୨ ସରକାରୀ ବସ୍‌କୁ ଅଟକ ରଖିଲେ ଡ୍ରାଇଭର ସଂଘ: ଯାତ୍ରୀ ହଇରାଣ

ପାଟଣା,୧୫।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଡ୍ରାଇଭର ସଂଘ ତରଫରୁ ବୁଧବାର ବନ୍ଦ ଡାକରା ଦିଆଯାଇଛି। ଡ୍ରାଇଭର ମହାସଂଘ ଡାକରାରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ପାଟଣା ବ୍ଲକ ସମ୍ପାଦକ ଗୌରାଙ୍ଗ ବେହେରାଙ୍କ ନେତୃତ୍ୱରେ ଢେଙ୍କିକୋଟ ପାଟଣା ଦେଇଯାଇଥିବା ୨୨୦ ନମ୍ବର ରାଞ୍ଚି ବିଜୟୱାଡା ଜାତୀୟ ରାଜପଥ ଉପରେ ମଙ୍ଗଳପୁର ନିକଟରେ ଅବରୋଧ କରାଯାଇଥିଲା। ଏହିରାସ୍ତାର ସାହାରପଡା ବ୍ଲକ ଛକ ଓ ତୁରୁମୁଙ୍ଗା କେନ୍ଦୁଝରଦେଇ ଯାଇଥିବା ୪୯ ନମ୍ବର ୪ ଲେନ ବିଶିଷ୍ଟ ଜାତୀୟ ରାଜପଥର ବାଉଁଷୁଳି ନିକଟରେ ବାମ ପାର୍ଶରେ ଓ ଡାହାଣ ପାର୍ଶରେ ଝୁମ୍ପୁରା ବ୍ଲକ ଡ୍ରାଇଭର ସଂଘ ଯୁଗଳ କିଶୋର ବାରିକଙ୍କ ନେତୃତ୍ୱରେ ୯ ଦଫା ଦାବିରେ ଧାରଣାରେ ବସି ପ୍ରତିବାଦ ଜାରି ରଖିଛନ୍ତି। ପାଟଣା ଡ୍ରାଇଭର ସଂଘ ଭୁବନେଶ୍ୱର ଯାଉଥିବା ଯାତ୍ରୀ ବାହୀ ବସକୁ ଛାଡି ଦେଇଥିବାବେଳେ ବାଉଁଷୁଳିରେ କେନ୍ଦୁଝରରୁ ଟାଟା ଓ ରାଞ୍ଚି ଅଭିମୁଖେ ଯାଉଥିବା ଯାତ୍ରୀବାହୀ ବସ ଝୁମ୍ପୁରା ବ୍ଲକ ଡ୍ରାଇଭର ସଂଘ ତରଫରୁ ଅଟକ ରଖାଯାଇଛି । ଅନୁରୁପ ଭାବେ ତୁରୁମୁଙ୍ଗା ପାର୍ଶ୍ୱରୁ ଆସୁଥିବା ଏକ ସରକାରୀ ବସକୁ ଅଟକ ରଖିଥିଲେ। ଫଳରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଯାତ୍ରୀ ମାନେ ମଝି ରାସ୍ତାରେ ଅଟକି ରହି ହଇରାଣ ହୋଇଛନ୍ତି। ଘଟଣାସ୍ଥଳରେ ତୁରୁମୁଙ୍ଗା ଥାନାଧିକାରୀ ମଦନମୋହନ ନାଏକଙ୍କ ନେତୃତ୍ୱରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହି ସ୍ଥିତି ଉପରେ ନଜର ରଖିଛନ୍ତି।
ପାଟଣାରେ ଡ୍ରାଇଭର ସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଫଳରେ ଯାତ୍ରୀବାହୀ ବସ ଓ ମାଲବାହୀ ଟ୍ରକ ପ୍ରଭାବିତ ହୋଥିବାବେଳେ ଆମ୍ବୁଲାନ୍ସ, ସ୍କୁଲ ବସ, କ୍ଷୀର ଗାଡି, ପ୍ରେସ ଗାଡି, ଘରୋଇ ଗାଡି ସହ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ କରୁଥିବା ଗାଡି ଓ ସରକାରୀ କର୍ମଚାରୀଙ୍କ ଗାଡିକୁ ଛାଡି ଦିଆଯାଇଛି। ପାଟଣାର ଧାରଣା ଡ୍ରାଇଭର ସଂଘ ସଭାପତି ସଞ୍ଜୟ ଭୂମିଜଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ସଞ୍ଜୟ ସରକାର ସବୁ ଶ୍ରେଣୀର ନାଗରିକଙ୍କ ସମସ୍ୟା କଥା ବୁଝୁଥିବାବେଳେ ଡ୍ରାଇଭରଙ୍କ ସମସ୍ୟାକୁ ଅଣଦେଖା କରିବା ପରିତାପର ବିଷୟ ବୋଲି କହିଛନ୍ତି। ଏଥିରେ ବ୍ଲକ ଉପସଭାପତି ବିଶ୍ୱନାଥ ମହାନ୍ତ, ସମ୍ପାଦକ ଗୌରାଙ୍ଗ ବେହେରା, କୋଷାଧକ୍ଷ ନିରଞ୍ଜନ ମହାନ୍ତ, ଉପଦେଷ୍ଟା ପ୍ରଫୁଲ ମହାନ୍ତ, ଶିବ ନାଥ ମହାନ୍ତଙ୍କ ନେତୃତ୍ୱରେ ମହମଦ ହବିବୁଲ୍ଲା ଅନସାରି, ବିଜୟ କୁମାର ଭଞ୍ଜ, ସଚିତ୍ର ମହାନ୍ତ, ଶ୍ରୀକାନ୍ତ ଦାସ, ନିରାକାର ମହାନ୍ତ, କୁଶଧର ମହାନ୍ତ, ସୁବ୍ରତ ନାଏକଙ୍କ ଶହ ୫ ଶହରୁ ଊର୍ଦ୍ଧ୍ୱ ଡ୍ରାଇଭର ସ୍ଲୋଗାନ ଦେଇ ରାଜରାସ୍ତାରେ ବସିଛନ୍ତି। ଡ୍ରାଇଭରଙ୍କ ପ୍ରମୁଖ ଦାବି ଗୁଡିକ ମଧ୍ୟରେ ଡ୍ରାଇଭର ଇନ୍ସୁରାନସ, ସେମାନଙ୍କ ପିଲାମାନଙ୍କ ପାଠପଢା, ଭତ୍ତା ବ୍ୟବସ୍ଥା, ଡ୍ରାଇଭରମାନଙ୍କ ପାଇଁ ବିଶ୍ରାମାଗାର ଆଦି ସାମିଲ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri