ପାରଳାଖେମୁଣ୍ଡି,୨୯ା୫(ଗିରିଧାରୀ ପରିଚ୍ଛା): କ୍ଷୁଦ୍ର ଜଳସେଚନ ବିଭାଗ ୨ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ୨ ଜଣ ହେଲେ କ୍ୟାସିଅର ନରେଶ ପଟ୍ଟନାୟକ, ଆକାଉଣ୍ଟାଣ୍ଟ ସୁରଜ ପ୍ରସାଦ ଜୟସ୍ବାଲ। ଜଣେ ଠିକାଦାରଙ୍କ ୪ଟି କାମର ବିଲ୍ କରାଇ ଦେବା ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଫୋନ୍ ପେ’ ଜରିଆରେ ଲାଞ୍ଚ ନେଇଥିଲେ ଯାହା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ବର୍ତ୍ତମାନ ଭିଜିଲାନ୍ସର ତଦନ୍ତ ଜାରି ରହିଛି।


