ଓଡ଼ିଶାରେ ୨ ନକଲି ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର, ୨୬।୮(ବ୍ୟୁରୋ): ଓଡ଼ିଶାରେ ରହିଛି ୨ଟି ନକଲି ବିଶ୍ୱବିଦ୍ୟାଳୟ। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ପ୍ରତିବର୍ଷ ପରି ଏଥର ମଧ୍ୟ ନାମଲେଖା ପୂର୍ବରୁ ୟୁଜିସି ନକଲି ବିଶ୍ୱବିଦ୍ୟାଳୟ ତାଲିକା ପ୍ରକାଶ କରିଛି। ଏଥିରେ ଓଡ଼ିଶା ସମେତ ଦେଶର ୮ଟି ରାଜ୍ୟର ୨୧ଟି ନକଲି ବିଶ୍ୱବିଦ୍ୟାଳୟ ରହଥିବା ଉଲ୍ଲେଖ ରହିଛି। ଓଡ଼ିଶାର ରାଉରକେଲା ଶକ୍ତିନଗର ପାଣିଟାଙ୍କି ରୋଡ୍‌ର ପ୍ଲଟ୍‌ ନଂ. ୨୪୨ସ୍ଥିତ ଅନ୍ନପୂର୍ଣ୍ଣା ଭବନରେ ଥିବା ନବଭାରତ ଶିକ୍ଷା ପରିଷଦ ଓ ମୟୂରଭଞ୍ଜ ଜିଲା ବାରିପଦା ବିଶ୍ୱବିଦ୍ୟାଳୟ ରୋଡ୍‌ରେ ଥିବା ନର୍ଥ ଓଡ଼ିଶା ୟୁନିଭର୍ସିଟି ଅଫ୍‌ ଏଗ୍ରିକଲ୍‌ଚର ଆଣ୍ଡ୍‌ ଟେକ୍ନୋଲୋଜିକୁ ୟୁଜିସି ନକଲି ବୋଲି ଦର୍ଶାଇଛି।