କାଦୁଅରେ ଫସିଲେ ୨ ହାତୀ

ବାରିପଦା ଅଫିସ/ କୁଳିଅଣା,୯ା୧୨(ଡି.ଏନ.ଏ.):ମୟୂରଭଞ୍ଜ ଜିଲା କୁଳିଅଣା ବ୍ଲକ କାଠରୁମା ଦେହୁରୀସାହିର ଏକ ପରିତ୍ୟକ୍ତ ଡଗ୍‌ୱେଲ ଭିତରେ ଖସି ପଡ଼ିଥିବା ୨ହାତୀ ଉଦ୍ଧାର ପାଇଛନ୍ତି। ଗ୍ରାମବାସୀ, ବନବିଭାଗ ଓ ଅଗ୍ନିଶମ କର୍ମଚାରୀଙ୍କ ସହଯୋଗରେ ୮ ଘଣ୍ଟା ପରେ ହାତୀ ଦୁଇଟି ସୁରକ୍ଷିତ ଭାବେ ଉଦ୍ଧାର ପାଇ ହାତୀପଲରେ ମିଶିଛନ୍ତି।
ସୂଚନା ଅନୁଯାୟୀ, ବୁଧବାର ରାତି ପ୍ରାୟ ୨ଟାରେ ୩୫ଟିକିଆ ହାତୀପଲ ଧାନ ଖାଇବାକୁ ବିଲରେ ପଶିଥିଲେ। ଏହି ହାତୀପଲ ମଧ୍ୟରୁ ୬ଟି ହାତୀ ଶିମିଳିପାଳ ସନ୍ନିକଟ ବାରିପଦା ରେଞ୍ଜ ଅଧୀନ ହଳଦୀବଣି ଫରେଷ୍ଟ ରେଞ୍ଜ କାର୍ଯ୍ୟାଳୟ କାଠରୁମା ଗ୍ରାମର ସାଧୁ ମୁର୍ମୁଙ୍କ ବିଲରେ ଥିବା ଏକ ପରିତ୍ୟକ୍ତ ଡଗ୍‌ୱେଲ ମଧ୍ୟରେ ଖସିପଡ଼ିଥିଲେ। ୪ଟି ହାତୀ କୌଶଳକ୍ରମେ ଉଠିଯାଇଥିଲେ। ମାତ୍ର ଗୋଟିଏ ଦନ୍ତା ଓ ଅନ୍ୟ ଏକ ହାତୀ ଶାବକ ଉଠି ପାରି ନ ଥିଲେ। ଦୀର୍ଘସମୟ ପର୍ଯ୍ୟନ୍ତ କାଦୁଅରେ ଫସି ରହିଥିଲେ। ଗୁରୁବାର ସକାଳେ ଚାନ୍ଦୁଆ ଅଗ୍ନିଶମ ବିଭାଗ ଓ ବାରିପଦା ରେଞ୍ଜର ଲକ୍ଷ୍ମୀଧର ବେହେରା ସଦଳବଳ ପହଞ୍ଚତ୍ ହାତୀ ଦୁଇଟିକୁ ଉଦ୍ଧାର କରିବା ପାଇଁ ଗ୍ରାମବାସୀଙ୍କ ସହଯୋଗ ଲୋଡ଼ିଥିଲେ। ଡଗ୍‌ୱେଲ ହିଡ଼ ଧାରରେ କାଠ ଓ ଡାଳପତ୍ର ପକାଇବା ପରେ ହାତୀ ଦୁଇଟି ଉପରକୁ ଉଠି ପାରିଥିଲେ।
ଉଲ୍ଲେଖଯୋଗ୍ୟ, କିଛି ଦିନ ହେଲା ହାତୀପଲ ଅଞ୍ଚଳରେ ପାଚିଲା ଧାନ ଓ ପରିବା କ୍ଷେତରେ ପଶି ବ୍ୟାପକ କ୍ଷତି କରୁଛନ୍ତି। ବିଭାଗୀୟ କର୍ମଚାରୀ ଅଭାବରୁ ହାତୀ ସୁରକ୍ଷାରେ ଅସୁବିଧା ହେଉଥିବା ବେଳେ ଲୋକେ ହାତୀ ଆକ୍ରମଣର ସମ୍ମୁଖୀନ ହେଉଛନ୍ତି। ନିକଟରେ ହାତୀ ସୁରକ୍ଷା ନେଇ ୩ ରାଜ୍ୟର ଅଧିକାରୀଙ୍କ ମଧ୍ୟରେ ଏକ ସମନ୍ବୟ ବୈଠକ ହୋଇଛି। ତୃଣମୂଳସ୍ତରରୁ କାର୍ଯ୍ୟପନ୍ଥା ଗ୍ରହଣ କରାଯିବା ନେଇ ଏହି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏ ସଂକ୍ରାନ୍ତରେ ପ୍ରାକ୍ତନ ଅବୈତନିକ ବନ୍ୟପ୍ରାଣୀ ସଂରକ୍ଷକ ଭାନୁମିତ୍ର ଆଚାର୍ଯ୍ୟ କୁହନ୍ତି, ଗତ ୧୦ବର୍ଷ ମଧ୍ୟରେ ୮ରୁ ଊର୍ଦ୍ଧ୍ୱ ହାତୀ ପରିତ୍ୟକ୍ତ କୂଅରେ ପଡ଼ି ପ୍ରାଣ ହରାଇଛନ୍ତି। ତତ୍କାଳୀନ ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକଙ୍କୁ ପରିତ୍ୟକ୍ତ ଡଗ୍‌ଓ୍ବେଲ ତଥା କୂଅଗୁଡ଼ିକ ପୋତିବା ସହିତ ଖାଲଖମା ସମତଳ କରିବା ଆବଶ୍ୟକତା ରହିଛି ବୋଲି ସେ ଦର୍ଶାଇଥିଲେ। ମାତ୍ର ହାତୀ ସୁରକ୍ଷା ପ୍ରତି ସରକାର ଅଣଦେଖା କରୁଥିବାରୁ ତାହା କାର୍ଯ୍ୟକ୍ଷମ ହୋଇପାରୁନାହିଁ। ତେବେ ହାତୀଙ୍କ ସୁରକ୍ଷା ଦୃଷ୍ଟିରୁ ଜଳାଶୟଗୁଡ଼ିକର ଚତୁଃପାର୍ଶ୍ୱରେ ବ୍ୟାରିକେଡ କରାଗଲେ ହାତୀ ସୁରକ୍ଷିତ ରହିପାରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ମୁଣ୍ଡରେ ଟ୍ୟୁମର: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ

ନୂଆପଡ଼ା,୭ା୧୨ (ମକାରୁ ବେମାଲ): ସ୍ତ୍ରୀଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଶେଷରେ ଅସହାୟ ହୋଇ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ସ୍ବାମୀ । ଏଭଳି...

କ୍ଲବରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୨୫ଜଣ

ଗୋଆ,୭।୧୨: ଗୋଆର ପ୍ରସିଦ୍ଧ ନାଇଟ୍ କ୍ଲବରେ ବଡ଼ ଧରଣର ଅଗ୍ନିକାଣ୍ଡ। ଗୋଆ ଆର୍ପୋରା ସ୍ଥିତ ରୋମିଓ ଲେନ୍ ରେ ଥିବା ବ୍ରିଚ୍ ନାଇଟ୍ କ୍ଲବରେ ନିଆଁ...

ଏଇ ଭାରତରେ

ଭାରତର ଗ୍ରାମାଞ୍ଚଳର ବହୁ ମେଡିକାଲରେ ଏବେ ମଧ୍ୟ ଆଇସିୟୁର ଅଭାବ ରହିଛି। ଫଳରେ ଗ୍ରାମାଞ୍ଚଳ ଲୋକମାନେ ଉନ୍ନତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଆବଶ୍ୟକ...

ଜଣଙ୍କାକୁ ନୁହେଁ ଏକାବେଳକେ ଚାରି ଚାରି ଜଣଙ୍କୁ ଧକ୍କା ଦେଲା କାର :୨ ମୃତ, ୨ ଗୁରୁତର

ଖଜୁରୀପଡ଼ା,୭।୧୨(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ସମ୍ବେପଦରଠାରେ ଏକ ଅଜଣା ଗାଡ଼ି ଧକ୍କାରେ ୨ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ସମ୍ବେପଦର ଗ୍ରାମର ବିଦ୍ୟାଧର...

ଏକ ପରିବେଶୀୟ ଆହ୍ୱାନ

ନିଭର୍ସିଟି ଅଫ ଶିକାଗୋର ଏନର୍ଜି ପଲିସି ଇନ୍‌ଷ୍ଟିଟ୍ୟୁଟ (ଏପିକ) ଦ୍ୱାରା ପ୍ରକାଶିତ ୨୦୨୫ ବାୟୁ ଗୁଣବତ୍ତା ଜୀବନ ସୂଚକାଙ୍କ (ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ବା...

ସୃଷ୍ଟିର ଚିରନ୍ତନ ଆଧାର

ନୁଷ୍ୟର ଉଚ୍ଚତର ଚେତନଶୀଳତା ତାକୁ ବାଧ୍ୟ କରିଛି ଏ ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଉପରେ ପ୍ରଶ୍ନ ଉତ୍‌ଥାପନ କରିବା ପାଇଁ। ଏ ଜଗତର ସୃଷ୍ଟି କିପରି...

ଧାମରାରେ ବୁଲୁଛି ମହାବଳ ବାଘ: ଭିଡିଓ ଭାଇରାଲ ପରେ ବନ ବିଭାଗ ନାକେଦମ୍‌

ଚାନ୍ଦବାଲି,୭।୧୨(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଧାମରା ଅଞ୍ଚଳରେ ଏକ ମହାବଳ ବାଘ ବୁଲୁଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା...

ବିଭାଜନକାରୀ ରାଜନୀତି

ଡିସେମ୍ୱର ୬ ଆଧୁନିକ ଭାରତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନ କଥା ସ୍ମରଣ କରାଇଦିଏ। ରାଜନୀତିକୁ ସବୁଦିନ ପାଇଁ ପରିବର୍ତ୍ତନ କରିଦେଇଥିବା ଏହି ଆନ୍ଦୋଳନ ବିଷୟରେ ଲେଖିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri