ବେଆଇନ ପଥର ଖାଦାନରେ ଅତଡ଼ା ଖସି ଶିଶୁ ଶ୍ରମିକ ସମେତ ୨ ମୃତ

ଯାଜପୁର ଅଫିସ,୧।୬: ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବେଆଇନ କଳାପଥର ଖାଦାନ ମରଣଯନ୍ତା ପାଲଟିଛି। ରାଜସ୍ବ ବିଭାଗ, କେତେଜଣ ପୋଲିସ ଅଧିକାରୀ ବେଆଇନ ଖାଦାନ ମାଲିକଙ୍କ ବିରୋଧ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଓଲଟା ସହଯୋଗ କରୁଥିବାରୁ ନୀରିହ ଶ୍ରମିକମାନଙ୍କ ଜୀବନ ଯାଉଛି। ଏହି କ୍ରମରେ ମଙ୍ଗଳବାର ବିଳମ୍ବିତ ରାତିରେ ଜେନାପୁର ଥାନା ଅଧୀନ ଚଢ଼େଇଧରା ନିକଟରେ ଥିବା ଲୁଣିବର ମୌଜା ପଥର ଖାଦାନରେ ଅତଡା ଖସି ଜଣେ ଶିଶୁ ଶ୍ରମିକଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ଘଟିଛି।
ସୂଚନା ଅନୁଯାୟୀ,ଲୁଣିବର ମୌଜାର ଏକ କଳାପଥର ଖାଦାନରେ ବିଳମ୍ବିତ ରାତିରେ ମେଶିନ ଲଗାଇ କଳାପଥର ଲୁଟ୍‌ ହେଉଥିଲା। ସେଠାରୁ ବିପୁଳ ପରିମାଣର କଳାପଥର ଚୋରାଚାଲାଣ ହୋଇସାରିଥିଲା। ସରକାରଙ୍କ ଏହି ମୂଲ୍ୟବାନ ସମ୍ପଦର ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ ଓ ତହସିଲ ପ୍ରଶାସନ ଜାଣିଶୁଣି ଆଖି ବୁଜି ଦେଇଥିଲେ। ମଙ୍ଗଳବାର ବିଳମ୍ବିତ ରାତିରେ ଉକ୍ତ ବେଆଇନ ଖାଦାନରେ ପଥର ବ୍ୟବସାୟୀ ମେଶିନ ଅପରେଟର କେନ୍ଦୁଝର ଜିଲା ତେଲକୋଇ ଗ୍ରାମର ଶାନ୍ତନୁ ଖିଲାରଙ୍କ ସହ ଜଣେ ଶିଶୁ ଶ୍ରମିକ ଓ ଅନ୍ୟମାନଙ୍କୁ କାମରେ ନିୟୋଜିତ କରିଥିଲେ। ବ୍ଲାଷ୍ଟିଂ କରି ସାରିବା ପରେ ମେଶିନରେ ପଥର ଉତ୍ତୋଳନ କରି ଗାଡ଼ିରେ ଅପ୍‌ଲୋଡିଂ ଚାଲିଥିଲା। ଏହି ସମୟରେ ଉପରୁ ହଠାତ୍‌ ପଥର ଅତଡା ଖସି ମେଶିନ ଅପରେଟର ଖିଲାର ଏବଂ ଶିଶୁ ଶ୍ରମିକଙ୍କ ଉପରେ ପଡିଥିଲା। ଫଳରେ ମେଶିନ ଅପରେଟର ଖିଲାରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଶିଶୁ ଶ୍ରମିକଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। କିଛି ସମୟ ପରେ ସେହି ଶିଶୁ ଶ୍ରମିକଙ୍କ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।
ଖବର ପାଇ ଜେନାପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ଗତ ପ୍ରାୟ ୭ରୁ ୮ ବର୍ଷ ମଧ୍ୟରେ ଏପରି ବେଆଇନ କଳାପଥର ଖାଦାନରେ ୨୫ରୁ ଊର୍ଦ୍ଧ୍ୱ ଶ୍ରମିକ ଓ ଅପରେଟରଙ୍କ ଜୀବନ ଯାଇଛି। ଅଧିକାଂଶ ଦୁର୍ଘଟଣା ପରେ ମୃତକଙ୍କ ପରିବାରବର୍ଗଙ୍କୁ କିଛି ପ୍ରଲୋଭନ ଦେଖାଇ ମାମଲାଗୁଡିକୁ ଚାପି ଦିଆଯାଇଛି। କେତେକାଂଶରେ ପଥର ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲେ ହେଁ ବେଆଇନ ଖାଦାନଗୁଡିକୁ ବନ୍ଦ କରିବାକୁ ସେତେଟା ଉଦ୍ୟମ କରାଯାଇନାହିଁ। ଫଳରେ ମୃତକଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଥିବା ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri