା କାର୍ଯ୍ୟରେ ଲାଗି ପାରୁନାହିଁ। ପିଲାମାନଙ୍କ ପାଇଁ ଉପଯୁକ୍ତ କ୍ଲାସ୍‌ ରୁମ୍‌ ନ ଥିବାରୁ ସେମାନଙ୍କୁ ନିର୍ମାଣାଧୀନ କୋଠାରେ ପଢ଼ିବାକୁ ପଡ଼ୁଛି। ଏପରି କି ପିଇବାକୁ ବିଶୁଦ୍ଧ ପାନୀୟ ଜଳ ମିଳିପାରୁ ନାହିଁ। ବିଦ୍ୟାଳୟ ପରିଚାଳନା କମିଟି ଓ ଜିଲା ଶିକ୍ଷା ଅଧିକାରୀଙ୍କ ମଧ୍ୟରେ ବିବାଦ ଯୋଗୁ ଛାତ୍ରୀଛାତ୍ରମାନେ ଏଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରି କି ବିଦ୍ୟାଳୟର ଉନ୍ନତୀକରଣ କାର୍ଯ୍ୟ ମଧ୍ୟ ଏକ ପ୍ରକାର ଠପ୍‌ ହୋଇଯାଇଛି। ଅନ୍ୟପକ୍ଷରେ ୫-ଟି ସ୍କୁଲ ରୂପାନ୍ତୀିକରଣ କାର୍ଯ୍ୟକ୍ରମରେ ଖ୍ରୀଷ୍ଟ କଲିଜିଏଟ ସ୍କୁଲକୁ ସାମିଲ କରାଯାଇଥିଲେ ସୁଦ୍ଧା ବିବାଦ ଯୋଗୁଁ ଏହାର ଉନ୍ନତୀକରଣ କାର୍ଯ୍ୟ ଆଗେଇ ପାରୁନାହିଁ। ଦୀର୍ଘଦିନ ଧରି ସମସ୍ୟା ଲାଗିରହିଥିଲେ ମଧ୍ୟ ଶିକ୍ଷା ବିଭାଗ ଏଥିପ୍ରତି ଗୁରୁତ୍ୱ ଦେଉନାହିଁ।

ସୂଚନା ମୁତାବକ, ଖ୍ରୀଷ୍ଟ କଲିଜିଏଟ୍‌ ସ୍କୁଲ ସିସିଇବି ଦ୍ବାରା ପରିଚାଳିତ। ପ୍ରତ୍ୟେକ ୩ବର୍ଷରେ ବୋର୍ଡର ନିର୍ବାଚନ ଅନୁଷ୍ଠିତ ହୋଇ କାର୍ଯ୍ୟକାରୀ କମିଟି ହୋଇଥାଏ। ଏଥିରେ ୨୩ଜଣ ସଦସ୍ୟ ନିର୍ବାଚିତ ହୋଇଥାନ୍ତି। ମାତ୍ର ବିଦ୍ୟାଳୟ ପରିଚାଳନା ଲାଗି ଆଉ ଏକ କମିଟି ଗଠନ କରାଯାଇଛି। ଏଥିରେ ମୋଟ ୧୧ଜଣ ସଦସ୍ୟ ରହିଛନ୍ତି। ବୋର୍ଡର ୬ଜଣ ସଦସ୍ୟଙ୍କୁ ଏହି ପରିଚାଳନା କମିଟିକୁ ପଠାଯାଇଥାଏ। ଏଥିସହ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଜଣେ ଶିକ୍ଷକ, ଦୁଇ ଜଣ ହିନ୍ଦୁ ଓ ଜଣେ ମୁସଲମାନ ସମ୍ପ୍ରଦାୟର ବ୍ୟକ୍ତିଙ୍କୁ ମୋଟ ୧୧ ଜଣଙ୍କୁ ପରିଚାଳନା କମିଟିରେ ରଖାଯାଇଥାଏ। ବିଦ୍ୟାଳୟ ପରିଚାଳନା କମିିଟି ଲାଗି ସଭାପତି ଓ ସମ୍ପାଦକ ମନୋନୟନ କାର୍ଯ୍ୟ ସିସିଇବି ଉପରେ ରହିଥାଏ। ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ନିଯୁକ୍ତି ମଧ୍ୟ ସିସିଇବି କରିଥାଏ। ମାତ୍ର ଅନ୍ୟାନ୍ୟ ନିଯୁକ୍ତି ବିଦ୍ୟାଳୟ ପରିଚାଳନା କମିଟି ଦ୍ବାରା କରାଯାଇଥାଏ। ନିକଟରେ ବିଦ୍ୟାଳୟ ପରିଚାଳନା କମିଟିର ଜଣେ ଅଧିକାରୀ ଓ ପୂର୍ବତନ ପ୍ରଧାନ ଶିକ୍ଷକ ବିଦ୍ୟାଳୟରେ ୧୪ଟି ପଦ ଲାଗି ନିଯୁକ୍ତି ପ୍ରଦାନ କରିଥିଲେ। ଏଥିଲାଗି ଡିଇଓଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନୁମୋଦନ ପ୍ରଦାନ କରାଯାଇଥିଲା। ୧୧ଜଣ ଶିକ୍ଷକ, ଜଣେ ପିଇଟି, ୨ଜଣ କ୍ଲର୍କ ନିଯୁକ୍ତି ପାଇଥିଲେ। ତେବେ ଏହି ନିଯୁକ୍ତି ପ୍ରକ୍ରିୟା ବେଆଇନ ଓ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ଉଠିଥିଲା। ଡିଇଓ କାର୍ଯ୍ୟାଳୟ କର୍ମଚାରୀଙ୍କ ଏକାଧିକ ସମ୍ପର୍କୀୟ ଏହି ନିଯୁକ୍ତି ପ୍ରକ୍ରିୟାରେ ସାମିଲ ହୋଇଥିବା ଅଭିଯୋଗ ଆସିଥିଲା। ଏ ସଂକ୍ରାନ୍ତରେ ପରିଚାଳନା କମିଟିର ଜଣେ ପୂର୍ବତନ ସମ୍ପାଦକ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏପରିକି ସିସିଇବି ନିକଟରେ ଅଭିଯୋଗ ହେବା ପରେ ଏକ ସ୍ବତନ୍ତ୍ର କମିଟି ଏହାର ତଦନ୍ତ କରିଥିଲା। ନିଯୁକ୍ତିରେ ଅନିୟମିତତା ହୋଇଥିବା ଜାଣିବା ପରେ ତଦନ୍ତ କମିଟି ସିସିଇବିକୁ ରିପୋର୍ଟ ପ୍ରଦାନ କରିଥିଲା। ଫଳରେ ସିସିଇବି କାର୍ଯ୍ୟକାରୀ କମିଟି ପୂର୍ବତନ ସମ୍ପାଦକ ଓ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କରିଥିଲେ। ପ୍ରଧାନଶିକ୍ଷକ ପ୍ରଫୁଲ୍ଲ ସାହୁଙ୍କୁ ନିଲମ୍ବନ ପରେ ବୋର୍ଡ ପକ୍ଷରୁ ରାଜେନ୍ଦ୍ର ପ୍ରସାଦ ସାମଲଙ୍କୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାୟିତ୍ୱ ପ୍ରଦାନ କରାଯାଇଛି। ତେବେ ଏହି ମାମଲା କୋର୍ଟରେ ମଧ୍ୟ ପହଁଞ୍ଚତ୍ତ୍ଛି। ତେବେ ନିଲମ୍ବିତ ହୋଇଥିବା ପ୍ରଧାନ ଶିକ୍ଷକ ବିଭିନ୍ନ ସମୟରେ ବିଦ୍ୟାଳୟକୁ ଆସି ହସ୍ତକ୍ଷେପ କରୁଥିବା ଅଭିଯୋଗ ଉଠୁଛି। ଏପରିକି ବର୍ତ୍ତମାନର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ଡିଡିଓ ପାୱାର ପ୍ରଦାନ କରାଯାଇ ନ ଥିବାରୁ ବିଦ୍ୟାଳୟକୁ ଆସୁଥିବା ସରକାରୀ ସହାୟତା ରାଶି ବ୍ୟାଙ୍କ ଆକାଉଣ୍ଟରେ ପଡ଼ି ରହୁଛି। ଛାତ୍ରୀଛାତ୍ରମାନଙ୍କୁ ମଧ୍ୟାହ୍ନଭୋଜନ ପ୍ରଦାନ କରିବା କଷ୍ଟକର ହୋଇପଡୁଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୫-ଟି ଜରିଆରେ ବିଦ୍ୟାଳୟର ରୁପାନ୍ତରୀକରଣ ଲାଗି ୪୫ ଲକ୍ଷ ଟଙ୍କା ଆସିଛି। ହେଲେ ପ୍ରଧାନ ଶିକ୍ଷକ ବିଦ୍ୟାଳୟର ଖର୍ଚ୍ଚ ଲାଗି ଟଙ୍କା ଉଠାଇ ପାରୁ ନାହାନ୍ତିି, ଯାହାକୁ ନେଇ ସମସ୍ୟା ବଢିବାରେ ଲାଗିଛି। ତେବେ ଏନେଇ ଡିଇଓ କୃଷ୍ଣ ଚନ୍ଦ୍ର ନାୟକ କହିଛନ୍ତି ମୋ ବିନା ଅନୁମତିରେ ଏଭଳି କାର୍ଯ୍ୟ କରାଯାଇଛି। ବୋର୍ଡ ପକ୍ଷରୁ ପ୍ରଧାନ ଶିକ୍ଷକ ପାଇଁ ଯାହାକୁ ଦାୟିତ୍ୱ ପ୍ରଦାନ କରିବାକୁ କୁହାଯାଉଛି। ସେ ସେଥିପାଇଁ ଯୋଗ୍ୟ ନୁହନ୍ତି। ଗାଇଡ୍‌ଲାଇନ ଅନୁଯାୟୀ ଯିଏ ୭ବର୍ଷ ଟିଜି ପୋଷ୍ଟରେ ଥିବ ସେ ପ୍ରଧାନ ଶିକ୍ଷକ ହେବା ପାଇଁ ଯୋଗ୍ୟ ହେବେ, ହେଲେ ପ୍ରଧାନଙ୍କ ସେ ଯୋଗ୍ୟତା ନାହିଁ। ତେଣୁ ଆମେ କିଭଳି ତାଙ୍କୁ ଦାୟିତ୍ୱ ପ୍ରଦାନ କରିବୁ? ଡିଇଓ କାର୍ଯ୍ୟାଳୟ ଅନୁଯାୟୀ ପ୍ରଫୁଲ୍ଲ ସାହୁ ହି ବର୍ତ୍ତମାନ ପ୍ରଧାନ ଶିକ୍ଷକ ବୋଲି ଡିଇଓ କହିଛନ୍ତି। ତେବେ ବର୍ତ୍ତମାନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍ଥାନରେ ଜଣେ ବସିଥିବାବେଳେ ଡିଇଓଙ୍କ ପକ୍ଷରୁ ଆଉ ଜଣଙ୍କୁ ପ୍ରଧାନ ଶିକ୍ଷକ ଭାବେ ସ୍ବୀକୃତି ମିଳିଛି। ଏଭଳି ବିବାଦ ଏବେ ପିଲାଙ୍କ ସମସ୍ୟାର କାରଣ ପାଲଟିଛି। ଏନେଇ ସିସିଇବିର ସମ୍ପାଦକ ରବୀନ୍ଦ୍ର କୁମାର ଦାସ କହିଛନ୍ତି, ସିସିଇବି ପକ୍ଷରୁ ରାଜେନ୍ଦ୍ର ପ୍ରସାଦ ସାମଲଙ୍କୁ ହିଁ ପ୍ରଧାନ ଶିକ୍ଷକ ଦାୟିତ୍ୱ ପ୍ରଦାନ କରାଯାଇଛି । ବର୍ତ୍ତମାନ ସ୍କୁଲର ପ୍ରଧାନ ଶିକ୍ଷକ ସେ ଅଛନ୍ତି। କମିଟି ତଦନ୍ତ କରାଯାଇ ସାହୁଙ୍କୁ ଉକ୍ତ ଦାୟିତ୍ୱରୁ ମୁକ୍ତ କରାଯାଇଛି । ତେବେ ପିଲାଙ୍କ ସମସ୍ୟା ସମାଧାନ ନେଇ ଏଡିଏମ୍‌ଙ୍କ ସହ ଆଲୋଚନା ହୋଇଛି। ଏହାର ସମାଧାନ ଖୁବ୍‌ଶୀଘ୍ର ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

ଟ୍ରକ୍‌କୁ ସାଇଡ୍‌ ଦେବାକୁ ଯାଇ ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କତଳକଇଠା ଗ୍ରାମ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ବୁଧବାର ଜଣେ...

ଟାଟା ପାଓ୍ବାରରେ ଚାଲିଛି ଛଟେଇ: ପ୍ରତିବାଦରେ ଏସ୍‌ଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭଞ୍ଜନଗର,୧୦ା୧୨(ବାବୁଲା ପ୍ରଧାନ): ଟାଟା ପାଓ୍ବାରରେ ଆଉଟସୋର୍ସିଂ କର୍ମଚାରୀଙ୍କୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ପରୋକ୍ଷରେ ଠିକାଦାର ସଂସ୍ଥା ଉପରେ ଚାପ ପକାଇ ବିଭିନ୍ନ ସମୟରେ ଛଟେଇ କରୁଛନ୍ତି।...

ସରପଞ୍ଚ ପ୍ରାର୍ଥୀ ଓଡ଼ିଆ ପଢ଼ିବା, ଲେଖିବା ବାଧ୍ୟତାମୂଳକ: ଓଡିଶା ହାଇକୋର୍ଟ

କଟକ,୧୦।୧୨: ଓଡ଼ିଶା ଗ୍ରାମ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କୁ ଓଡ଼ିଆ ଭାଷାରେ ପଢ଼ିବା ଏବଂ ଲେଖିବା ଜାଣିବା ଅତ୍ୟନ୍ତ ଆବଶ୍ୟକ...

ଜୁନାଗଡ଼ରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ଲାଇସେନ୍ସ ନବୀକରଣ ନ ହେବା ଯାଏ ଖାଦ୍ୟ ସାମଗ୍ରୀ ଉତ୍ପାଦନ ବନ୍ଦ

ଜୁନାଗଡ଼,୧୦ା୧୨(ଉତ୍ତମ ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ସହରର ବିଭିନ୍ନ ଖାଦ୍ୟ ଦୋକାନରେ ବୁଧବାର ଧର୍ମଗଡ଼ ଉପଖଣ୍ଡ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି।...

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ମିଟୁ, ପର୍ଯ୍ୟଟନକ୍ଷେତ୍ରରେ ବ୍ୟବସାୟ କରି…

ଦାରିଙ୍ଗବାଡ଼ି,୧୦ା୧୨(ଅରୁଣ ସାହୁ): ଏବେ ଚାଲିଛି ପର୍ଯ୍ୟଟନ ଋତୁ। ଆଉ ଏହି ଋତୁରେ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ଛୁଟି ଆସୁଛନ୍ତି ବହୁ ସଂଖ୍ୟାରେ ପର୍ଯ୍ୟଟକ। ପର୍ଯ୍ୟଟକ ଆସିଲେ...

ଗାଈକୁ ମାରି ଖାଇଲା ବାଘ, ପାଦଚିହ୍ନ ଦେଖି ଲୋକେ ଭୟଭୀତ

କଣ୍ଟାମାଳ,୧୦ା୧୨(ଆଦିତ୍ୟେଶ୍ୱର ମିଶ୍ର): ସମାକୁପା ଅଞ୍ଚଳରେ ବାଘ ଆତଙ୍କ ଦେଖିବାକୁ ମିଳିଛି। ଏକ ଗାଈକୁ ମାରି ଖାଇଦେଇଛି ବାଘ। ଜଙ୍ଗଲରେ ବାଘର ପାଦଚିହ୍ନ ଏବଂ ମଳ ଦେଖି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri