ମହିଳା ସିଆରସିସିଙ୍କ ଏତଲା ପରେ ବଢ଼ିଲା ଅଡୁଆ: ଥାନାରେ ଶିକ୍ଷା ବିଭାଗର ୨ ଅଧିକାରୀ

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନାରେ ଜିଲା ଶିକ୍ଷା ବିଭାଗରେ କାର୍ଯ୍ୟରତ ୩ ଅଧିକାରୀ ଏବଂ କର୍ମଚାରୀଙ୍କ ଉପସ୍ଥିତି ବୁଧବାର ଚର୍ଚ୍ଚାର ବିଷୟ ହୋଇଛି। ସେମାନଙ୍କ ମଧ୍ୟରେ ୨ ପଦସ୍ଥ ଅଧିକାରୀ ଏବଂ ଅନ୍ୟ ଜଣେ କର୍ମଚାରୀ ରହିଥିବା ସୂଚନା ମିଳିଛି। ଶିକ୍ଷା ବିଭାଗରେ ସିଆରସିସି ଭାବେ କାର୍ଯ୍ୟରତ ଜଣେ ମହିଳା ଟାଉନ ଥାନାରେ ଏତଲା ଦେବା ପରେ ଉପରୋକ୍ତ ଅଧିକାରୀ ଏବଂ କର୍ମଚାରୀ ପୋଲିସ ତଦନ୍ତର ସମ୍ମୁଖୀନ ହୋଇଥିବା ଏବଂ ସେଥିପାଇଁ ଥାନାରେ ଉପସ୍ଥିତ ଥିବା ଖବର ମିଳିଛି। ତେବେ ଏ ସମ୍ପର୍କରେ ଟାଉନ ଥାନା ଆଇଆଇସି ଚିତ୍ତରଞ୍ଜନ ମେହେର ଏବଂ ଏସ୍‌ଡିପିଓ ପଦାରବିନ୍ଦ ତ୍ରିପାଠୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇ ପାରି ନ ଥିବାବେଳେ ସବିଶେଷ ତଥ୍ୟ ମିଳିପାରି ନାହିଁ।

Dharitri – Odisha’s No.1 Odia Daily

Share