ଅଧଘଣ୍ଟାରେ ହଜାରେ ଓଏଲ୍‌ଆର କେସ୍‌ ଫଇସଲା

ସୋନପୁର,୧।୬(ନି.ପ୍ର.): ସୁବର୍ଣ୍ଣପୁର ଅତିରିକ୍ତ ଜିଲାପାଳ ତଥା ଭାରପ୍ରାପ୍ତ ଜିଲାପାଳ ସୂର୍ଯ୍ୟନାରାୟଣ ଦାଶଙ୍କୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା। ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ବଲାଙ୍ଗୀର ଜିଲାପାଳ ଚଞ୍ଚଳ ରଣା ରାଜ୍ୟ ସରକାରଙ୍କୁ ସୁପାରିସ କରିଛନ୍ତି। ଏ ସମ୍ପର୍କିତ ଖବର ପ୍ରଥମେ ଧରିତ୍ରୀରେ ପ୍ରକାଶ ପାଇବା ପରେ ଏହି ଚର୍ଚ୍ଚା ଜୋର ଧରିଛି। ଦାଶ ବଲାଙ୍ଗୀରରେ ୫ବର୍ଷ ଧରି ତହସିଲଦାର ଥିଲେ। ଏହି ସମୟରେ ସେ ବେଆଇନ ଭାବେ ବିଭିନ୍ନ ଜମିର କିସମ ପରିବର୍ତ୍ତନ କରିବା ସମୟରେ ଜମି ମାଲିକଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି। ସବୁଠୁ ବଡ କଥା ହେଲା ତତ୍କାଳୀନ ବଲାଙ୍ଗୀର ତହସିଲଦାର ତା୪।୧୦।୨୦୦୪ରିଖରେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ସାଢେ ୪ଟା ପର୍ଯ୍ୟନ୍ତ ସ୍ଥାନୀୟ ଚନ୍ଦନଭାଟି ଓ ବ୍ରାହ୍ମଣୀପାଲି ଗ୍ରାମକୁ ଜଳ ବିବାଦର ସମାଧାନ ପାଇଁ ଯାଇଥିଲେ। ତହସିଲଦାରଙ୍କ ଗସ୍ତ ବିବରଣୀ ଓ ଲଗ ବୁକ୍‌ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ତେବେ ସେହିଦିନ ଅପରାହ୍ନ ସାଢେ ୪ଟାରୁ ସନ୍ଧ୍ୟା ୫ଟା ଭିତରେ ତହସିଲଦାର ଦାଶ ୧୦୦୦ରୁ ଊର୍ଦ୍ଧ୍ୱ ଓଏଲ୍‌ଆର୍‌ କେସ୍‌ର ପ୍ରିମିୟମ ମୂଲ୍ୟାୟନ କରିବା ସହ ଫଇସଲା କରିଥିଲେ, ଯାହାକି ଗୋଟିଏ ସାଧାରଣ ମଣିଷ ପାଇଁ ବାସ୍ତବରେ କରିବା ଅସମ୍ଭବ ବୋଲି ଅଡିଟ୍‌ ରିପୋର୍ଟରେ ଦର୍ଶାଯାଇଛି। ତେଣୁ ତାଙ୍କ ବିରୋଧରେ ସରକାରୀ କର୍ମଚାରୀ କଣ୍ଡକ୍ଟ ନିୟମ ୧୯୫୯ ଅନୁସାରେ ଡ୍ରାଫ୍ଟ ଚାର୍ଜ କରାଗଲା ବୋଲି ବଲାଙ୍ଗୀର ଜିଲାପାଳ ରଣା ତାଙ୍କ ପତ୍ର ସଂଖ୍ୟା ୧୫୯୧/ତା୨୩।୫।୨୦୨୩ରିଖରେ ରାଜସ୍ବ ପର୍ଷଦ ସଚିବ କଟକଙ୍କୁ ଜଣାଇଛନ୍ତି।
ଓଏଲ୍‌ଆର୍‌ କେସ୍‌ ନମ୍ବର ୩୫/୨୦୦୫ରେ ବେଆଇନ ଭାବେ ଜମିର କିସମ ପରିବର୍ତ୍ତନ ଯୋଗୁଁ ସରକାରଙ୍କ ରାଜସ୍ବହାନି ହୋଇଛି। ଅଡିଟ୍‌ ରିପୋର୍ଟ ଅନୁସାରେ ଆଦେଶ ପରେ ପଞ୍ଜିକୃତ ବିକ୍ରି କବଲା ଅନୁସାରେ କିଣାଯାଇଥିବା ଜମି ଉପରେ ଅନ୍ୟାୟ ଭାବରେ ପ୍ରିମିୟମ ମୂଲ୍ୟାୟନ କରାଯାଇଥିବାରୁ ସରକାରଙ୍କ ବ୍ୟାପକ ରାଜସ୍ବହାନୀ ହୋଇଛି। ରାଜସ୍ବ ନିରୀକ୍ଷକଙ୍କ ରିପୋର୍ଟ ଅନୁସାରେ ହଜାରେରୁ ଅଧିକ ଓଏଲ୍‌ଆର୍‌ କେସ୍‌ ଧାରା ୮(କ) ଅନୁସାରେ ଆରମ୍ଭ କରାଯାଇଥିଲା। କିନ୍ତୁ ଏଥିପାଇଁ ଜମି ମାଲିକମାନଙ୍କୁ କୌଣସି ନୋଟିସ ଦିଆଗଲାନାହିଁ। ସେହିପରି ସରକାରଙ୍କ ନୋଟିଫିକେଶନ ନଂ. ୩୬୮୮୬/ତା୨୧।୯।୨୦୦୪ ରିଖ ଅନୁସାରେ ଏକର ପ୍ରତି ୩ ଲକ୍ଷ ଟଙ୍କା ପ୍ରିମିୟମ ଆଦାୟ କରିବା ପରିବର୍ତ୍ତେ ଏକର ପ୍ରତି ୭୫ ହଜାର ଟଙ୍କା ଆଦାୟ କରାଗଲା। ବଲାଙ୍ଗୀର ମ୍ୟୁନିସିପାଲିଟିର ଜମି କିସମ ପରିବର୍ତ୍ତନ ବେଳେ ଫର୍ମ ୨୬ ସ୍ପେଶାଲ ଟାଉନ ପ୍ଲାନିଂ ଅଥରିଟିଙ୍କୁ ଦିଆଯାଇ ନ ଥିଲା। ତେଣୁ ସରକାରଙ୍କ ରାଜସ୍ବ କ୍ଷତି ହେଲା। ଅଡିଟ ରିପୋର୍ଟ ନମ୍ବର ୧୧୦/୨୦୦୯-୧୦ ରେ ପାରା ୨୨ରୁ ୩୨ ଅନୁସାରେ ଓଡିଶା ଭୂସଂସ୍କାର ଆଇନର ଧାରା ୮(କ) ଅନୁସାରେ ମକଦ୍ଦମା ଫଇସଲା କରିବାରେ ଦାଶଙ୍କ ଢିଲାପଣ ଓ କର୍ତ୍ତବ୍ୟରେ ଅବହେଳା କାରଣରୁ ସେତେବେଳେ ସରକାରଙ୍କ ୨ କୋଟି ୪୨ ଲକ୍ଷ ୬୬ ହଜାର ୧୧୭ ଟଙ୍କାର ରାଜସ୍ବ କ୍ଷତି ହୋଇଛି। ତେବେ ଏହି ରିପୋର୍ଟକୁ ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟରେ ଦୀର୍ଘ ୧୩ ବର୍ଷ ଧରି ଚାପି ଦିଆଯାଇଥିଲା । ଫଳରେ ଦାଶ ତହସିଲଦାରରୁ ଅତିରିକ୍ତ ସଚିବ ପାହ୍ୟାକୁ ପଦୋନ୍ନତି ପାଇବାରେ ସକ୍ଷମ ହୋଇଛନ୍ତି। ବଲାଙ୍ଗୀର ଜିଲାପାଳ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିବା ପରେ ଏବେ ଖୋଳତାଡ ଆରମ୍ଭ ହୋଇଛି । ପ୍ରକାଶ ଯେ, ୨୦୦୪ ମାର୍ଚ୍ଚ ୧୦ରୁ ୨୦୦୯ ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୫ ବର୍ଷ ଧରି ସୂର୍ଯ୍ୟନାରାୟଣ ଦାଶ ବଲାଙ୍ଗୀର ତହସିଲଦାର ଦାୟିତ୍ୱରେ ଥିଲେ। ସେହିପରି ୨୦୧୧ ମସିହାରୁ ସୁବର୍ଣ୍ଣପୁର ଜିଲାରେ ବିଡିଓ, ସର୍ବଶିକ୍ଷା ଅଭିଯାନ ପ୍ରକଳ୍ପ ସଂଯୋଜକ, ଉପଜିଲାପାଳ, ପିଡି ଡିଆରଡିଏ ଓ ଅତିରିକ୍ତ ଜିଲାପାଳ ଭଳି ବିଭିନ୍ନ ପଦବୀରେ ଦୀର୍ଘ ୧୨ ବର୍ଷ ଧରି ଅବସ୍ଥାପିତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?